ଓଲିଉଡ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତା ଅଛନ୍ତି ଯିଏ ନଜର ଜବରଦସ୍ତ ଅଭିନୟ ବଳରେ ନବେ ଦଶକରୁ ଆରମ୍ଭ କରି ଅଦ୍ୟାବଧି ଦର୍ଶକ ମାନଙ୍କ ହୃଦୟରେ ରାଜ୍ କରୁଛନ୍ତି। ତେବେ ଓଲିଉଡ ର ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର। ଯିଏକି ସମସ୍ତଙ୍କର ଅତି ପ୍ରିୟ ମୁନା ଭାଇ ଭାବରେ ଇଣ୍ଡଷ୍ଟ୍ରି ରେ ବେଶ୍ ପରିଚିତ। ନିଜ ଅଭିନୟ ସହିତ ବ୍ୟକ୍ତିତ୍ଵ କୁ ନେଇ ମଧ୍ୟ ସେ ବେଶ୍ ଚର୍ଚ୍ଚାରେ ଥାଆନ୍ତି।
ସିଦ୍ଧାନ୍ତ ମହାପାତ୍ର ଙ୍କୁ ଆଜି ବି ଦର୍ଶକ ମାନେ ବଡ଼ ପରଦାରେ ଲିଡ୍ ରୋଲ ରେ ଦେଖିବାକୁ ଚାହିଁ ରହିଛନ୍ତି। ଆପଣ ଜାଣିଥିବେ ପ୍ରଥମକରି ୧୯୯୩ ମସିହାରେ ଶ୍ରଦ୍ଧାଞ୍ଜଳି ସିନେମାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ସିଦ୍ଧାନ୍ତ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି।
ଏବେ ବି ତାଙ୍କର ଓଡ଼ିଶାରେ ଲୋକପ୍ରିୟତା କମି ନାହିଁ। ଏବେ ବି ସିଦ୍ଧାନ୍ତ ଙ୍କ ସିନେମା ଦେଖିବାକୁ ଲୋକଙ୍କ ମନରେ ସମାନ କ୍ରେଜ୍ ରହିଛି। ଓଡ଼ିଶାରେ ସିଦ୍ଧାନ୍ତ ଙ୍କର ବେଶ୍ ଫ୍ୟାନ ଫଲୋଇଙ୍ଗ ରହିଛି। କେବଳ ସାଧାରଣ ଜନତା ନୁହଁନ୍ତି ବଡ଼ ବଡ କଳାକାର ମଧ୍ୟ ମୁନା ଭାଇ ଙ୍କ ଫ୍ୟାନ। ତେବେ ସିଦ୍ଧାନ୍ତ ମହାପାତ୍ର ଙ୍କ ସେହିଭଳି ଜଣେ ଫ୍ୟାନ ହେଉଛନ୍ତି ଅଭିନେତା ଦେବାନନ୍ଦ।
ଯିଏକି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ ଖୁବ୍ ଶୀଘ୍ର ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି। ଏହି ନୂଆ ଓଡ଼ିଆ ଫିଲ୍ମ ଟିର ନାଁ ରହିଛି ଶଙ୍କର। ଯାହାକି ଆଗାମୀ ବର୍ଷ ରିଲିଜ୍ ହୋଇପାରେ ବୋଲି ସୂଚନା ମିଳିଛି। ତେବେ ଏହି ଫିଲ୍ମ ରେ ଏକ ଲିଡ ରୋଲ୍ ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ନଜର ଆସିବେ ଅଭିନେତା ଦେବାନନ୍ଦ।
ନିକଟରେ ଏକ ସାକ୍ଷାତକାର ସମୟରେ ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ଅଭିନୟ କରିବାର ଅନୁଭୂତି କୁ କ୍ୟାମେରା ଆଗରେ କହିଛନ୍ତି ଦେବାନନ୍ଦ। ସେ କହିଛନ୍ତି, ଛୋଟ ବେଳୁ ସିଦ୍ଧାନ୍ତ ମହାପାତ୍ର ଙ୍କ ସିନେମା ଦେଖି ବଡ଼ ହୋଇଛି। ତାଙ୍କର ଗୋଟିଏ ଗୋଟିଏ ଫିଲ୍ମ କୁ ୫୦-୬୦ ଥର ଦେଖିଛି। ତାଙ୍କ ଅଭିନୟ ସହିତ ତାଙ୍କ ବ୍ୟକ୍ତିତ୍ଵ ମତେ ବେଶ୍ ଭଲ ଲାଗେ। ପ୍ରଥମ ଥର ପାଇଁ ନିଜ ପ୍ରିୟ ଅଭିନେତା ଙ୍କ ସହିତ ସ୍କ୍ରିନ ସେୟାର କରି ଦେବାନନ୍ଦ ବେଶ୍ ଖୁସି ଥିବା କହିଛନ୍ତି।