ଧୀରେ ଧୀରେ ଫିଟିବାରେ ଲାଗିଛି ଉତ୍ତରାଖଣ୍ଡ ର ୧୯ ବର୍ଷୀୟା ଯୁବତୀ ଅଙ୍କିତା ଭଣ୍ଡାରି ଙ୍କ ହ-ତ୍ୟା ଗୁମର। ଅଙ୍କିତା ଙ୍କ ମୃତଦେହକୁ ସେ କାମ କରୁଥିବା ରିସର୍ଟ ନିକଟସ୍ଥ ଏକ କେନାଲ ରୁ ଉଦ୍ଧାର କରାଯାଇଛି । ଆଉ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଉତ୍ତରାଖଣ୍ଡର ଜଣେ ମନ୍ତ୍ରୀ ଙ୍କ ପୁଅ ଓ ଅଙ୍କିତା କାମ କରୁଥିବା ରିସର୍ଟ ର ମାଲିକ ପୁଲକିତ ଆଚାର୍ଯ୍ୟ।
ଅଭିଯୁକ୍ତ ପୁଲକିତଙ୍କ କହିବାନୁଯାୟୀ, ସେ ଗତ ୧୮ ତାରିଖରେ ଅଙ୍କିତା ଭଣ୍ଡାରି ଙ୍କୁ କେନାଲ ଭିତରକୁ ପେଲି ଦେଇଥିଲେ। ଆଉ ତା ପରଠାରୁ ପୋଲିସ କେନାଲ ଭିତରେ ଖୋଜାଖୋଜି ଜାରି ରଖିଥିଲା। ତେବେ ଦୀର୍ଘ ୭ ଦିନର ସର୍ଚ୍ଚ ଅପରେସନ ପରେ ଗତକାଲି କେନାଲ ରୁ ଅଙ୍କିତା ଙ୍କ ମୃ-ତ-ଦେ-ହ ଉଦ୍ଧାର କରାଯାଇଥିଲା।
ତେବେ ଘଟଣା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ପୁଲକିତ ଆଚାର୍ଯ୍ୟଙ୍କ ବାପା ବିନୋଦ ଆଚାର୍ଯ୍ୟ ଙ୍କୁ ଦଳରୁ ବହିସ୍କାର କରାଯାଇଛି। ଏଥି ସହିତ ବିଜେପି ର ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତା ପଦରୁ ମଧ୍ୟ ତାଙ୍କୁ ବିଦା କରାଯାଇଛି। ସେହିଭଳି ମୂଖ୍ୟ ଅଭିଯୁକ୍ତ ପୁଲକିତ ଙ୍କ ଭାଇଙ୍କୁ ମଧ୍ୟ ଉତ୍ତରାଖଣ୍ଡ ଓବିସି ଆୟୋର ଉପାଦକ୍ଷ ପଦରୁ ହଟା ଯାଇଛି, ଯାହାଙ୍କୁ ରାଷ୍ଟ୍ରୀୟ ପାହ୍ୟା ମିଳିଥିଲା।
ସବୁଠୁ ବଡ଼ କଥା ହେଉଛି , ଏହି ଘଟଣାର ତଦନ୍ତରେ ବିଳମ୍ବ ହେବାରୁ ସାଧାରଣ ଜନତା ମାନେ ଉତ୍ତ୍ୟକ୍ତ ହୋଇ ଗତକାଲି ପୂର୍ବାହ୍ନରେ ପୁଲକିତ ଆଚାର୍ଯ୍ୟଙ୍କ ମାଲିକାନାରେ ଥିବା ‘ବନତାରା ରିସର୍ଟ’କୁ ପୋଡ଼ି ପକାଇଥିଲେ। ନିରାପତ୍ତା କର୍ମଚାରୀମାନଙ୍କ ସୁରକ୍ଷା ବଳୟରେ ଯାଉଥିବା ବେଳେ ସେମାନେ ‘ବିଜେପି’ ବିଧାୟିକା ରେଣୁ ବିସ୍ତ୍ଙ୍କ ବିରୋଧରେ ସ୍ଲୋଗାନ୍ ଦେବା ସହିତ ତାଙ୍କ କାର୍ ଭଙ୍ଗାରୁଜା କରିଥିଲେ ।
କେବଳ ଏତିକି ନୁହେଁ, ଗତକାଲି ମଧ୍ୟ ସ୍ଥାନୀୟ ବାସିନ୍ଦାମାନେ ରିସର୍ଟ ଉପରକୁ ଟେ-କା-ପଥର ଫିଙ୍ଗିଥିଲେ। ପୁଲିସ ହାଜତକୁ ନିଆଯାଉଥିବା ଅଭିଯୁକ୍ତ ପୁଲକିତ ଓ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ମାରଧର କରିବାକୁ ଉଦ୍ୟମ କରିଥିଲେ ସାଧାରଣ ଜନତା। ଏଭଳି କରି ସାଧାରଣ ଜନତା ମାନେ ନେତା ଙ୍କୁ ଏହା ଦେଖାଇ ଦେଇଛନ୍ତି ଯେ, ଯେଉ କ୍ଷମତାରେ ବସିଛ ତାହା ନେଇ ଜନତା ଙ୍କ ପାଇଁ। ଆଉ ସେହି କ୍ଷମତା କୁ ଛଡ଼ାଇବାକୁ ଜନତାଙ୍କୁ ଗୋଟିଏ ମୁହୂର୍ତ୍ତ ମଧ୍ୟ ଲାଗିବନି।