Breaking News

ହେ ଭଗବାନ ! ନିଜ ସ୍ତ୍ରୀ ସହ ଶେଷରେ ଏମିତି କରିଦେଲା ସ୍ଵାମୀ : ଦେଖନ୍ତୁ ଭିଡିଓ …

ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ପବିତ୍ର ସମ୍ପର୍କ ବୋଲି ପୁରାଣ ରେ ଉଲ୍ଲେଖ ରହିଛି ।ଆଉ ଏହି କଥା ଆମେ ବହୁ ବର୍ଷ ଧରି ଶୁଣି ଆସୁଛୁ।କିନ୍ତୁ ଆଜିର ଏହି ଯୁଗରେ ସେହି ପବିତ୍ର ସମ୍ପର୍କ କିଛି ଲୋକ ଙ୍କ ପାଇଁ ଅପମାନିତ ହେଉଛି।ସ୍ତ୍ରୀ ର ସମ୍ମାନ କରି ତାକୁ ଭଲ ପାଇବା ବଦଳରେ ତାକୁ ଅତି ବିଭତ୍ସ ଭାବରେ ମାରଦେବା କୁ ପଛଘୁଞ୍ଚା ଦେଉ ନାହାନ୍ତି କିଛି ପୁରୁଷ।କହିବାର ତାତ୍ପର୍ଯ୍ୟ ହେଉଛି କି ନିକଟରେ ଏହି ଭଳି ଏକ ଦୁର୍ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ମାନଙ୍କ ଦେହ ଥରି ଉଠିବ। ନିଜ ସ୍ତ୍ରୀ ଙ୍କୁ ଅତି ବିଭତ୍ସ ଭାବରେ ଏସିଡ ପକାଇ ମାରିଦେବାକୁ ଚାହିଁଛନ୍ତି ତାଙ୍କ ସ୍ଵାମୀ।

ପ୍ରଥମେ ଭଲ ପାଇବା ର ମିଛ ଅଭିନୟ କରି ବିବାହ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଝଗଡ଼ା କୁ ନେଇ ନିଜ ସ୍ତ୍ରୀ ଉପରେ ଏସିଡ ପକାଇ ଦେଇଛନ୍ତି ତାଙ୍କ ସ୍ବାମୀ।
ତେବେ ଘଟଣା ଟି ହେଉଛି ବାଲେଶ୍ଵର ଜିଲ୍ଲା ସହଦେବ ଖୁଣ୍ଟା ଥାନା ଭୀମପୁର ଗାଁ ର।ଚନ୍ଦନ ରଣା ନାମକ ଯୁବକ ବର୍ଷା ସିଂ ଙ୍କୁ ପ୍ରଥମେ ଭଲ ପାଇବାର ମିଛ ଅଭିନୟ କରି ପ୍ରୋପୋଜ୍ କରିଥିଲେ ଏବଂ ପରେ ତାଙ୍କୁ ବିବାହ କରିବାର ପ୍ରସ୍ତାବ ମଧ୍ୟ ଦେଇଥିଲେ । ବର୍ଷା ଙ୍କ ଘର ଲୋକ ଏହି ବିବାହ ରେ ରାଜି ହୋଇ ମନ୍ଦିର ରେ ସେ ଦୁହିଁଙ୍କ ର ବିବାହ କରାଇ ଦେଇଥିଲେ।

ଆଉ କିଛି ଦିନ ବର୍ଷା ତାଙ୍କ ଶାଶୁଘରେ ରହିବା ପରେ ଜାଣି ପାରିଥିଲେ ଯେ ଚନ୍ଦନ ରଣା ପୂର୍ବରୁ ଅନ୍ୟ ଜଣକୁ ବିବାହ କରିଛନ୍ତି।ଆଉ ଏ କଥା ଜାଣି ବର୍ଷା ତାଙ୍କ ବାପା ଙ୍କ ଘରକୁ ଚାଲି ଆସିଥିଲେ । ଏବଂ ଆଉ କେବେ ସେଠାକୁ ଯିବେନି ବୋଲି ଘରେ ଜଣାଇ ଦେଇଥିଲେ । ଗୋଟିଏ ଘର ଭଡ଼ା ନେଇ ଅଲଗା ରହୁଥିଲେ ।ସେ ଘରେ ବର୍ଷା ଆଉ ତାଙ୍କ ବଡ଼ ଭଉଣୀ ଶିବାନୀ ଏବଂ ଦୁଇ ଛୁଆ ଙ୍କ ସହିତ ରହୁଥିଲେ । ବର୍ଷା ଚନ୍ଦନ ଙ୍କ ଘରୁ ଆସିବାର ଦେଢ଼ ମାସ ପରେ ହଠାତ୍ ସୋମବାର ସକାଳ ସାଢେ଼ ଏଗାର ଟା ବେଳେ ଚନ୍ଦନ ଏବଂ ତାଙ୍କର ଆଉ ଦୁଇ ସହଯୋଗୀ ଙ୍କ ସହିତ ବର୍ଷା ଙ୍କ ଭଡ଼ା ଘରକୁ ଆସିଥିଲେ ।

ଆଉ ସେଠୀ ବର୍ଷା ଙ୍କ ସହିତ ପୁରୁଣା କଥା ଆଲୋଚନା କରି ପ୍ରଥମେ ଝଗଡ଼ା ଆରମ୍ଭ କରିଥିଲେ। ଏବଂ ପାଖରେ ଥିଲେ ବଡ଼ ଭଉଣୀ ଶିବାନୀ ଏବଂ ଦୁଇ ଛୁଆ ।ଝଗଡ଼ା ଅତି ହେବାରୁ ଚନ୍ଦନ ରାଗରେ ପୂର୍ବରୁ ସାଙ୍ଗରେ ଆଣିଥିବା ଏସିଡ କୁ ବର୍ଷା ଙ୍କୁ ମୁ-ହଁ କୁ ପକାଇ ଦେଇଥିଲେ । ଏବଂ କିଛି ଏସିଡ ବର୍ଷା ଙ୍କ ବଡ଼ ଭଉଣୀ ଏବଂ ଛୁଆ ଙ୍କ ଉପରେ ମଧ୍ୟ ପଡ଼ିଛି।ଏସିଡ ପଡ଼ିବା ମାତ୍ରେ ବର୍ଷା ଙ୍କ ମୁହଁ ଏବଂ ଦେ-ହ ଜଳି ଯାଇଥିଲା ।ତାଙ୍କ ଘର ଲୋକ ଆସିବା ପରେ ତାଙ୍କୁ ବାଲେଶ୍ଵର ଜିଲ୍ଲା ଚିକିତ୍ସାଳୟ ରେ ଭର୍ତ୍ତି କରା ଯାଇଥିଲା। ଏବଂ ଡକ୍ଟର ଙ୍କ କହିବା କଥା ଅନୁସାରେ ବର୍ଷା ଙ୍କ ଦେହର 75% ଭାଗ ଜଳି ଯାଇଛି। ଏବଂ ପରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନନ୍ତରିତ କରା ଯାଇଛି।

ଅନ୍ୟ ମାନଙ୍କ ଅବସ୍ଥା ତାଙ୍କ ଅପେକ୍ଷା ଟିକେ ଭଲ ଥିବାରୁ ତାଙ୍କୁ ବାଲେଶ୍ଵର ହସ୍ପିଟାଲ୍ ରେ ଚିକିତ୍ସା କରା ଯାଇଛି।ବର୍ଷା ଙ୍କ ବାପା ଓ ତାଙ୍କ ଭାଇ ଥାନା ରେ ଅଭିଯୋଗ କରିବା ପରେ ସହଦେବ ଖୁଣ୍ଟା ପୋଲିସ୍ ଚନ୍ଦନ ରଣା ଙ୍କୁ ଗିରଫ କରିଛି।।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *