ଓଲିଉଡ଼ ର ଲୋକପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନ ଓଡ଼ିଆ ସିନେମା ଜଗତର ସେ ଜଣେ ଆଗଧାଡିର ଅଭିନେତା।ସିନେମାରେ ତାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଲୋକ ମାନଙ୍କ ହୃଦୟରେ ଏକ ନିଆରା ସ୍ଥାନ ଦେଇଛି। ରାଜ୍ୟରେ ବାବୁଶାନ୍ ଙ୍କର ଖୁବ୍ ଫ୍ୟାନ ଫଲୋଇଙ୍ଗ ରହିଛି। ଦର୍ଶକ ମାନଙ୍କୁ ସେ ଅନେକ ନୂଆ ଧରଣର ସିନେମା ଭେଟି ଦେଇଛନ୍ତି।
ନିଜର ନିଆରା ଅଭିନୟ ଶୈଳୀ ପାଇଁ ଆଜି ସେ ଦର୍ଶକ ମାନଙ୍କ ହୃଦୟରେ ରାଜ୍ କରୁଛନ୍ତି। ତେବେ ନିଜର ଅଭିନୟ ପାଇଁ ବାବୁଶାନ୍ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ। ନିକଟରେ ପ୍ରକୃତି ମିଶ୍ର ଙ୍କ ବାବୁଶାନ୍ ଙ୍କ ପତ୍ନୀ ତୃପ୍ତି ଓ ବାବୁଶାନ୍ ଙ୍କୁ ନେଇ ଦେଖା ଦେଇଥିବା ବିବାଦ ଓଡ଼ିଶାର ବହୁ ଚର୍ଚ୍ଚିତ ଖବର ପାଲଟିଥିଲା।
ଏବେ ବି ଏହି ମାମଲାରେ ପୂର୍ଣ୍ଣଛେଦ ପଡ଼ିନାହିଁ । ଏବେ ବି ଏହି ବହୁ ଚର୍ଚ୍ଚିତ ମାମଲାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଗୋଟିଏ ପଟେ ତୃପ୍ତି ଏହି ଘଟଣା ପର ଠାରୁ ନିଜ ବାପା ଘରେ ଥିବା ବେଳେ ବାବୁଶାନ୍ ଏବେ ନିଜ ବାପା ମା ଙ୍କ ପାଖରେ ରହୁଛନ୍ତି।
ତେବେ ଯେପରିକି ସମସ୍ତେ ଜାଣିଥିବେ ବାବୁଶାନ୍ ୨୦୧୪ ମସିହାରେ ବାବୁଶାନ୍ ତୃପ୍ତି ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ ନିଜର ପିଲା ବେଳର ସାଙ୍ଗ ଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ଏକ ପୁଅ ମଧ୍ୟ ଅଛି। ହେଲେ ନିକଟରେ ଦୁହିଁଙ୍କ ବୈବାହିକ ଜୀବନରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାହାକୁ ନେଇ ଏବେ ତାଙ୍କ ସମ୍ପର୍କ କେଉଁ ମୋଡ଼ ନେବ ତାହା ସ୍ପଷ୍ଟ ଜଣା ପଡୁନାହିଁ।
ତେବେ ଏହି ବିବାଦ ଭିତରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ବାବୁଶାନ୍ ଓ ତୃପ୍ତି ଙ୍କ ରିସେପସନ ବେଳର ଏକ ଭିଡ଼ିଓ। ଏହି ଭିଡିଓ ରେ ଓଲିଉଡ଼ ଜଗତର ଅନେକ ସୁମନାଧନ୍ୟ କଳାକାର ମାନଙ୍କୁ ଦେଖିବାକୁ ମିଳୁଛି। ଏହି ଭିଡିଓ ରେ ବାବୁସାନ୍ ଓ ତୃପ୍ତି ମଧ୍ୟ ବେଶ୍ ଖୁସି ଥିବା ନଜର ଆସୁଛନ୍ତି।ଏହି ଭିଡିଓ ଦେଖିବା ପରେ ପୁଣିଥରେ ଦୁହିଁଙ୍କ ମଧ୍ୟରେ ସବୁ କିଛି ଠିକ୍ ହୋଇଯାଉ ବୋଲି ଫ୍ୟାନ୍ସ ମାନେ ଆଶା ରଖିଛନ୍ତି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।