Breaking News

ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର (Sidhant Mohapatra) କହିଲେ ବାବୁସାନ ଘଟଣାକୁ ନେଇ ମୁଁ ଦୁଃଖିତ – ଦେଖନ୍ତୁ ଭିଡିଓ

ଆପଣ ମାନଙ୍କ ର ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ମାନେ ଆପଣ ଙ୍କ ପ୍ରିୟ ମୁନା ଭାଇ । ତାଙ୍କ ଅଭିନୀତ ସମସ୍ତ ଚଳଚିତ୍ର ହେଉ କି ଧାରାବାହିକ ଓଡିଆ ଦର୍ଶକ ମାନଙ୍କୁ ବହୁତ ପସନ୍ଦ କରିଥାନ୍ତି। ତାଙ୍କର ଜବରଦସ୍ତ ଅଭିନୟ ପାଇଁ ସେ ଆଜି ବି ଓଡିଆ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି କହିଲେ ଭୁଲ ହେବ ନାହିଁ । ସେ ଖାଲି ଅଭିନେତା ନୁହନ୍ତି ସେ ଜଣେ ରାଜନେତା ମଧ୍ୟ ।

ସିଦ୍ଧାନ୍ତ ମହାପାତ୍ର ଓଟିଭିର ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ଖୋଲାକଥା ରେ ଅତିଥି ହୋଇ ଯାଇଥିଲେ। ଯେଉଁଥିରେ ଖୋଲାକଥାର ଉପସ୍ଥାପକ ମନୋରଞ୍ଜନ ଯୋଶୀ ତାଙ୍କୁ ଅଭିନୟ ଓ ରାଜନୀତି ସମ୍ପର୍କରେ ଅନେକ କିଛି ପ୍ରଶ୍ନ କରିଥିଲେ ଯାହାର ଉତ୍ତର ସିଦ୍ଧାନ୍ତ ମହାପାତ୍ର ମନଖୋଲି ଦେଇଥିଲେ ।

ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରଥମେ ଆଜିର ଓଡିଆ ସିନେମାର ପ୍ରମୁଖ ସମସ୍ୟା କପି ସିନେମାକୁ ନେଇ ପ୍ରଶ୍ନ କରାଯାଇଥିଲା ଯାହାର ଉତ୍ତର ସିଦ୍ଧାନ୍ତ କହିଥିଲେ ଆଜି ଓଡିଆ ସିନେମାର ଏଇ ଅବସ୍ଥା ପାଇଁ ତାହା ଏକ ପ୍ରମୁଖ କାରଣ ଅଟେ ଆମେ ଆମର ମୌଳିକତାକୁ ଭୁଲି ସିନେମାର ପ୍ରତି ଟି ପାର୍ଟ ବି କପି କରୁଛେ  । ଫଟୋ କପି କଲା ପରି ସବୁକିଛି ଆମେ କପି କରୁଛେ ।

ଏଥି ପାଇଁ ପ୍ରଯୋଜକ, ନିର୍ଦେଶକ, ଅଭିନେତାଙ୍କ ସହ ସରକାର ବି ଦାୟୀ । ପ୍ରଯୋଜକ ମାନେ ଗୋଟେ ଭଲ ସିନେମା କରିବାର ମନ ନେଇ ଆସନ୍ତୁ ବୋଲି ସିଦ୍ଧାନ୍ତ କହିଥିଲେ । ଏହା ସହିତ ଏହି ସମସ୍ୟାକୁ ଦୂର କରିବା ପାଇଁ ହେଲା ଆମ ସମସ୍ତଙ୍କର ମିଳିତ ଉଦ୍ୟମ ଦରକାର ବୋଲି ସିଦ୍ଧାନ୍ତ କହିଥିଲେ ।

ସିଦ୍ଧାନ୍ତଙ୍କୁ ଆଉ ଏକ ପ୍ରଶ୍ନ କରଯାଇଥିଲା ଯେଉଁଥିରେ ତାଙ୍କୁ ପଚରାଯାଇଥିଲା ଆଜିର ଦିନରରେ କଣ ଜଣେ ସିନେମାକୁ ନେଇ ସ୍ଵପ୍ନ ଦେଖି ପାରିବା ତା ପାଇଁ ଓଡିଆ ସିନେମାରେ ଏକ ଭଲ କ୍ୟାରିଅର ସ୍କୋପ ଅଛି କି ? ଏହାର ଉତ୍ତର ସିଧା ସଳଖ ଦେଇ କହିଥିଲେ ବର୍ତ୍ତମାନର ପରିସ୍ଥିତିରେ ନାହିଁ ।

ଆପଣ ମାନେ ଜାଣିଥିବେ ଏବେ ବାବୁଶାନ ପ୍ରକୃତି ବିବାଦକୁ ନେଇ ସାରା ଓଡିଶାରେ ଚହଳ ସୃଷ୍ଟି ହୋଇଥିଲା । ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ପ୍ରକୃତିଙ୍କୁ ନେଇ ଅନେକ ଆରୋପ କରିଥିଲେ ଯାହାର ସମର୍ଥନରେ ତାଙ୍କ ଶାଶୂ ଅପରାଜିତା ମଧ୍ୟ କରିଥିଲେ।

ଏହି ଘଟଣାକୁ ନେଇ ଉପସ୍ଥାକ ପଚାରିଥିଲେ ପୁତୁରା ବାବୁଶାନଙ୍କ ଘଟଣାକୁ ନେଇ କଣ କହିବେ । ସିଦ୍ଧାନ୍ତ ଏହାର ଉତ୍ତରରେ କହିଥିଲେ ଏହି ଘଟଣାକୁ ନେଇ ସେ ବହୁତ ଦୁଃଖିତ । ପୁଅର ଉଚ୍ଚତା ନିଜ ଉଚ୍ଚତା ସହ ସମାନ ହେଇଗଲେ ସେ ଆମ ବନ୍ଧୁ ହୋଇ ଯାଆନ୍ତି । ସେ ଭୁଲ କରିଛି କି ଠିକ କରିଛି ସେ କଥାକୁ ସେ ଏଡେଇ ଯାଇଥିଲେ । ସେ ଆହୁରି କହିଥିଲେ ଇଣ୍ଡଷ୍ଟ୍ରି ଏମିତି ଘଟଣା କେଉଁଠି ବି ମୋତେ ବହୁତ କଷ୍ଟ ଲାଗିଥାଏ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *