ଭଦ୍ରକ ଜିଲ୍ଲା ରେ କାଳିପୁଜା ପାଇଁ ରାଜନନ୍ଦିନ ଗ୍ରୁପ ତରଫ ରୁ ଯାତ୍ରା ପରିବେସଣ କରା ଯାଉ ଥିଲା । ଆଉ ସେହି ଯାତ୍ରା ପେଣ୍ଡାଲ୍ ଉପରେ ଆଇଟମ ସଙ୍ଗ୍ ର ନୃତ୍ଯ ପରିବେଷଣ କରୁ ଥିଲେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁ । ଆଉ ତାଙ୍କୁ ମହିଳା ଦର୍ଶକ ଜଣେ ଦେଖୁ ଥିଲେ ତାଙ୍କ ନୃତ୍ଯ କୁ। ଅଭିନେତ୍ରୀ ଙ୍କ ନୃତ୍ଯ ଟି ମହିଳା ଜଣକୁ ଅଶ୍ଳୀଳ ଲାଗି ଥିଲା । ତେଣୁ ଅଭିନେତ୍ରୀ ଙ୍କ ଉପର କୁ ଦର୍ଶକ ଜଣକ ଚପଲ ଫିଙ୍ଗି ଥିଲେ । ତେବେ ଏ ନେଇ ପ୍ରଡ୍ୟୁସର ଜୁମ୍ ମହାପାତ୍ର୍ କଣ ପ୍ରତିକ୍ରିୟା ରଖି ଛନ୍ତି ଆସନ୍ତୁ ଜାଣିବା କିନ୍ତୁ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ତେବେ ପ୍ରଡ୍ୟୁସର ଜୁମ୍ ମହାପାତ୍ର୍ ଙ୍କ କହିବା ଅନୁଜାୟି ଯେଉଁ ମାନେ କଳା ପ୍ରେମୀ ଅଛନ୍ତି ସେମାନେ ଏହି ଭଳିଆ ଜିନିଷ କୁ ଜମା ବି ପସନ୍ଦ କରିବେ ନାହିଁ । ସେହି ନୃତ୍ୟ ରେ ଏମିତି କିଛି ବି ଅଶ୍ଳୀଳତା ନଥିଲା ତଥାପି ସେ କଣ ପାଇଁ ଏମିତି ଚପଲ୍ ଫୋପାଡିଲେ କଳାକାର ଙ୍କ ଉପରେ ଏନେଇ ପୋଲିସ ର ଗୋଟିଏ ତଦନ୍ତ କରା ଯାଉ ।
ଯେଉଁ ମହିଳା ଚପଲ ଫୋପାଡ଼ିଲେ ସେହି ମହିଳା ଜଣକ ଜାଣି ଥିବା ଦରକାର ଥିଲା କି ଯେତେବେଳେ ସେ ଏଣ୍ଟ୍ରି କଲେ ଯାତ୍ରା ପେଣ୍ଡାଲ କୁ ତା ପୂର୍ବ ରୁ ଯାତ୍ରା ର ପୋଷ୍ଟର ଗୁଡିକ ଲାଗି ଥାଏ । ସବୁ ଦର୍ଶକ ମାନେ ଜାଣି ଛନ୍ତି କି ନାଟକ ର କାହାଣୀ ଆରମ୍ଭ ହେବା ପୂର୍ବ ରୁ କିଛି ରେକର୍ଡ ଡ୍ୟାନ୍ସ ବି କରା ଯାଏ।
ଏତେ ସବୁ ଜାଣିଲା ପରେ ମଧ୍ୟ ସେହି ମହିଳା ଜଣକ ର ଏତେ ବଡ଼ ଭୁଲ କରିବାର ନଥିଲା । ସେହି ମହିଳା ଜଣକ ଯାହା ବି କରିଛନ୍ତି ତାହା କେବଳ ଯାତ୍ରା ପାଇଁ ଅପମାନ୍ ନୁହଁ ଏହା ସାରା ଓଡିଶା ପାଇଁ ଅପମାନ ର ଜିନିଷ । ତାହା ସହ ଗୋଟିଏ କଳା ପ୍ରେମୀ କୁ ମଧ୍ୟ ବହୁତ ଆଘାତ୍ ଦେଇଛି । ରାନୀ ପ୍ରିୟଦର୍ଶିନୀ ସାହୁ ଜଣେ କଳା କାର ସେ ତାର କଳା କୁ ପ୍ରଦର୍ଶନ କରିବ ଯାହା ନିର୍ଦ୍ଦେଶକ କହିଛନ୍ତି ତାକୁ ଦର୍ଶକ ମାନେ ଅଭିନୟ୍ କରିବା ପାଇଁ ସେ ଅଭିନୟ କରୁଛି ସେ ତାର କଳା କୁ ଲୋକ ମାନଙ୍କ ଆଗରେ ପଦର୍ସନ କରୁଛି ଏଥିରେ ଗୋଟିଏ କଳା କାର ର କିଛି ବି ଭୁଲ ନାହିଁ ।
କିନ୍ତୁ ସେହି ମହିଳା ଜଣକ ର ଯଦି ତାହା ପସନ୍ଦ ନଥିଲା ତାହେଲେ ସେ ତାହା ଦେଖିବାର ନଥିଲା କିମ୍ବା ସେହି ଜାଗା କୁ ସେ ଆସିବାର ନଥିଲା କିନ୍ତୁ ସମସ୍ତ ଙ୍କ ଆଗରେ ଅନ ଷ୍ଟେଜ୍ ରେ ଏମିତି ଜଣେ କଳାକାର କୁ ଚପଲ୍ ରେ ମାରିବା ସବୁ କଳାକାର ପ୍ରତି ଅପମାନ ର କଥା ।