ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଅଛନ୍ତି। ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ବ୍ୟକ୍ତି କିଛି ନା କିଛି ଭିଡିଓ ସେୟାର କରିଥାନ୍ତି। ଆଉ ତା ଭିତରୁ କିଛି ଭିଡିଓ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସେ ଆଉ ତାହା ରାତାରାତି ଭାଇରାଲ ହୋଇଯାଏ। ଆଉ ଏହି ଭାଇରାଲ ଭିଡିଓ ଗୁଡିକ ରାତାରାତି ଲୋକ ମାନଙ୍କୁ ଲୋକପ୍ରିୟ କରାଇଦିଏ।
ତେବେ ଏହି ସୋସିଆଲ ମିଡିଆ ଲୋକ ମାନଙ୍କୁ ଏକ ପ୍ଲାଟଫର୍ମ ଦେଉଛି ନିଜ ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ।ଲୋକମାନେ ବିଭିନ୍ନ ପ୍ରକାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଯାହାକି ଦର୍ଶକ ମାନଙ୍କ ନିକଟରେ ଖୁବ୍ ସହଜରେ ପହଞ୍ଚି ପାରୁଛି। ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସେହିଭଳି ଜଣେ ବ୍ୟକ୍ତିଙ୍କ ଭିଡିଓ ଯାହାଙ୍କ ଅଭିନୟ ଦେଖିଲେ ଆପଣ ତାଙ୍କର ପ୍ରଶଂସା ନକରି ରହିପାରିବେ ନାହିଁ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ନାୟକ।
ପେଶାରେ ସେ ଜଣେ ପାନ ଦୋକାନୀ। ହେଲେ ଅନେକ ଦିନରୁ ପୂର୍ଣ୍ଣ ମଉସା ଅଭିନୟରେ ନିଶା ରଖିଥିଲେ। ଗାଆଁ ରେ ଯାତ୍ରା , ଦାସକାଠିଆ ଆଦି ହେଲେ ସେ ସେଥିରେ ସେ ନିଜର ଅଭିନୟ ପ୍ରଦର୍ଶନ କରୁଥିଲେ। ଗୁଜୁରାଟ ରେ କାର୍ଯ୍ୟରତ ଥିବା ସମୟରେ ସେ ସୋସିଆଲ ମିଡିଆରେ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ। ସହକର୍ମୀ ଙ୍କ ସହଯୋଗରେ ଏକ ସ୍ମାର୍ଟ ଫୋନ୍ ଆଣି ପ୍ରଥମେ ସେ ଟିକ୍ ଟକ୍ ଆପ ରେ ନିଜର ଭିଡିଓ ପ୍ରସ୍ତୁତ କରୁଥିଲେ।
କିନ୍ତୁ ଟିକ୍ ଟକ୍ ଆପ ଆମ ଦେଶରେ ବ୍ୟାନ ହେବା ପରେ ସେ ଆଉ ଭିଡିଓ କରୁନଥିଲେ। ହେଲେ ଏହାପରେ ସେ ଜାଣିବାକୁ ପାଇଥିଲେ ଇନ୍ଷ୍ଟାଗ୍ରାମ ର ରୀଲ୍ ଭିଡିଓ ବିଷୟରେ। ଏହାପରେ ସେ ଇନ୍ଷ୍ଟାଗ୍ରାମ ରେ ରିଲ୍ସ କରିବା ଆରମ୍ଭ କରିଥିଲେ। ନିଜର ଅଭିନୟ ମାଧ୍ୟମରେ ପୂର୍ଣ୍ଣ ମଉସା କେତେବେଳେ ଲୋକଙ୍କୁ ହସାନ୍ତି ତ ଆଉ କେତେବେଳେ ଲୋକ ମାନଙ୍କୁ କନ୍ଦାଇ ଦିଅନ୍ତି।
ସମାଜରେ ଘଟୁଥିବା ଘଟଣାକୁ ନେଇ ପୂର୍ଣ୍ଣ ମଉସା ପ୍ରସ୍ତୁତ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଭିଡିଓ ପୋଷ୍ଟ ହେବା କ୍ଷଣି ଏହା ମିଲିୟନ ମିଲିୟନ ଭ୍ୟୁ ଯାଉଛି। ସେ ଯେଉଁ ପ୍ରକାର ଗୀତ ହେଉ ନାଁ କାହିଁକି ସେଥିରେ ନିଖୁଣ ଅଭିନୟ କରୁଛନ୍ତି ପୂର୍ଣ୍ଣ ମଉସା। ଲୋକ ମାନେ ତାଙ୍କ ଭିଡିଓ ସବୁକୁ ଦେଖିବାକୁ ବେଶ୍ ପସନ୍ଦ କରୁଛନ୍ତି। ଏହା ସହିତ ତାଙ୍କୁ ଅଧିକରୁ ଅଧିକ ଭିଡିଓ କରିବାକୁ କହୁଛନ୍ତି।