ଯେପରିକି ସମସ୍ତେ ଜାଣିଥିବେ ଆଜି ହେଉଛି ୭୫ ତମ ସ୍ବାଧିନତା ଦିବସ। ସ୍ବାଧୀନତାର ୭୫ ତମ ବର୍ଷକୁ ଦେଶ ବ୍ୟାପି ଅତି ଧୁମ୍ ଧାମ ରେ ପାଳନ କରାଯାଉଛି। ତ୍ରିରଙ୍ଗା ରେ ସଜା ଯାଇଛି ସାରା ଦେଶର ରାଜ ରାସ୍ତା ଠାରୁ ଆରମ୍ଭ କରି ସାହି ଗଳି। ଘରେ ଘରେ ଉଡୁଛି ତ୍ରିରଙ୍ଗା ପତାକା। ସୋସିଆଲ ମିଡିଆରେ ମଧ୍ୟ ଶୁଣିବାକୁ ମିଳୁଛି ଦେଶଭକ୍ତି ର ଗୀତ।
ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ ଅଭିନେତା ଅଭିନେତ୍ରୀ ମାନେ ତ୍ରିରଙ୍ଗା ଧରି ଅତି ଖୁସିର ସହ ଏହି ଦିନକୁ ପାଳନ କରୁଛନ୍ତି। ତେବେ ଆଜିର ଦିନରେ ଦେଶ ବାସୀ ଙ୍କୁ ଏକ ନିଆରା ଢଙ୍ଗରେ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରି ର ଆଗଧାଡିର ଅଭିନେତା ବାବୁଶାନ୍ ମହାନ୍ତି।
ବାବୁଶାନ୍ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଅତି ସୁନ୍ଦର ଭାବରେ ଏକ ଦେଶାତ୍ମବୋଧକ ଗୀତ ଗାଇବା ସହିତ ନିଜର ଅଗଣିତ ଦର୍ଶକ ଓ ଦେଶ ବାସୀ ମାନଙ୍କୁ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ବାବୁଶାନ୍ ଙ୍କ ଏହି ପୋଷ୍ଟ ଦେଖି ତାଙ୍କର ଫ୍ୟାନ୍ସ ମାନେ ଏବେ ଖୁବ୍ ଖୁସି ଅଛନ୍ତି। କମେଣ୍ଟ ମାଧ୍ୟମରେ ସେ ମଧ୍ୟ ନିଜର ପ୍ରିୟ ଅଭିନେତା ଙ୍କୁ ସ୍ଵାଧୀନତା ଦିବସ ୱିଶ କରିଛନ୍ତି।
କେବଳ ବାବୁଶାନ୍ ମହାନ୍ତି ନୁହଁନ୍ତି ଅଭିନେତ୍ରୀ ଝିଲିକ୍ , ଅଭିନେତା ଶ୍ରୀତମ ଦାସ ଓ ଅନ୍ୟ ଅଭିନେତା ଅଭିନେତ୍ରୀ ମାନେ ମଧ୍ୟ ନିଆରା ଭାବରେ ଦେଶ ବାସୀ ମାନଙ୍କୁ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ଝିଲିକ ଏକ ଭିଡିଓ କରି ଓଡ଼ିଆ ଦର୍ଶକ ମାନଙ୍କୁ ସ୍ଵାଧୀନତା ଦିବସ ୱିଶ କରିଛନ୍ତି।
ସେହିଭଳି ସବ୍ୟସାଚୀ ମିଶ୍ର, ଏଲିନା ସାମନ୍ତରାୟ, ବର୍ଷା ପ୍ରିୟଦର୍ଶିନୀ, ଅନୁଭଵ ମହାନ୍ତି, ଅର୍ଚ୍ଚିତା ସାହୁ ଙ୍କ ଭଳି କଳାକାର ମାନେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ନିଆରା ଭାବରେ ରାଜ୍ୟ ବାସୀ ମାନଙ୍କୁ ସ୍ଵାଧୀନତା ଦିବସ ୱିଶ କରିଛନ୍ତି। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।