ଆପଣ ମାନେ ଜାଣିଛନ୍ତି କି କ’ଣ ହୋଇଥିଲା 1947 ମସିହାର ଅଗଷ୍ଟ 14 ତାରିଖ ବା ସ୍ଵାଧିନତାର ପୂର୍ବ ଦିନ ରାତି ର ଘଟଣା ।ସେଦିନ ରାତିରେ ଏମିତି କ’ଣ ଘଟିଥିଲା ଓ କେମିତି ହୋଇଥିଲା ରାଇସେନା ହିଲ୍ସ୍ ର ଦୃଶ୍ୟ। ଆଜି ଆସନ୍ତୁ ସୁଣିବା ଅଗଷ୍ଟ 14 ତାରିଖ ରେ ଘଟିଥିବା ଏକ ସତ ଘଟଣା ଗୁଡିକୁ । ଯାହାକୁ ଭାରତର ପ୍ରତ୍ୟେକ ଟି ନାଗରିକ ମାନେ ଜାଣିବାକୁ ଚାହୁଁଥିବେ ଓ ଅଗଷ୍ଟ 14 ତାରିଖ ର ରାତି ଏମିତି ଏକ ରାତି ହୋଇଥିଲା ଯାହା ଭାରତର ଇତିହାସ ଭୋଗଲ ଭବିଷ୍ୟତ ଓ ତାର ଚିନ୍ତାଧାରା କୁ ବଦଳାଇ ଦେଲା ସେହିରାତି ଥିଲା ସ୍ଵାଧିନତାର ରାତି ।
ଏହି କାହାଣୀ ହେଉଛି 1947 ମସିହା ଅଗଷ୍ଟ 14 ତାରିଖ । ଦିଲ୍ଲୀ ରେ ଅଗଷ୍ଟ 14 ତାରିଖ ଅପରାହ୍ନ ରୁ ହିଁ ଅଧିକ ରୁ ଅଧିକ ବର୍ଷା ହୋଇଥିଲା । ରାତି 9 ଟା ରେ ରାଇସେନା ହ୍ଲିସ୍ ରେ ପାଖାପାଖି 5 ଲକ୍ଷ ଲୋକ ଜମା ହୋଇ ଯାଇଥିଲେ । ଘନ ଘନ ବର୍ଷା ମଧ୍ୟରେ ଅପେକ୍ଷା କରିଥିଲେ ସ୍ୱାଧୀନତା ର ନୂଆ ସକାଳ କୁ ଓ କେତେବେଳେ ସକାଳ ହେବ ଏବଂ ରାଇସେନା ହିଲ୍ସ ରେ ତ୍ରିରଙ୍ଗା ଉଡିବ ।
ତା ପରେ ପାଖାପାଖି ରାତି 10 ଟା ବେଳେ କୁ ସର୍ଦ୍ଦାର ପଟେଲ , ଜବାହାରଲାଲ ନେହରୁ ,ଡକ୍ତର ରାଜେନ୍ଦ୍ର ପ୍ରସାଦ ଓ ମ୍ୟାଉଣ୍ଟ ବ୍ୟାଣ୍ଟେନ୍ ଏକାଥି ହୋଇ ପହଂଚି ଥିଲେ ଭାଇସ୍ ରୟ ରେ । 14 ଅଗଷ୍ଟ 1947 ରେ ରାତି 12 ଟା ବାଜିବାକୁ ଅଳ୍ପ ସମୟ ଥିଲା ଠି କ୍ ସେତିକି ବେଳକୁ ଜବାହାରଲାଲ ନେହରୁ ଆରମ୍ଭ କରିଥିଲେ ତାଙ୍କର ଭାଷଣ ଦେଇଥିଲେ ।
ସେ କହିଥିଲେ ରାତି ଅନ୍ଧକରରେ ବିଶ୍ୱ ସୋଇଥିବ ସେତିକିବେଳେ ଭାରତ ଉଠିବ ନୂଆ ଏକ ଜୀବନ ଓ ସ୍ୱାଧୀନତା ନେଇ ଆସିବ ଏଭଳି ଭାଷଣ ଶୁଣି ଭାରତୀୟ ମାନଙ୍କ ମନରେ ଖୁସିର ଲହରୀ ଖେଳି ଉଠିଥିଲା କାରଣ 200 ବର୍ଷ ପରେ ଦେଶ ବ୍ରିଟିଶ ଙ୍କ ସାସନ୍ କେନ୍ଦ୍ର ରୁ ମୁକ୍ତି ମିଳିଥିଲା । ହେଲେ ଏହି ଖୁସି ସହିତ ଭାରତୀୟ କୁ ବହୁତ ଦୁଃଖ ର ସମୟ କୁ ସମ୍ମୁଖୀନ ହେବାକୁ ପଡିଥିଲା ।
କାରଣ ଭାରତ ତାର 3 ଲକ୍ଷ 46 ହଜାର 7 ସହ 37 ସ୍କୋୟାର୍ କିମି ସ୍ଥାନ ଓ 8 କୋଟି ରୁ ଅଧିକ ଲୋକ ଙ୍କୁ ସେ ହରାଇଥିଲା । ଭାରତ ଠାରୁ ଅଲଗା ହୋଇ ପକିସ୍ଥାନ ଏକ ଦେଶ ତିଆରି ହୋଇଥିଲା । ଭାରତ ଏମିତି ରେ ବି ସ୍ବାଧିନତା ପାଇ ନାହିଁ । କରିବକୁ ପଡିଛି ଅନେକ ସଂଘର୍ଷ । ଅଗଷ୍ଟ 15 ର ବହୁତ ପୂର୍ବ ରୁ ହିଁ ବ୍ରିଟିଶ ଶାସନ ଆରମ୍ଭ ହୋଇ ଥିଲା । ଦ୍ବତିୟ ବିଶ୍ବ ଯୁଦ୍ଧ ପରେ ଇଂରେଜ ମାନଙ୍କ ର ପାଖ ରେ ସାମର୍ଥ ନଥିଲା କି ତାଙ୍କ ର ଭାରତ ଉପରେ ଶାସନ କରି ପାରିବେ । ସେଥିପାଇଁ ମାଉଣ୍ଟ୍ ବ୍ୟାଣ୍ଟେନ୍ କୁ ଭାରତ ର ଶେଷ ଭାଇସ୍ ରୟରେ କରି ପଠା ଯାଇଥିଲା ।
ଏହାର କାରଣ ଥିଲା ଦେଶ କୁ ଆଇନ ଅନୁଯାୟୀ ସ୍ବାଧିନତା ଦେବା । ତେବେ ଏଇଠି ଏକ ବଡ଼ ପ୍ରଶ୍ନ ସ୍ବାଧିନତା ପାଳନ କରିବା ପାଇଁ ଅଗଷ୍ଟ 15 କୁ କାହିଁକି ରଖା ଗଲା । ଏହାର କାରଣ ହେଉଛି ଶୁଭ ଓ ଅଶୁଭ । ଭାରତୀୟ ଙ୍କ ଭଳି ଇଂରେଜ ମାନେ ମଧ୍ୟ ଶୁଭ ଓ ଅଶୁଭ କଥା ମାନୁଥିଲେ । ମାଉଣ୍ଟ ବ୍ୟାଣ୍ଟେନ୍ ମାନୁଥିଲେ ଅଗଷ୍ଟ 15 ହେଉଛି ଶୁଭ ଦିନ କାରଣ ଅଗଷ୍ଟ 15 ତାରିଖ 1945ମସିହା ରର ହିଁ ଜାପାନ ଶରଣ କୁ ଆସିଥିଲା । ସେଇଠି ପାଇଁ ମାଉଣ୍ଟ ବ୍ୟାଣ୍ଟେନ୍ ଭାବୁଥିଲେ ଅଗଷ୍ଟ 15 ତାରିଖ ଦିନ ମିତ୍ର ରାଷ୍ଟ୍ର ପାଇଁ ଶୁଭ ।
ହେଲେ ଆପଣ ମାନେ ଜାଣିଛନ୍ତି ରାତି 12 ଟା ରେ ଦେଶ କୁ ସ୍ବାଧିନତା ମିଳିବ ବୋଲି କାହିଁକି ସ୍ଥିର କରାଗଲା । ଏହାର କାରଣ ହେଉଛି ଭାରତ ର ଜ୍ୟୋତିଷ ମାନକୁ ଲାଗୁଥିଲା କି ଏହି ସମୟ ଭାରତ ପାଇଁ ସ୍ବତନ୍ତ୍ର ପାଇଁ ଶୁଭ ସେଥି ପାଇଁ ସ୍ଥିର କରାଜାଇଥିଲା କି ନେହେରୁ ତାଙ୍କ ର ଭାଷଣ 12 ପୂର୍ବ ରୁ ହିଁ ଶେଷ କରିବେ ଏବଂ ଭାରତ ର ଲୋକ ତନ୍ତ୍ର୍ ଆରମ୍ଭ ହେବ । ଏହା ପରେ ଅଗଷ୍ଟ 15 ସକାଳ 8 ଟା ରେ ପଣ୍ଡିତ ନେହେରୁ ତାଙ୍କ ର କ୍ୟାବିନେଟ ପଦ ଓ ଗୋପନିୟତା ର ଶପଥ ନେଇଥିଲେ । ଦେଶ ର ତ୍ରିରଙ୍ଗା କୁ ପ୍ରଥମେ ନେହେରୁ ପାଲ୍ୟାମେଣ୍ଟ ର ଆସେମ୍ବିଲି ରେ ରାତି 12 ଟା ରେ ଉଡେଇ ଥିଲେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।