Breaking News

” ସୁପରଷ୍ଟାର ଅନୁଭଵ ନାହାଁନ୍ତି ବୋଲି ଫିଲ୍ମ ଚାଲୁନି ” : ଏମିତି କହିଲେ କମେଡିଆନ ରବି କୁମାର … ଦେଖନ୍ତୁ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ହାସ୍ୟ ଅଭିନେତା ଅଛନ୍ତି ଯିଏ ନିଜର ପରିଶ୍ରମ ଓ ଦକ୍ଷତା ବଳରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ତେବେ ଓଲିଉଡ ର ସେହିଭଳି ଜଣେ ଜଣାଶୁଣା ହାସ୍ୟ ଅଭିନେତା ହେଉଛନ୍ତି ରବି କୁମାର। ଅନେକ ଗୁଡ଼ିଏ ସିନେମାରେ ଆପଣ ତାଙ୍କର ଜବରଦସ୍ତ କମେଡି ଦେଖିବାକୁ ପାଇଥିବେ।

ତେବେ ଦୀର୍ଘ ଦିନ ହେବ ସେ କୌଣସି ଓଡ଼ିଆ ସିନେମାରେ ନଜର ଆସିନାହାନ୍ତି। ତେବେ ନିକଟରେ କ୍ୟାମେରା ଆଗରେ ଏକ ବାଇଟ ଦେଇଥିଲେ କମେଡିଆନ ରବି କୁମାର। ଏହି ସମୟରେ ସେ ବର୍ତ୍ତମାନ ସମୟରେ ଓଡ଼ିଆ ଇଣ୍ଡଷ୍ଟ୍ରି ନ ଚାଲିବାର କିଛି କାରଣ କହିଥିଲେ। ଏହି ସମୟରେ ଯେତେବେଳେ ମିଡିଆ ବାଲା ତାଙ୍କୁ ପ୍ରଶ୍ନ କରିଥିଲେ ଯେ ବର୍ତ୍ତମାନ ସମୟରେ ଓଡ଼ିଆ ଫିଲ୍ମ ନ ଚାଲିବାର କାରଣ କଣ?

ଏହାର ଉତ୍ତର ଦେବାକୁ ଯାଇ ଅତି ମଜାଳିଆ ଢଙ୍ଗରେ ରବି କହିଥିଲେ, ବର୍ତ୍ତମାନ ଓଡ଼ିଆ ସିନେମାର ଦେହ ଖରାପ ହୋଇଯାଇଛି। ଲକ୍ ଡାଉନ୍ ଗଲା ଏବେ ସିନେମା ର ଦେହ ଭଲ ହେବ। ଲୋକ ମାନେ ମଧ୍ୟ ସିନେମା ଦେଖିବାକୁ ଯିବେ। ଯଦି ବିଗ୍ ବଜେଟ ରେ ଫିଲ୍ମ ହେବ ତେବେ ଲୋକ ମାନେ ନିଶ୍ଚୟ ଦେଖିବାକୁ ଯିବେ। କପି ଫିଲ୍ମ ନ କରି ଯଦି ଓଡ଼ିଶାର ପରମ୍ପରା ସଂସ୍କୃତି କୁ ନେଇ ଫିଲ୍ମ ତିଆରି କରାଯିବ ତେବେ ତାହା ନିଶ୍ଚୟ ହିଟ୍ ହେବ।

ତେବେ ଏହି ସମୟରେ ସୁପରଷ୍ଟାର ଅଭିନେତା ଅନୁଭଵ ମହାନ୍ତି ଙ୍କ କଥାକୁ ମନେ ପକାଇ ଯେତେବେଳେ ରବି କୁମାର ଙ୍କୁ ପଚରା ଯାଇଥିଲା ଯେ ସେ ରାବଣ ହେବାକୁ ଚାହୁଁଛନ୍ତି ନାଁ ରାଜା। ଏହା ଉତ୍ତରରେ ସେ କହିଥିଲେ, ରାବଣ, କାରଣ ରାଜା ହେଉଛନ୍ତି ଜଣେ ଅନୁଭଵ ମହାନ୍ତି। ସେ ନାହାଁନ୍ତି ବୋଲି ଫିଲ୍ମ ଚାଲୁନାହିଁ। ସେ ଆସିଲେ ଫିଲ୍ମ ସୁପରହିଟ ହେବ।

ତେବେ ସୂଚନା ଯୋଗ୍ୟ ଯେ, ଆଗକୁ ଆସିବାକୁ ଯାଉଛି ଅଭିନେତା ଅନୁଭବ ମହାନ୍ତି ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ରାବଣ। ଯାହାର ସୁଟିଂ ବର୍ତ୍ତମାନ ଜୋର୍ ସୋର ରେ ଜାରି ରହିଛି। ତେବେ ଏହି ଫିଲ୍ମ ଓଡ଼ିଆ ଦର୍ଶକ ମାନଙ୍କୁ ପୁଣି ପ୍ରେକ୍ଷାଳୟ କୁ ଟାଣି ଆଣିବ ବୋଲି ସମସ୍ତେ ଆଶା ରଖିଛନ୍ତି। ତେବେ ଏହି ଫିଲ୍ମ ଟି ଅନୁଭବ ଙ୍କୁ କେତେ ସଫଳତା ଆଣିଦେଉଛି ତାହା ଆଗାମୀ ସମୟ କହିବ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *