ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ କଲିଯୁଗ ଚାଲିଛି , ଭୁ ପୃଷ୍ଠ ରେ ଯାହା ବି କିଛି ଆରମ୍ଭ ହୋଇଥାଏ ତାର ଶେଷ ନିଶ୍ଚିନ୍ତ ଥାଏ । ଆରମ୍ଭ ଅଛି ମାନେ ଶେଷ ଅଛି କିନ୍ତୁ ଆରମ୍ଭ ପରେ ଶେଷ ଆସିଥାଏ ତାର ସମୟ ଆସିଲେ । ଭୁ ପୃଷ୍ଠ ରେ କେବଳ ଯିବ ମାନେ ଜନ୍ମ ହୋଇ ମୃତ୍ୟୁ କରନ୍ତି ନାହିଁ ବରଂ ନିର୍ଜୀବ ମାନ ଙ୍କ ମଧ୍ୟ ଆରମ୍ଭ ହୋଇ ଶେଷ ହୋଇଥାଏ ।
ଯଦି ଆମେ ଏକ ପଥର କଥା କହିବା ସେ ମଧ୍ୟ କେତେବେଳେ ଖଣ୍ଡ ବିଖଣ୍ଡିତ ହୋଇ ବାଲି ରେ ପରିଣତ ହେଉଛି ଆଜି ଲମ୍ବା ଠିଆ ହୋଇଥିବା ଗଛ ଟି କାଲି ସକାଳେ ପବନ , ବାତ୍ୟା ରେ ଉପାଡ଼ି ହେଇ ଯାଉଛି । ମଣିଷ ଜୀବନ ରେ ଆରମ୍ଭ ଶେଷ ଥାଏ ଆରମ୍ଭ ହେଉଛି ଜନ୍ମ ଓ ଶେଷ ହେଉଛି ମରଣ । ଯୁଗ ର ମଧ୍ୟ ଶେଷ ହେବ ।
ଅବିଶ୍ବାସ କରୁଥିବା ଲୋକ ମାନେ ବିଶ୍ୱାସ କରି କହି ପାରିବେ କି ସେ ଆଉ ମୃତ୍ୟୁ କରିବେ ନାହିଁ ସବୁଦିନ ପାଇଁ ବଞ୍ଚିବେ ବୋଲି । ଜନ୍ମ ମୃତ୍ୟୁ ଅଛି ମାନେ ଯୁଗ ର ଆରମ୍ଭ ଓ ଶେଷ ଅଛି । କାରଣ ଏହି ଯୁଗ ପୂର୍ବ ରୁ ଅନେକ ଯୁଗ ଆସିଛି ଓ ଏହି ଯୁଗ ମାନ ଙ୍କ ରେ ସ୍ଵୟଂ ବିଷ୍ଣୁ ଭିନ୍ନ ଭିନ୍ନ ଅବତାର ନେଇ ଜନ୍ମ ନେଇଛନ୍ତି ଓ ଦେହାନ୍ତ ମଧ୍ୟ ଘଟିଛି ।
ଯୁଗ ମଧ୍ୟ ସରିଛି , କଳିଯୁଗ ର ମଧ୍ୟ ଅନ୍ତ ଘଟିବ , ବର୍ତ୍ତମାନ ସମୟ ରେ ଅନେକ କିଛି ପରିବର୍ତ୍ତନ ଘଟିଛି ଓ ଏହି ପରିବର୍ତ୍ତନ ସେମାନ ଙ୍କ ପାଇଁ ବିପଦ ହୋଇ ଆସିବ । ଯାହା ବି ପରିବର୍ତ୍ତନ କର କିନ୍ତୁ ଭଗବାନ ଙ୍କୁ ନେଇ ତାଙ୍କ କାର୍ଯ୍ୟ କୁ ନେଇ କେବେ ହେଲେ ପରିବର୍ତ୍ତନ କରାନ୍ତୁ ନାହିଁ ଆଧୁନିକ ଯୁଗ ଆଧୁନିକ କାର୍ଯ୍ୟ ପୁରାନ୍ତୁ ନାହିଁ ।
ବନ୍ଧୁଗଣ ଆପଣ ମାନ ଙ୍କୁ ଏହିକଥା ଟି କହିବା ର କାରଣ ହେଲା ଯେ ବର୍ତ୍ତମାନ ସମୟ ର ଆଧୁନିକ ସଙ୍କୀର୍ତ୍ତନ ଯାହା କି ବେଶ୍ ଲଜ୍ୟା ଜନକ ଆମ ପାଇଁ , ଆମ ପରମ୍ପରା ଓ ସଂସ୍କୃତି ଅପମାନ । ସଙ୍କୀର୍ତ୍ତନ କହିଲେ ଠାକୁର୍ ଙ୍କ ନାମ ନେଇ ସଙ୍କୀର୍ତ୍ତନ କରିବା କିନ୍ତୁ ବର୍ତ୍ତମାନ ସମୟ ରେ ସଙ୍କୀର୍ତ୍ତନ ଆଲବମ ଗୀତ ର ସ୍ଵର୍ ପଶି ଯାଇଛି ଅର୍ଥାତ୍ ଠାକୁର୍ ଙ୍କ ନାମ କୁ ନେଇ ଆଲବମ ଶ୍ୱର୍ ରେ ଗୀତ ଗାଉଛନ୍ତି।
କେବଳ ସେତିକି ନୁହେଁ ବରଂ ଗୀତ ସାଙ୍ଗ କୁ ଫୋପଡା ଫିଙ୍ଗା ନାଚ ମଧ୍ୟ ଠାକୁର୍ ଙ୍କ ଚାରି ପଟେ ଯାହାକି ଆମ ପାଇଁ ଲଜ୍ୟା ଜନକ ର କଥା ସମୟ ଅଛି ସୁଧୁରି ଯାଅ ନିଜେ ପଛ କେ ପରିବର୍ତ୍ତନ ହୋଇ ଯାଅ କିନ୍ତୁ ସଙ୍କୀର୍ତ୍ତନ ରେ ଆଧୁନିକତା ପୁରାଅ ନାହିଁ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।