ଆଇଁସ ଖାଇଲେ ସାପ ମାରି ଦେବ । ଏହି ଗାଁ ରେ ଆଇଁସ ଖାଇବା ଦୂରର କଥା ଏଇଠି ଆଇଁସ ପାଶେ ହିଁ ନାହିଁ । ସାରା ରାଜ୍ୟ ରେ ହେତୁବାଦି ମାନଙ୍କ ର ସୂର୍ଯ୍ୟ ପରାଗ ରେ ଆମିଷ ଖାଇବା କୁ ନେଇ ସବୁ ଆଡ଼େ ଚର୍ଚ୍ଚା ରେ ରହିଛି କିନ୍ତୁ ଆଜି ଆମେ ଆପଣ ମାନଂକୁ ଏମିତି ଏକ ଗାଁ ରେ ବିଷୟ ରେ କହିବାକୁ ଯାଉଛୁ ଯେଉଁ ଗାଁ ରେ ନା ଆମିଷ ଖାଉଛନ୍ତି ନା ଗାଁ ରେ ଆମିଷ ପଶୁଛି । ଏହି ଗାଁ ର ନାଁ ହେଉଛି ବେଣ୍ଟଶାଳିଆ । ବେଣ୍ଟଶାଳିଆ ଗାଁ ରେ ଗୋପାଳ ଓ ବୈଷ୍ଣବ ଜାତି ର ଲୋକ ମାନେ ବସବାସ କରନ୍ତି । ଏସିଅ ମହା ଦେଶ ର ସବୁ ଠାରୁ ବଡ଼ ଗାଁ ହେଉଛି ଭୁବନ ଆଉ ଭୁବନ ବ୍ଲକ ରେ ରହିଛି ବେଣ୍ଟଶାଳିଆ ଗ୍ରାମ୍ ।
ଏହି ଗାଁ ରେ ବସବାସ କରନ୍ତି ଗୋପାଳ ଓ ବୈଷ୍ଣବ ର 60 ଟି ପରିବାର । ଗ୍ରାମ ର ପୂର୍ବ ଦିଗ ରେ ରହିଛି କୂଳଦେବୀ ମାଅ ସୁନାଝରି ଓ ରାଧା କୃଷ୍ଣ ଙ୍କ ମନ୍ଦିର । ପିଢ଼ି ପରେ ପିଢ଼ି ଆମିଷ ଖାଉ ନାହାନ୍ତି କି ଆମିଷ ଗାଁ ରେ ପୁରେଇ ଦେଉ ନାହାନ୍ତି । ପୂର୍ବ ପୁରୁଷ କହିଛନ୍ତି ଗାଁ ରେ ଆମିଷ ପଶିଲେ କି ଆମିଷ ଖାଇଲେ ସାପ କାମୁଡିବ ନହେଲେ ଆଖି ଫୁଟି ଯିବ । ସେହି ପ୍ରଥା କୁ ନେଇ ଆଜି ପର୍ଯ୍ୟନ୍ତ ପୂର୍ବ ପୁରୁଷ ଙ୍କ କଥା କୁ ମାନି ନିରାମିଷ ଖାଉଛନ୍ତି ଲୋକ ।
କାହିଁ କେଉଁ କାଳ ରୁ ବିଶ୍ବାସ ରହି ଆସିଛି ଦିନେ ଜଣେ ମାଛ ବେପାରୀ ମାଛ ନେଇ ହଠାତ ଗାଁ ଭିତର କୁ ପଲେଇ ଆସିଥିଲା ଆଉ ସେ ଆମିଷ ଆଣି ଗାଁ ଭିତ ରେ ଭର୍ତ୍ତି କରି ଥିବାରୁ ଗଛ ରେ ଥିବା ଗୋଖର ସାପ ହଠାତ ସେ ମାଛ ବେପାରୀ କୁ କ-ମୁ-ଡି ଦେଇ ଥିଲା । ସେହି ଦିନ ଠାରୁ ଏଠାରେ ଆମିଷ ଖାଇବା ଦୂର ର କଥା ଏଠି ଆମିଷ ପଶେ ନାହିଁ । ଏଠି ମଣିଷ ତ ନିରାମିଷ ତାହା ସହ ଏଠି ବାଦ ବି ପଡି ନାହାନ୍ତି ବିଲେଇ କୁକୁର ।
ଏମାନେ ବି ଏଇଠି ମଣିଷ ସହିତ ନିରାମିଷ । ନାଁ ଏମାନେ ଆମିଷ୍ ଖୋଜୁଛନ୍ତି ନା ଆମିଷ ପାଇଁ ଗାଁ ଛାଡି ଯାଉଛନ୍ତି । ସେଥି ପାଇଁ ଆଖପାଖ ଗାଁ ର ବେଣ୍ଟଶାଳିଆ ଗାଁ ର ସମ୍ପର୍କ ନିଆରା ଅଟେ । ଏହି ଗାଁ ରେ ଅଙ୍ଗନାଡି ଓ ସ୍କୁଲ କୁ ସରକାର ଙ୍କ ତରଫ୍ ରୁ ଯେଉଁ ଅଣ୍ଡା ମିଳୁଛି ତା ବଦଳ ରେ ସ୍କୁଲ ପିଲା ଙ୍କୁ ଫଳ ଦେଉଛନ୍ତି ଛାତ୍ର ଛାତ୍ରୀ ମାନଂକୁ । ଏଠି ଛୋଟ ପିଲା ରୁ ବୟସ୍କ ଲୋକ ଯାଏ କେହି ବି ଆମିଷ ଖାଇବା ପାଇଁ ଖୋଜନ୍ତି ନାହିଁ । ସେଇଠି ପାଇଁ ଏହି ଗାଁ କୁ ନିରାମିଷ ର ଗାଁ ବେଣ୍ଟଶାଳିଆ କୁହନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।