Breaking News

୧୫ ଦିନରେ ଜଗବନ୍ଧୁ ପ୍ରମାଣ ନଷ୍ଟ କଲା , ଏବେ ଅର୍ଚନା ଟଙ୍କା ଫୋପାଡିବ ବେଲ ରେ ଆସିବ ! : ଦିପ୍ତିରେଖା …ଦେଖନ୍ତୁ ଭିଡିଓ

ଗତ କିଛି ଦିନ ଧରି ଓଡିଶାର ବହୁ ଚର୍ଚ୍ଚିତ ଖବର ପାଲଟିଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମାମଲା ରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଛି। ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ଅର୍ଥାତ ଗତ ୨୧ ତାରିଖରେ ସ୍ୱାମୀ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଛି। ଉଭୟ ଏବେ ଝାରପଡ଼ା କାରାଗାରରେ ଅଛନ୍ତି।

ତେବେ ଗତକାଲି କଡା ସୁରକ୍ଷା ଭିତରେ ଏସଡିଜିଏମ କୋର୍ଟ ରେ ପହଞ୍ଚିଥିଲେ ଅର୍ଚ୍ଚନା ନାଗ। ତେବେ ଏହି ସମୟରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ତାଙ୍କୁ କିଛି ପ୍ରଶ୍ନ କରିଥିଲେ। ସେତେବେଳେ ଗର୍ଜି ଉଠିଥିଲେ ଅର୍ଚ୍ଚନା ନାଗ। ରାଗ ଯାଇ ସେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ବିନା କୌଣସି ତଥ୍ୟ ରେ ତାଙ୍କ ବିଷୟରେ ମିଛ ପ୍ରଚାର ନ କରିବା ପାଇଁ କହିଥିଲେ। କୋର୍ଟ କୁ ଯିବା ସମୟରେ ତାଙ୍କ ମୁହଁରେ ଟିକେ ବି ପଶ୍ଚତାପ ଦେଖିବାକୁ ମିଳିନଥିଲା।

ତେବେ ଜେଲ ରେ ୧୫ ଦିନ ବିଚାର ବିଭାଗୀୟ ହାଜତରେ ରହିବା ପରେ ଏବେ ପ୍ରଥମ ଥର ପାଇଁ ମିଡିଆ ଆଗରେ ମୁହଁ ଖୋଲିଛନ୍ତି ଅର୍ଚ୍ଚନା ନାଗ। ତେବେ ଏଥିରୁ ଯାହା ଜଣାପଡିଛି ଯେ, ଜେଲ ରେ ଥାଇ ମଧ୍ୟ ଅର୍ଚ୍ଚନା ତାଙ୍କ ବିଷୟରେ ପ୍ରସାରିତ ହେଉଥିବା ଗୋଟି ଗୋଟି ଖବର ବିଷୟରେ ଅବଗତ ଅଛନ୍ତି।

ତେବେ ଅର୍ଚ୍ଚନା ଙ୍କ ମୁହଁରେ ଟିକେ ବି ଅନୁତାପ ନଥିବା ବେଳେ ସେ ଯେଉଁଭଳି ଭାବରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମିଛ ଖବର ପ୍ରସାରିତ କରିବାକୁ ତାଗିଦ୍ କରିଥିଲେ ଏହା ଦେଖିବା ପରେ ମନେ ହେଉଛି ଯେ ଅର୍ଚ୍ଚନା ଜାଣିଛନ୍ତି ସେ ନିଶ୍ଚୟ ବେଲ୍ ପାଇବେ। ଏ ବିଷୟରେ ପତ୍ରଲେଖା କୁହନ୍ତି, ଯେତେବେଳ ଅର୍ଚ୍ଚନା ଗିରଫ ହୋଇଥିଲେ ସେତେବେଳେ ତାଙ୍କ ସ୍ବାମୀ ଜଗବନ୍ଧୁ ଫେରାର ଥିଲେ। ସେ ଏହି ୧୫ ଦିନ ଭିତରେ ନିଶ୍ଚୟ ଭାବରେ ସବୁ କିଛି ତଥ୍ୟ ନଷ୍ଟ କରିଦେଇଥିବେ। ଯାହା ଫଳରେ ଅର୍ଚ୍ଚନା ବେଲ୍ ପାଇବା ପାଇଁ ସ୍ପଷ୍ଟ ହୋଇ କହିପାରୁଛନ୍ତି।

ସେହିଭଳି ଏହି ଖେଳର ମାଷ୍ଟରମାଇଣ୍ଡ କୁହାଯାଉଥିବା ଖଗେଶ୍ବର ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଅଛି। ତାକୁ ଗିରଫ କରିବାରେ ପୋଲିସ ଏପର୍ଯ୍ୟନ୍ତ ସଫଳ ହୋଇପାରିଛନ୍ତି। ସେ ବାହାରେ ରହି ନିଶ୍ଚୟ ଭାବରେ ଆଉ କିଛି ତଥ୍ୟ ନଷ୍ଟ କରିବା ପରେ ଧର ଦେଵ। ତେଣୁକରି ଏହା ନିଶ୍ଚୟ ଭାବରେ ଏକ ସୁଚିନ୍ତିତ ଯୋଜନା ବୋଲି କହିଛନ୍ତି ପତ୍ରଲେଖା।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *