Breaking News

ସଲମାନ ଙ୍କ ସହିତ ବିଗ୍ ବସ ରେ(Big Boss) ଦେଖାଦେବେ ଅଭିନେତ୍ରୀ ପ୍ରକୃତି ମିଶ୍ର(Prakruti Mishra) !!

ଭାରତର ଲୋକପ୍ରିୟ ରିଆଲିଟି ଶୋ ବିଗ୍ ବସ୍ ରେ ଭାଗନେବେ ପ୍ରକୃତି ମିଶ୍ର। ଯାହା ଚର୍ଚ୍ଚା ହେଉଛି ବିଗ୍ ବସ୍ ର ଆଗାମୀ ସିଜନ୍ ରେ ଲୋକମାନେ ପ୍ରକୃତି ମିଶ୍ର ଙ୍କୁ ଦେଖିବାକୁ ପାଇବେ। ଏଠାରେ କହିରଖିବାକୁ ଚାହୁଁଚୁ ଯେ ପ୍ରକୃତି ମିଶ୍ର ଆଗରୁ ଏମ ଟିଭି ରେ ପ୍ରସାରିତ ଏସ୍ ଅଫ୍ ସ୍ପେସ ନାମକ ଏକ ହିନ୍ଦୀ ରିଆଲିଟି ଶୋ ରେ ପ୍ରତିଯୋଗୀ ଭାବରେ ଯୋଗ ଦେଇଥିଲେ। ଆଉ ସେଥିରେ ୬ ନମ୍ୱର୍ ସ୍ଥାନରେ ମଧ୍ୟ ରହିଥିଲେ।

ସେହି ରିଆଲିଟି ଶୋ ମାଧ୍ୟମରେ ହିଁ ତାଙ୍କୁ ସମସ୍ତେ ଚିହ୍ନିଥିଲେ। ମାୟା ନଗରୀ ମୁମ୍ବାଇ ରେ ରହି ପ୍ରକୃତି ଅନେକ ସଂଘର୍ଷ କରିଥିଲେ। ଆଉ ଏହାପରେ ସେ କିଛି ହିନ୍ଦୀ ଧାରାବାହିକରେ ଅଭିନୟ କରିବାର ସୁଯୋଗ ବି ପାଇଥିଲେ। ତେବେ ବର୍ତ୍ତମାନ ଯାହା ଚର୍ଚ୍ଚା ହେଉଛି ଆଗକୁ ଆସୁଥିବା ବିଗ୍ ବସ୍ ର ସିଜନ ରେ କୁଆଡେ ଦେଖିବାକୁ ମିଳିବ ପ୍ରକୃତି ମିଶ୍ରଙ୍କୁ।

ବିଗ୍ ବସ୍ ହେଉଛି ଭାରତର ଏକ ବଡ ରିଆଲିଟି ଶୋ। ଯେଉଁଥିରେ ପ୍ରତିଯୋଗୀ ମାନେ ଗୋଟିଏ ଘରେ ୩ ମାସ ପର୍ଯ୍ୟନ୍ତ ଏକାଠି ରୁହନ୍ତି। ପ୍ରତିଯୋଗୀ ମାନଙ୍କର ୨୪ ଘଣ୍ଟାର କାର୍ଯ୍ୟକଳାପକୁ କ୍ୟାମେରା ମାଧ୍ୟମରେ ରେକର୍ଡ କରାଯାଏ। ଯାହାକୁ ସାଧାରଣ ଲୋକମାନେ ଟିଭି ପରଦାରେ ଦେଖିବାକୁ ପାଆନ୍ତି।


ଏହି ଶୋ ପ୍ରତିଯୋଗୀ ମାନଙ୍କର ଅସଲ ଚେହେରା କୁ ଲୋକ ମାନଙ୍କ ସାମ୍ନାକୁ ଆଣିଥାନ୍ତି। ଏହି ଶୋ ର ଉପସ୍ଥାପନା ଦିଅନ୍ତି ଓଲିଉଡ଼ ର ସୁପରଷ୍ଟାର ଅଭିନେତା ସଲମାନ୍ ଖାନ୍। ତେବେ ବର୍ତ୍ତମାନ କୁଆଡେ ପ୍ରକୃତି ମିଶ୍ର ବିଗ୍ ବସ ରେ ସୁଯୋଗ ପାଇଛନ୍ତି । ଆଉ ହୁଏତ ଆଗାମୀ ବିଗ୍ ବସ୍ ସିଜନ୍ ରେ ଦେଖିବାକୁ ମିଳିବ ପ୍ରକୃତି ମିଶ୍ର ଙ୍କୁ।

ତେବେ ଗତ ୨୩ ତାରିଖରେ ଘଟିଯାଇଥିବା ଘଟଣା ପ୍ରକୃତୀଙ୍କ ଜୀବନରେ ଏକ ଦୁଃଖର ସମୟ ଆଣିଦେଇଥିଲା। କିନ୍ତୁ ସେ ନିଜକୁ ବାରମ୍ବାର ପ୍ରମାଣିତ କରିବାକୁ ଏବେ ବି ଚେଷ୍ଟା କରିବେ ।ତେବେ ଦେଖିବା ବାକି ରହିଲା ପ୍ରକୃତି ମିଶ୍ର କେବେ ବିଗ୍ ବସ୍ ରେ ଆସୁଛନ୍ତି ଆଉ ଜୀବନର ଏହି ଦୁଃଖ ସମୟକୁ କିଭଳି ହଜାଇ ଦେଉଛନ୍ତି।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *