ଆଜିକାଲିର ଡିଜିଟାଲ ଦୁନିଆରେ ସବୁ ଲୋକ ସୋସିଆଲ ମିଡିଆ ସହ ଜଡ଼ିତ ଅଛନ୍ତି। ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ ଭିନ୍ନ ଭିନ୍ନ ଧରଣର ଭିଡିଓ ସବୁ ଭାଇରାଲ୍ ହୋଇଥାଏ। ଏହି ଭିଡିଓ ଭିତରୁ ଏଭଳି ବି କିଛି ଭିଡିଓ ଥାଏ ଯାହା ଲୋକ ମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ତେବେ ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ନିଜର ହସ ରୋକିପାରିବେ ନାହିଁ।
ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଜଣେ ଅଜ୍ଞାତ ବ୍ୟକ୍ତି ସ୍ପାଇଡର ମ୍ୟାନ୍ ପୋଷାକରେ ସାନ୍ତାଳୀ ମହିଳା ମାନଙ୍କ ସହ ନାଚୁଛନ୍ତି। ଆଉ ତାହା ପୁଣି ତାଙ୍କ ଲୋକ ସଙ୍ଗୀତରେ। ଏହି ଭିଡିଓ ଟି ପଶ୍ଚିମବଙ୍ଗର ଏକ ବଜାରରେ ସୁଟ୍ କରାଯାଇଥିବା ଜଣାପଡିଛି। ଏହି ଭିଡିଓ ଟିକୁ କୋଲକାତା ଇଲ୍ୟୁଜନ ଆକାଉଣ୍ଟ୍ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯିବା ସହିତ କ୍ୟାପସନ ରେ ଲେଖାଥିଲା, ‘ମିଷ୍ଟର ସ୍ପାଇଡର ୨୦୧୪ ସୋନାଯୁରି ରେ ଏନଞ୍ଜୟ୍ କରୁଛନ୍ତି।’
ଏହି ଭିଡିଓ ଟି ସୋସିଆଲ ମିଡିଆରେ ସେୟାର ହେବା ପରଠାରୁ ଏହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ଏପର୍ଯ୍ୟନ୍ତ ୪୪ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଆଉ ୪ ହଜାର ରୁ ଅଧିକ ଲାଇକ ମଧ୍ୟ ମିଳି ସାରିଲାଣି। ସ୍ପାଇଡର ମ୍ୟାନ ଭଳି ପୋଷାକ ପିନ୍ଧିଥିବା ଏହି ବ୍ୟକ୍ତି ମଜାଳିଆ ଢ଼ଙ୍ଗରେ ନାଚିବା ସହିତ ଠୁମକା ମାରୁଥିବା ଏହି ଭିଡିଓ ରେ ଦେଖିବାକୁ ମିଳୁଛି।
ଏହି ସମୟରେ ପାଖରେ ଠିଆ ହୋଇଥିବା ଲୋକ ମାନେ ମଧ୍ୟ ଏହି ଏହାର ଖୁବ୍ ମଜା ନେଉଥିବା ଦେଖିବାକୁ ମିଳୁଛି। ସ୍ପାଇଡର ମ୍ୟାନ ଏଭଳି ଏକ ଚରିତ୍ର ଯାହାକୁ ସମଗ୍ର ବିଶ୍ଵର ଲୋକମାନେ ଜାଣନ୍ତି। ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ଏହି ଚରିତ୍ର କୁ ଖୁବ୍ ଭଲ ପାଇବା ଦିଅନ୍ତି।
ତେବେ ଏହି ଭିଡିଓ ଦେଖି ଜଣେ ସୋସିଆଲ ମିଡ଼ିଆ ୟୁଜର ଲେଖିଛନ୍ତି,’ ଏ ସ୍ପାଇଡର ମ୍ୟାନ କୁ ଦେଖି ମୋ ଦିନ ବନିଗଲା’। ତେବେ ଯାହା ବି ହେଉ ସତ କଥାଟି ହେଉଛି, ଏହି ଭିଡିଓ ରେ ସ୍ପାଇଡର ମ୍ୟାନ ନାଚ ଦେଖିଲେ ଆପଣଙ୍କ ମନ ବି ଖୁସି ହେଇଯିବ।