ଖୁସିରେ ନାଚୁଥିବା ବରଯାତ୍ରୀ ଙ୍କୁ ଚପେଇ ଦେଇଛି ବର ର କାର।ଏମିତି ଏକ ଭିଡ଼ିଓ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ।ବାହାଘର ହେବା ଖୁସିରେ ସମସ୍ତେ ମସ୍ତି କରିବାରେ ବ୍ୟସ୍ତ ରହୀଥିଲେ ।ଆଉ ବହୁତ୍ ଖୁସି ହୋଇ ନାଚୁଥିଲେ ।ହଠାତ୍ ବର ର ଗାଡ଼ି ବରଯାତ୍ରୀ ଙ୍କ ଆଡ଼କୁ ମାଡି ଆସିଥିଲା ଏବଂ ଏଗାର ଜଣ ବରଯାତ୍ରୀ ଆହତ ହୋଇଥିବା ବେଳେ ଜଣକ ର ମୃତ୍ୟୁ ଘଟିଛି। ସାଜ ସଜା ହୋଇଥିବା କାର ରେ ବର ବସିବା ପୂର୍ବରୁ ଏ ଭଳି ଦୁର୍ଘଟଣା ଘଟିଛି।
ତେବେ ଏହି ଘଟଣା ଟି ହେଉଛି ବଲାଙ୍ଗୀର ଜିଲ୍ଲା ଖପରାଖୋଲ ବ୍ଲକ୍ ବାଘଝରନ ଗାଁ ରେ। ଗାଁ ର ଜଣେ ଯୁବକ ତାଙ୍କ ନାଁ ହେଉଛି ହୁତାଶନ ବରିହା ଙ୍କ ବାହାଘର ହେଉଥିଲା ।ଆଉ ବରଯାତ୍ରୀ ମାନେ ବହୁତ୍ ଖୁସିରେ ନାଚୁଥିଲେ।ହେଲେ ହଠାତ୍ ସଜା ହୋଇଥିବା ବର ର ଗାଡ଼ି ଦୃତଗତିରେ ମାଡି ଆସିଥିଲା ବରଯାତ୍ରୀ ଙ୍କ ଆଡ଼କୁ।କିଛି କରିବା ପୂର୍ବରୁ ଘଟିଗଲା ବହୁତ୍ ବଡ଼ ଅଘଟଣ।
ଆଉ ଖୁସିରେ ନାଚୁଥିବା ବର ଯାତ୍ରୀ ଙ୍କୁ ଚପେଇ ଦେଇଥିଲା । କାର ରେ ବର ବସିବା ପୂର୍ବରୁ ଏ ଭଳି ଅଘଟଣ ଘଟି ଯାଇଥିଲା ।ଏହି ଦୁର୍ଘଟଣା ରେ ଏଗାର ଜଣ ଆହତ ହୋଇ ଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି।ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ନାଁ ହେଉଛି ରାଜ୍ ବରିହା।ଆହତ ହୋଇଥିବା ଏଗାର ଜଣଙ୍କୁ ପାଟଣାଗଡ଼ ଓ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରା ଯାଇଛି।ଦୁର୍ଘଟଣା ପରେ ବଲାଙ୍ଗୀର ଜିଲ୍ଲା ପୋଲିସ୍ ଘଟଣା କୁ ତଦନ୍ତ କରିବା ପାଇଁ ଆସିଛି । ଏବଂ ଦୁର୍ଘଟଣା ଟି କେଉଁ କାରଣ ପାଇଁ ହୋଇଛି ତାର ତଦନ୍ତ ଜାରି ରହିଛି।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।