ଅପରାହ୍ନ ରେ ଆଉ ହୀରାକୁଦ ଗେଟ ଖୋଲିବା ନେଇ ହେବ ନିଷ୍ପତି । 3 ରୁ 4 ଘଣ୍ଟା ଭିତ ରେ ପିକ ଛୁଇଁବ ବନ୍ୟା । ଏ ନେଇ ଏବେ ସୁଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ମୁଣ୍ଡୁଳି ଦେଇ ଅତିକ୍ରମ କରିବ ବନ୍ୟା ଜଳ । ପଥରଲା ଖଇରମାଳ ବରମୁଳ ରେ ଜଳ ର ପ୍ରଭାବ କମିଛି ।
ମୁଣ୍ଡୁଳି ରେ ଜଳ ପ୍ରଭାବ ବଢିଛି । 625 ଫୁଟ ଟପିଛି ହୀରାକୁଦ ଜଳ ଭଣ୍ଡାର ର 26 ଟି ଗେଟ ଦେଇ ବନ୍ୟା ଜଳ ନିସ୍କାଷିତ ହେଉଛି । ପ୍ରତି ସେକେଣ୍ଡ ରେ 7 ଲକ୍ଷ 75 ହଜାର 858 ଘନ ଫୁଟ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ 4 ଲକ୍ଷ 48 ହଜାର 205 ଘନ ଫୁ଼ଟ ଜଳ ନିସ୍କାଷିତ ହେଉଛି ।
ଏବେ ହୀରାକୁଦ ଜଳ ସ୍ଥର୍ ରହିଛି 625.54 ଫୁଟ ।
ମୁଣ୍ଡୁଳି ଠାରେ ବର୍ତ୍ତମାନ 11 ଲକ୍ଷ ଠାରୁ କ୍ୟୁସେକ୍ ରୁ ଅଧିକ ଜଳ ପ୍ରଭାବିତ ହେଉଛି । ଆଉ 3 ରୁ 4 ଘଣ୍ଟା ଭିତ ରେ ବନ୍ୟା ଜଳ ମୁଣ୍ଡୁଳି ଦେଇ ଅତିକ୍ରମ କରିବ । ତାପରେ ମୁଣ୍ଡୁଳି ମଧ୍ୟ ଜଳ ପ୍ରଭାବ କମିବ । ତେଣୁ ଗତ କାଲି ଯେଉଁ ଜଳ ସମ୍ପଦ ବିଭାଗ ତରଫ ରୁ ଯେଉଁ ନିଷ୍ପତି ନିଆଁ ଯାଇଥିଲା 8 ଗେଟ ହୀରାକୁଦ ର ଗେଟ ବନ୍ଦ କରିବା ପାଇଁ ତାଫଳ ରେ 12 ଲକ୍ଷ କ୍ୟୁସେକ୍ ରୁ ଅଧିକ ପାଣି ପ୍ରଭାବିତ ହେବ ମୁଣ୍ଡୁଳି ଠାରେ ତାହେଲେ ଯାଇ ମୁଣ୍ଡୁଳି ଠାରେ ବନ୍ୟା ର ଆଶଙ୍କା ରହି ଥାନ୍ତା ।
ତେଣୁ ତାକୁ ଦୃଷ୍ଟି ରେ ରଖି ହୀରାକୁଦ ର 8 ଟି ଗେଟ ବନ୍ଦ କରା ଯାଇଛି । ଆଉ ଆଜି ଅପରାହ୍ନ ପରେ ନିଷ୍ପତି ନିଆଜିବ ହୀରାକୁଦ ର କେତୋଟି ଗେଟ ବର୍ତ୍ତମାନ ସ୍ଥିତି ରେ ଖୋଲାଜିବ । ଦ୍ବିତୀୟ କଥା କାରଣ କିଛି ସମୟ ଭିତ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ର କାର୍ଯ୍ୟକ୍ଷେତ୍ ରେ ଏକ ଗୁରୁତ୍ବପୂର୍ଣ ବୈଠକ ଏ ବନ୍ୟା ସମିକ୍ଷା ଆରମ୍ଭ ହୋଇଛି ।
ଯେଉଁ 6 ରୁ 7 ଜିଲ୍ଲା ରେ ଅଧିକ ମତ୍ରା ରେ ପ୍ରଭାବିତ ହେଉଛି ବନ୍ୟା ଜଳ ଆସିବା ପରେ ପ୍ରଭାବିତ ହେଉଛନ୍ତି ସେଥି କିଭଳି ଭାବରେ ଲୋକ ଙ୍କୁ ସହାୟତା ପହଞ୍ଚିବ ତା ପରେ ବନ୍ୟାଜଳ ନିସ୍କାଷିତ କରା ଯିବ ଆଉ ଯେଉଁଠି ଅଧିକ ଖାଇ ହେଇଚି ସେଇଠି ମରାମତି ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପ୍ରସାସନିକ କୁ ନିର୍ଦ୍ଦେସ୍ ଦେଇଛନ୍ତି ।
ତାହା ସହିତ ଯାହା ବର୍ତ୍ତମାନ ସୁଚନା ମିଳୁଛି ଯେଉଁ ଅଞ୍ଚଳ ରେ ପାଣି ବା ବନ୍ୟା ଜଳ ପହଞ୍ଚିଛି ସେଥି କିଭଳି ରିଲିଭ୍ ତୁରନ୍ତ ପହଞ୍ଚି ପାରିବ ସେ ଦିଗ ରେ ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟ ଓ ଜିଲ୍ଲା ପ୍ରସାସନିକ ଙ୍କୁ ନିର୍ଦ୍ଦେସ ଦେଇ ପାରନ୍ତି । ତେବେ ମୁଖ୍ୟମନ୍ତ୍ରୀ କିଛି ସମୟ ପରେ ବୈଠକ କରିବାକୁ ଯାଉଛନ୍ତି । ତାହା ହେଲା ପରେ ବନ୍ୟା ସୃଷ୍ଟି ହେବା ର ଯେଉଁ ମନ ରେ ଆଶଙ୍କା ଉପୁଜୁଚି ତାକୁ କିପରି ମୁକାବିଲା କରାଜିବ ତାହା ଜଣା ପଡିବ ।