Breaking News

ସରକାର ଙ୍କ ବଡ ଘୋଷଣା !! ଏବେ ପୁଣି ଘର ଭଡ଼ା ଉପରେ ଲାଗିବ ୧୮ % ଜିଏସଟି ….

ଦିନକୁ ଦିନ ଦେଶରେ ଦରଦାମ୍ ର ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଲୋକଙ୍କ ଉପରେ ଟିକସ ବୋଝ ଲଦିବାରେ ଲାଗିଛନ୍ତି ସରକାର।କିଛି ଦିନ ପୂର୍ବେ ଚୁଡ଼ା, ମୁଢ଼ି ଭଳି ଗରିବ ଲୋକ ଖାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗୁ କରିବା ପରେ ଏବେ ଘର ଭଡ଼ା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି। ଆସନ୍ତା ୧୮ ତାରିଖରୁ ଏହି ନିୟମକୁ ଲାଗୁ କରାଯିବ। ଏହି ଖବର ପ୍ରସାରିତ ହେବା ପରେ ଏହା ସାଧାରଣ ଲୋକ ମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା।

 

ହେଲେ କହିରଖୁଛୁ, ଯଦି କୌଣସି ଆବାସିକ ଗୃହକୁ ସାଧାରଣ ଲୋକଙ୍କ ରହିବା ଲାଗି କିମ୍ବା ବ୍ୟକ୍ତିଗତ ବ୍ୟବହାର ଲାଗି ଦେଲେ ସେଥିରୁ ଯେଉଁ ଭଡ଼ା ମିଳିବ ତାହା ଉପରେ ଜିଏସଟି ଲାଗିବ ନାହିଁ। କିନ୍ତୁ ଘରକୁ ଯଦି ବ୍ୟବସାୟ କାର୍ଯ୍ୟକଳାପ ପାଇଁ ଭଡ଼ା ସୂତ୍ରରେ ଦିଆଯିବ ତେବେ ସେହି ଭଡ଼ା ଉପରେ ଜିଏସଟି ଲାଗିବ। ନିକଟରେ ଏ ନେଇ ସ୍ପଷ୍ଟ କରିଛି ପତ୍ର ସୂଚନା କାର୍ଯ୍ୟାଳୟର ଫ୍ୟାକ୍ଟ ଚେକ୍ ଶାଖା।

ପିଆଇବି ର ସୂଚନା ଅନୁଯାୟୀ, ଘରକୁ ଯଦି ବ୍ୟବସାୟ କାର୍ଯ୍ୟକଳାପ ପାଇଁ ଭଡ଼ା ସୂତ୍ରରେ ଦିଆଯିବ ତେବେ ସେହି ଭଡ଼ା ଉପରେ ଜିଏସ୍‌ଟି ଲାଗିବ। କିନ୍ତୁ ରହଣି ଉଦ୍ଦେଶ୍ୟରେ କାହାକୁ ଘର ଦେଲେ ସେହି ଭଡ଼ା ଉପରେ କୌଣସି ଜିଏସ୍‌ଟି ଲାଗିବ ନାହିଁ। ଏଭଳିକି କୌଣସି ସଂସ୍ଥାର ତତ୍ତ୍ବାବଧାୟକ କିମ୍ବା ସହଯୋଗୀ ଆବାସିକ ଗୃହକୁ ବ୍ୟକ୍ତିଗତ ବ୍ୟବହାର ପାଇଁ ଦେବେ ତାହା ଉପରେ ମଧ୍ୟ ଜିଏସଟି ଲାଗୁ ହେବନାହିଁ।

ବର୍ତ୍ତମାନ ସୁଦ୍ଧା କେବଳ କମର୍ସିଆଲ୍ ସମ୍ପତ୍ତି ଭଡ଼ା ଉପରେ ଜିଏସଟି ଲାଗୁ କରାଯାଉଛି। ମାତ୍ର ଚଳିତ ମାସ ୧୮ରୁ ସେହି ସବୁ ପ୍ରକାର ଭଡ଼ା ଉପରେ ଜିଏସଟି ଲାଗିବ ଯାହାକୁ କମର୍ସିଆଲ୍ କାମ ପାଇଁ ବ୍ୟବହାର କରାଯାଉଛି। ଜିଏସ୍‌ଟି ପରିଷଦର ୪୭ତମ ବୈଠକରେ ଏହି ନିଷ୍ପତ୍ତି କୁ ଅନୁମୋଦନ ପ୍ରଦାନ କରାଯାଇଛି।

ଯଦି ଜିଏସ୍‌ଟି ପାଇଁ ପଞ୍ଜୀକରଣ କରିଥିବା କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଆବାସିକ ଗୃହକୁ ବ୍ୟବସାୟ କାମ ପାଇଁ ଦେଇଥିବେ ତେବେ ସେଥିରୁ ଯେଉଁ ଭଡ଼ା ମିଳୁଛି ତାହା ଉପରେ ଜିଏସ୍‌ଟି ଲାଗିବ। ଭଡ଼ା ନେଉଥିବା ବ୍ୟକ୍ତିଙ୍କୁ ୧୮% ଜିଏସ୍‌ଟି ଦେବାକୁ ପଡ଼ିବ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *