ବନ୍ଧୁଗଣ, ବହୁ ଚର୍ଚ୍ଚିତ ଭଦ୍ରକରେ ହୋଇଥିବା ଅଶ-ଳିଳ ଯାତ୍ରାପାର୍ଟି ର ନୃତ୍ୟ କୁ ନେଇ ନିଜର ଏକ ସ୍ଵତନ୍ତ୍ର ମତ ରଖିଛନ୍ତି ଆଇନଜୀବୀ ବ୍ୟୋମକେଶ, ତେବେ ଆସନ୍ତୁ ଜାଣିନେବା ସେ କ’ଣ କହୁଛନ୍ତି ? ବ୍ୟୋମକେଶ କହିଛନ୍ତି ଯେ ବର୍ତ୍ତମାନ ପ୍ରତୀଟି ଜାଗାରେ ଅଶ-ଳିଳ ନୃତ୍ୟ ପରିବେଷଣ କରାଯାଉଛି । ଯାତ୍ରା ପେଣ୍ଡାଲ ଠାରୁ ଆରମ୍ଭ କରି ମେଲୋଡିରେ ସବୁଆଡେ ଚାଲିଛି । ତେବେ ବର୍ତ୍ତମାନ ରାସ୍ତାଘାଟରେ ଯେଉଁଭଳି ଭାବରେ ଲୋକେ ଡ୍ରେସ ପିନ୍ଧୁଛନ୍ତି ସେମାନଙ୍କ ଠାରୁ ଏମାନେ ଅଧିକ ଭଲ ପିନ୍ଧୁଛନ୍ତି ବୋଲି କହିଛନ୍ତି ବ୍ୟୋମକେଶ ।
ଦର୍ଶକ ବନ୍ଧୁ କାଳୀପୂଜା ପର୍ବ ଅବସରରେ ଭଦ୍ରକ ଜିଲ୍ଲାରେ ଏକ ଯାତ୍ରା ପରିବେଷଣ ହୋଇଥିଲା । ଚରମ୍ପା ଅଞ୍ଚଳରେ ରାଜନନ୍ଦିନୀ ଗ୍ରୁପ ଯାତ୍ରା ପରିବେଷଣ କରୁଥିଲା । ରାଜନନ୍ଦିନୀ ଯାତ୍ରା ପାର୍ଟିର ରାନୀ ପ୍ରିୟାଦାସିନୀ ନାମକ ଜଣେ ଅଭିନେତ୍ରୀ ନୃତ୍ୟ ପରିବେଷଣ କରିଥିଲେ । କିନ୍ତୁ ସେହି ନୃତ୍ୟକୁ ଅଶ୍ଳୀଳ ବୋଲି କହି ଜଣେ ମହିଳା ଦର୍ଶକ ବିରୋଧ କରିଥିଲେ । ଏମିତି କି ମହିଳା ଦର୍ଶକ ଜଣକ ରାନୀଙ୍କ ଉପରେ ଜୋତା ବି ଫିଙ୍ଗି ଥିଲେ । ତେବେ ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।
ଆଉ ଏହାରି ମଧ୍ୟରେ ଓକିଲ ବ୍ୟୋମକେଶ ଏହି ମାମଲାକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି । ବ୍ୟୋମକେଶଙ୍କ କହିବା ମୁତାବକ ” ବାପା ସହ ଝିଅ ଏମିତି ଡ୍ରେସ ପିନ୍ଧିକି ଯାଉଛି ତାର କେହି ପ୍ରତିବାଦ କରୁ ନାହାନ୍ତି । ବର୍ତ୍ତମାନ ପ୍ରତ୍ୟକ କ୍ଷେତ୍ରରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଛି । ଯାତ୍ରା ଠାରୁ ଆରମ୍ଭ କରି ମେଲୋଡିରେ ଅଶ୍ଳୀଳ ନୃତ୍ୟୁ ଦେଖାଯାଉଛି ।ରାସ୍ତା ଘାଟରେ ତ ଲୋକ ମାନେ ଯେଉଁ ଭଳି ଡ୍ରେସ ପିନ୍ଧି ଯାଉଛନ୍ତି ତା ଠାରୁ ତ ଏମାନେ ଭଲ ପିନ୍ଧୁଛନ୍ତି ।
ଷ୍ଟେଜ ଉପରେ ଯେଉଁ ଝିଅଟି ନାଚୁଛନ୍ତି ସେ ଭିତରେ କିଛି ଅଶ୍ଳୀଳ ନଥିଲା। ଗୋଟେ ଫିଲ୍ମ ର କି ଆଲବମ ର ଗୀତ ବାଜୁଚି ସେ ଝିଅଟି ନାଚୁଛି । ଆପଣ ମାନେ ଦେଖୁଛନ୍ତି ବୋଲି ସେ ନାଚୁଚି।ଆପଣ ଦର୍ଶକ ଯଦି ଦେଖିବେ ନାହିଁ ତାଳି ମାରିବେନି ଆପଣ ଦେଖିବେ କି ଏବଂ ସେଇ ଗୋଟିଏ ଷ୍ଟେଜ ରେ ଜଣିଏ ଲୋକ ଙ୍କୁ ଖରାପ ଲାଗିଲା ସେ ଚପଲ ରେ ଫୋପାଡି ଦେଲେ । ସହ ସହ ଲୋକ ସେଥି ଦେଖୁଥିଲେ ଏଥିରେ କୌଣସି ଅଶ୍ଳୀଳ ନାହିଁ ବୋଲି ମୁଁ କହିବି ।
ସହ ସହ ଲୋକ ସେଠି ଯାତ୍ରା ଦେଖୁଥିବା ବେଳେ କାହାକୁ ଖରାପ ଲଗିନଥିଲ ସେ ସ୍ତ୍ରୀ ଲୋକ ଙ୍କୁ ଖରାପ ଲାଗିଥିଲା ମନେ ସେ ଘରୁ ମାଇଣ୍ଡ ମେକପ କରି ଆସିଥିଲେ ଏମିତି କାମ କରିବା ପାଇଁ । ଯାହା ଫଳରେ କି ସେ ପ୍ରସିଦ୍ଧି ଅର୍ଜନ କରିପାରିବେ । କୌଣସି ଅଧିକାର ନାହିଁ ଗୋଟେ ଅଭିନେତ୍ରୀ ଙ୍କୁ ଷ୍ଟେଜ ଉପରେ ଚପଲ ଫୋପଡ଼ିବା ଯଦି ଭଲ ଲାଗିଲାନି ଯାତ୍ରା ମାଲିକ ଙ୍କୁ ବନ୍ଦ କରିବା ପାଇଁ କହି ପାରିଥାନ୍ତେ ।