ଦର୍ଶକ ବନ୍ଧୁ ଚାଲିଛି ଅକ୍ଟୋବର ମାସ , ଲୋକ ମାନ ଙ୍କ ମନ୍ ରେ ବାତ୍ୟା ର ଭୟ । ୨୪ ତାରିଖ କୁ ନେଇ ବଢିଲା ଚର୍ଚ୍ଚା , ଭୟ ରେ ଛାନିଆ ଉପକୂଳ ବାସୀ । ଅକ୍ଟୋବର ମାସ ହେବା ମାତ୍ର କେ ବାତ୍ୟା ଭୟ ଆସୁଛି ଓଡ଼ିଶା ବାସୀ ମାନ ଙ୍କ ମନ ରେ , ତେବେ ୨୪ ତାରିଖ ରେ ବାତ୍ୟା ଆସୁଥିବାର ଖବର ପ୍ରସାରିତ ହେବା ପରେ ସମସ୍ତେ ଚିନ୍ତା ରେ ।
ବର୍ତ୍ତମାନ୍ ସମୟ ରେ ଦକ୍ଷିଣ ଆଣ୍ଡମାନ ସାଗର ରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି , ଏହି ଘୂର୍ଣ୍ଣୀ ବଳୟ ଟି ଲଘୁଚାପ ରେ ପରିଣତ ହେବା ର ସମ୍ଭାବନା ରହିଛି । ୨୦ ତାରିଖ ବେଲ କୁ ଲଘୁଚାପ ସୃଷ୍ଟି ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଗତି କରିବ ବୋଲି ପାଣିପାଗ ପକ୍ଷ ରୁ ସୂଚନା ମିଳିଛି । ପରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଗତି କରିବ ଲଘୁଚାପ ।
ଲଘୁଚାପ ସୃଷ୍ଟି ହେବା ର ୪୮ ଘଣ୍ଟା ପରେ , ଲଘୁଚାପ ଅଧିକ ଘନୀଭୂତ ହେବା ର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ୨୦ ତାରିଖ ରେ ଲଘୁଚାପ ହେବ ପରେ ଏହା ୨୩ ତାରିଖ ରେ ଘନୀଭୂତ ହେବା ର ସମ୍ଭାବନା ରହିଛି , ସବୁଠୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ଯେ ସମୂଦ୍ର ରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣୀ ବଳୟ ସମୁଦ୍ର ଭିତରେ ଥିବା ସମୟ ରେ ଏକ ଛୋଟ ଧରଣ ବାତ୍ୟା ହେବା ର ସମ୍ଭାବନା ରହିଛି ।
ଏହି ସମୟ ରେ ପବନ ର ବେଗ ଘଣ୍ଟା ପ୍ରତି ୬୮ କିମି ରହିବା ସମୟ ରେ ୨୫ ତାରିଖ ବେଳ କୁ ଏହା ଆନ୍ଧ୍ର ପ୍ରଦେଶ କିମ୍ବା ସଂଲଗ୍ନ ଓଡ଼ିଶା ଉପକୂଳ ରେ ରହି ପାରେ ଏହାର ପ୍ରଭାବ ରେ ୨୪ ଓ ୨୫ ତାରିଖ ଉପକୂଳ ଓଡ଼ିଶାଅଧିକ ରୁ ଅଧିକ ବର୍ଷାହୋଇ ପାରେ । ୨୨ ତାରିଖ ବେଳ କୁ ବାତ୍ୟା ହେବା ର ପାଗ ଅନୁକୂଳ ହେବା ର ଆକଳନ ରହୁଛି । ଯଦି ବଙ୍ଗୋପ ସାଗର ରେ ବାତ୍ୟା ହୁଏ ତେବେ ଓଡ଼ିଶା ଉପକୂଳ ଛୁଇଁବ କି ନାହିଁ ତାହା ବର୍ତ୍ତମାନ୍ ସମୟ ରେ ଜଣା ପଡି ନାହିଁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।