Breaking News

ସରକାର ଙ୍କ ବଡ ନିଷ୍ପତି !! ପୁଣି ଲିଟର ପିଛା 7 ଟଙ୍କା ଶସ୍ତା ହେବ ପେଟ୍ରୋଲ … ଦେଖନ୍ତୁ

ଉପଭୋକ୍ତା ମାନଙ୍କ ପାଇଁ ଆଶ୍ୱସ୍ତିଜନକ ଖବର। କମିବାକୁ ଯାଉଛି ପେଟ୍ରୋଲ ଏବଂ ଡିଜେଲ୍ ଦର। ଗତ କିଛି ମାସ ଧରି ସ୍ଥିର ଥିବା ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ଆସନ୍ତା ସମୟରେ ହ୍ରାସ ପାଇବାକୁ ଯାଉଛି। ଲିଟର ପିଛା ଦର ୭ ଟଙ୍କା ଭଳି କମିପାରେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସମୟରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି।

ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୯୦ ଡଲାର ରହିଛି। ଏହାପରେ ବ୍ୟାରେଲ ପିଛା ମୂଲ୍ୟ ୮୭ ଡଲାରକୁ ଖସିପାରେ ବୋଲି ଅନୁମାନ କରାଯାଉଛି। ଏହା ବ୍ୟତିତ ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଲାଗୁ ହୋଇଥିବା ଶୁଳ୍କ ସରକାର କମାଇଛନ୍ତି। ଏହି କାରଣରୁ ବିଶେଷଜ୍ଞ କହିଛନ୍ତି, ଦୀପାବଳି ସୁଦ୍ଧା ଖାଉଟିଙ୍କୁ ଆଶ୍ୱସ୍ତି ଦେଇ କମ୍ପାନି ଗୁଡିକ ତୈଳର ମୂଲ୍ୟରେ ହ୍ରାସ କରିପାରନ୍ତି।

କିଛି ମାସ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ୍ ର ମୂଲ୍ୟ ସ୍ଥିର ରହିଛି। ଏହାପରେ ପେଟ୍ରୋଲ ଓ ଡିଜେଲ୍ ର ମୂଲ୍ୟରେ ହ୍ରାସ ଖବର ଉପଭୋକ୍ତା ମାନଙ୍କୁ ଆଶ୍ୱସ୍ତି ଦେଇଛି। ସୋମବାର ସଂଧ୍ୟାରେ ଅନ୍ତର୍ଜାତୀୟ ବାଜରରେ ଅଶୋଧିତ ତୈଳର ମୂଲ୍ୟରେ ଦୁଇ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା।

ପରିସଂଖ୍ୟାନ ଅନୁସାରେ, ବ୍ରେଣ୍ଟ କ୍ରୁଡ ଅଏଲରେ ମୂଲ୍ୟ ୨.୪୪ ପ୍ରତିଶତ ହ୍ରାସ ସହ ୮୯.୧୨ ଡଲାର ପ୍ରତି ବ୍ୟାରେଲ ବ୍ୟବସାୟ କରୁଥିଲା। ଅନ୍ୟପଟେ ଆମେରିକୀୟ କ୍ରୁଡ ଅଏଲ ମୂଲ୍ୟ ଡବ୍ଲୁଟିଆଇ ୨.୮୭ ପ୍ରତିଶତ ହ୍ରାସ ସହ ବ୍ୟାରେଲ ପିଛା ୮୨.୭୪ ଡଲାରରେ କାରବାର କରିଥିଲା। ତେବେ ବିଶେଷଜ୍ଞଙ୍କ ଅନୁମାନ ଏହା ଆହୁରି କମିପାରେ।
ଉଲ୍ଲେଖଯୋଗ୍ୟ ଯେ, ୭ ମାସ ଭିତରେ ଅଶୋଧିତ କୈଳର ମୂଲ୍ୟରେ ୩୯ ପ୍ରତିଶତରୁ ଅଧିକ ହ୍ରାସଘଟିଛି। ମାର୍ଚ୍ଚ ମାସରେ କ୍ରୁଡ ଅଏଲର ମୂଲ୍ୟ ବ୍ୟାରେଲ ପିଛା ୧୪୭ ଡଲାର ସର୍ବୋଚ୍ଚ ସ୍ତରରେ ଥିଲା। ବର୍ତ୍ତମାନ ସମୟରେ ଏହା ୯୦ ଡଲାରରୁ ତଳେ ରହିଛି। ଏହାର ଅର୍ଥ ଏହି ସାତ ମାସରେ ଅଶୋଧିତ ତୈଳର ମୂଲ୍ୟରେ ୩୯.୩୬ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି।

ଆଇଆଇଏଫଏଲର ଉପାଧ୍ୟକ୍ଷ ଅନୁଜ ଗୁପ୍ତାଙ୍କ କହିବାନୁଯାୟୀ, ଅଶୋଧିତ ତୈଳର ମୂଲ୍ୟରେ ହ୍ରାସ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ହ୍ରାସ ଘଟିବାର ବଡ଼ ସମ୍ଭାବନା ରହିଛି। ଦୀପାବଳି ସୁଦ୍ଧା ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୫ରୁ ୭ ଟଙ୍କା ହ୍ରାସ ହୋଇପାରେ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *