Breaking News

ହେ ଭଗବାନ ! ବାପା ସାମ୍ନାରେ ପିଲାକୁ ପିଟିଦେଲା କାର୍ , ସାମାନ୍ୟ ଭୁଲ୍ ପାଇଁ ଗୋଟିଏ ବାପା ….

ନିକଟରେ ଏକ ଖବର ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି।ଟିକିଏ ଅସାବଧାନତା ପାଇଁ ଆଜି ଗୋଟିଏ ଶିଶୁ ର ମୃତ୍ୟୁ ହୋଇ ଯାଇଛି।କୋମଳ ବୟସରେ ମନ ଭରି ହସି ନଥିବା ଶିଶୁ ଟି ଆଜି ମାଆ ବାପା ଙ୍କ ଆଖିରେ ଲୁହ ଦେଇ ଚାଲି ଯାଇଛି।ଏହି ଭିଡ଼ିଓ ର ଦୃଶ୍ୟ ସବୁ ମାଆ ବାପା ଙ୍କ ପାଇଁ ।ଯେଉଁ ମାଆ ବାପା ମାନେ ଛୁଆ ମାନଙ୍କୁ ଅବହେଳା କରୁଛନ୍ତି ସେମାନଙ୍କ ପାଇଁ ଏ ଭିଡ଼ିଓ ଉଦାହରଣ ସାଜିଛି ।ସାମାନ୍ୟ ଭୁଲ୍ ପାଇଁ ଗୋଟିଏ ବାପା ତା କୋମଳ ପୁଅ ଟି କୁ ସବୁଦିନ ପାଇଁ ହରାଇ ଦେଇଛି।

ଏହି ଦୁଃଖଦାୟକ ଘଟଣା ଟି ହେଉଛି ଗଞ୍ଜାମ ଜିଲ୍ଲା ଖଲିକୋଟ କରଣ ସାହି ର।
ତେବେ ଘଟଣା ଟି ହେଉଛି ଯେ ବାପା ଅଫିସ୍ ରୁ ଆସିବା ପରେ ପୁଅ ଟି ଜିଦ୍ ଧରିଛି ବାହାରକୁ ବୁଲି ଯିବା ପାଇଁ ।ଆଉ ବାହାରକୁ ପଳେଇ ଆସିଛି । ତା ସହିତ ତା ର ବାପା ମଧ୍ୟ ଅଛନ୍ତି ।ହେଲେ ପୁଅଟି ଚଂଚଳତା ର ସହିତ ରାସ୍ତାର ଆର ପଟକୁ ଚାଲି ଯାଇଛି ।ପ୍ରଥମ ଥର ବ୍ୟକ୍ତି ଜଣକ ପୁଅ କୁ ହାତ ଧରି ରାସ୍ତା ଏ ପଟକୁ ଆଣିଛନ୍ତି ।ଆଉ କିଛି କାମ ପାଇଁ ଟିକେ ଘର ଭିତରକୁ ଚାଲି ଯାଇଛନ୍ତି ।

ଆଉ ସେହି ସମୟରେ ଛୋଟ ପୁଅଟି ପୁଣି ଥରେ ରାସ୍ତା ର ଆର ପଟକୁ ଚାଲି ଯାଇଛି ଚଞ୍ଚଳ ବୟସରେ ସେ ବୁଲିଯିବା ପାଇଁ ବହୁତ୍ ଖୁସୀ ଥିଲା ।ଆଉ ରାସ୍ତା ରେ ଅନେକ ଗାଡ଼ି ମଧ୍ୟ ଯିବା ଆସିବା କରୁଥିଲା ।ଆଉ ପୁଅ ଟି ଚଂଚଳତା ର ସହିତ ରାସ୍ତା ର ସେପଟ ରୁ ଏ ପଟ କୁ ଆସିବା ସମୟ ରେ ଏକ ଦୃତଗତି ର କାର ଆସି ପୁଅଟିକୁ ଧକ୍କା ଦେଇଥିଲା ।ଆଉ ଧକ୍କା ଦେବା ପରେ ସେଇ ସାତ ବର୍ଷର କୋମଳ ଶିଶୁ ଟି ଛିଟିକି କି ବହୁତ୍ ଦୂରକୁ ପଡ଼ିଥିଲା ।ଆଉ ଏହା ପରେ କାର ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇ ଯାଇଥିଲା।

ରାସ୍ତାରେ ଲୋକ ରୁଣ୍ଡ ହୋଇ ଯାଇଥିଲେ ।ଆଉ ଯଥା ଶୀଘ୍ର ପୁଅ ଟିକୁ ଆମ୍ବୁଲାନ୍ସ ରେ ହସ୍ପିଟାଲ୍ ମଧ୍ୟ ନିଆ ଯାଇଥିଲା ହେଲେ କିଛି ସମୟ ପରେ ପୁଅଟି ର ମୃତ୍ୟୁ ହୋଇ ଯାଇଥିଲା।ସିସିଟିଭି କ୍ୟାମେରା ରେ ଏହି ଦୁର୍ଘଟଣା ର ଦୃଶ୍ୟ କଏଦ୍ ହୋଇ ଥିଲା ।ବାପା ମାଆ ଙ୍କ ର ଟିକିଏ ଅବହେଳା ପାଇଁ ଆଜି ପୁଅ ଟି ର ଜୀବନ ଚାଲି ଯାଇଛି।ଆଉ ସମସ୍ତ ବାପା ମାଆ ଙ୍କୁ ଅନୁରୋଧ ଯେ ଛୋଟ ଛୁଆ ମାନଙ୍କୁ ଦାୟିତ୍ଵ ରେ ରଖନ୍ତୁ ଆଉ ସେମାନଙ୍କ ଉପରେ ସବୁ ସମୟରେ ନଜର ରଖନ୍ତୁ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *