Breaking News

ହେ ଭଗବାନ ,ଚମତ୍କାର !! ଘର କାନ୍ଥରେ ଆବିର୍ଭୁତ ହେଲେ ପ୍ରଭୁ ଶ୍ରୀ ଜଗନ୍ନାଥ , ଦେଖିଲେ ଆପଣ ବି ଆଶ୍ଚର୍ଯ ହେବେ ….

କୋଟି କୋଟି ହିନ୍ଦୁ ମାନଙ୍କର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ। ଯୁଗ ଯୁଗର ସେ ଭକ୍ତ ମାନଙ୍କ ଗୁହାରି ଶୁଣି ଆସୁଛନ୍ତି। ଭକ୍ତ ମାନଙ୍କ ସହ ତାଙ୍କର ନିବିଡ ସମ୍ପର୍କ। ହୃଦୟରୁ ଥରୁଟିଏ ଭକ୍ତିର ସହ ଡାକିଲେ ସେ କେବେ ବି କାହାରିକୁ ନିରାଶ କରନ୍ତି ନାହିଁ। କେବଳ ଜଣେ ଭକ୍ତ ହିଁ ବୁଝିଥାଏ ଭଗବାନଙ୍କ ଚମତ୍କାର।

ଅନେକ ପୁରାଣ ରେ ଆମେ ଶୁଣିଛେ ପୃଥିବୀର ପ୍ରତିଟି ବସ୍ତୁରେ ଈଶ୍ୱର ବିଦ୍ୟମାନ। ସେ ଗଛ, ଲତା ,ପଶୁ ,ପକ୍ଷୀ ହୁଅନ୍ତୁ କିମ୍ବା ପଥର କି ଖାଦ୍ୟ। ଭକ୍ତି ଥିଲେ ଭଗବାନ ନିଜ ଭକ୍ତକୁ ସବୁଥିରେ ଦେଖା ଦିଅନ୍ତି। ନିକଟରେ ଠିକ୍ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାନ୍ଥରେ ନିଜ ଭକ୍ତକୁ ଦର୍ଶନ ଦେଲେ ପ୍ରଭୁ ଶ୍ରୀ ଜଗନ୍ନାଥ। ନିକଟରେ ଏଭଳି ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଜପୁର ଗ୍ରାମରେ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ ଟା ସମୟରେ ବାଜପୁର ଗ୍ରାମର ନାରାୟଣ ସାହୁ ଙ୍କ ଝିଅ ପିଲା ମାନଙ୍କୁ ପାଠ ପଢ଼ାଉଥିଲେ। ଠିକ୍ ଏହି ସମୟରେ ସେ ଦେଖିବାକୁ ପାଇଥିଲେ ସେହି ଘର କାନ୍ଥ ରେ ପାଣି ଛପି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଖ ମଣ୍ଡଳ ପରି ପ୍ରତୀତ ହେଉଛି। ଏହା ଦେଖି ସେ ସଙ୍ଗେ ସଙ୍ଗେ ନିଜ ଘର ଲୋକଙ୍କୁ ଡାକି ଏହି ଦୃଶ୍ୟ ଦେଖାଇଥିଲେ। ଏହି ଦୃଶ୍ୟ ଦେଖିବା ପରେ ଭାବ ବିହ୍ୱଳ ହୋଇପଡ଼ିଥିଲେ ପୁରା ପରିବାର।


ଧୀରେ ଧୀରେ ଘଟଣା ସ୍ଥଳରେ ଗ୍ରାମବାସୀ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ନାରାୟଣ ସାହୁ ଙ୍କ ପୁଅଙ୍କ କହିବାନୁଯାୟୀ, ଆଗରୁ ଅନେକ ଥର କାନ୍ଥରେ ପାଣି ଛପି ଥିଲେ ମଧ୍ୟ ଏଭଳି ଜଗନ୍ନାଥ ଙ୍କ ଛବି କେବେ ବି ଦୃଶ୍ୟମାନ ହୋଇନାହିଁ। ଏଭଳି ଦୃଶ୍ୟ ପ୍ରଥମ। ତେଣୁକରି ଏହା ନିଶ୍ଚୟ ଭାବରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚମତ୍କାରିତା।

କାନ୍ଥ ରେ ପ୍ରଭୁ ଜଗନ୍ନାଥଙ୍କ ଛବି ଦେଖିବା ପରେ ଭାବ ବିହ୍ଵଳିତ ହୋଇପଡିଛନ୍ତି ପରିବାର ଓ ଗ୍ରାମବାସୀ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମବାସୀ ମାନେ ଶ୍ରଦ୍ଧା ପୂର୍ବକ ପ୍ରଭୁ ଜଗନ୍ନାଥଙ୍କ ଛବି କୁ ଦର୍ଶନ କରି ତାଙ୍କୁ ମୁଣ୍ଡିଆ ମରୁଛନ୍ତି।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *