ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ନିଜର ଜବରଦସ୍ତ ଅଭିନୟ ପାଇଁ ଆଜି ସେ ଓଡ଼ିଶାର ସବୁ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି। ତେବେ ବର୍ତ୍ତମାନ ସିଦ୍ଧାନ୍ତ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କିଛି ଦିନର ବ୍ୟବଧାନ ପରେ ପୁଣି ବଡ଼ ପରଦାକୁ ଫେରୁଛନ୍ତି ସମସ୍ତଙ୍କର ଅତି ପ୍ରିୟ ସିଦ୍ଧାନ୍ତ ମହାପାତ୍ର। ଏଥର ଦର୍ଶକ ମାନେ ତାଙ୍କୁ ଏକ ଭିନ୍ନ ଅନ୍ଦାଜ ରେ ଦେଖିବାକୁ ପାଇବେ।
ଏହି ଚଳଚ୍ଚିତ୍ର ର ନାଁ ହେଉଛି ଶଙ୍କର। ଆଉ ସବୁଠୁ ବଡ଼ କଥା ହେଉଛି ଏହି ଚଳଚ୍ଚିତ୍ର ରେ ସିଦ୍ଧାନ୍ତ ଙ୍କ ବିପକ୍ଷରେ ନାୟିକା ଭାବରେ ନଜର ଆସିବେ ରଚନା ବାନାର୍ଜୀ। ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ଏବେ ପୁଣି ଥରେ ଦର୍ଶକ ମାନେ ଏହି ସୁପରହିଟ ଯୋଡ଼ି କୁ ପରଦା ଉପରେ ଦେଖିବାକୁ ପାଇବେ।
ନିକଟରେ ଏହି ଫିଲ୍ମ ର ମହୁରତ ହୋଇଛି। ଖୁବ୍ ଶୀଘ୍ର ଏହି ବ୍ଲକବଷ୍ଟର ସିନେମାର ସୁଟିଂ ଆରମ୍ଭ ହେବ। ସାଇ ଦରକାର ଫିଲ୍ମ ପକ୍ଷରୁ ଏହି ନୂଆ ଓଡ଼ିଆ ସିନେମା ଶଙ୍କର ଆଗାମୀ ବର୍ଷ ରିଲିଜ୍ ହୋଇପାରେ। ତେବେ ଯାହା ଶୁଣିବାକୁ ମିଳୁଛି ଏହି ଫିଲ୍ମ ରେ ଶଙ୍କର ଭୂମିକାରେ ନଜର ଆସିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ଆଉ ସବୁଠୁ ବଡ଼ କଥା ହେଉଛି ଏଥିରେ ତାଙ୍କର ନାୟିକା ସାଜିବେ ଅଭିନେତ୍ରୀ ରଚନା ବାନାର୍ଜୀ।
ତେବେ କହି ରଖୁଛୁ, ନବେ ଦଶକରେ ଓଡ଼ିଆ ଦର୍ଶକ ମାନଙ୍କୁ ଅନେକ ସୁପରହିଟ୍ ସିନେମା ଭେଟି ଦେଇଥିଲେ ସିଦ୍ଧାନ୍ତ ଓ ରଚନା। ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ମାନେ ବେଶ୍ ପସନ୍ଦ କରୁଥିଲେ। ଦୁହେଁ ଏକାଠି ପାଖାପାଖି ୫୦ ରୁ ଉର୍ଦ୍ଧ୍ବ ସିନେମାରେ କାମ କରିଛନ୍ତି। ଆଜି ବି ଦର୍ଶକ ମାନେ ଏହି ସୁପରହିଟ ଯୋଡ଼ି କୁ ମନେ ରଖିଛନ୍ତି।
ତେବେ ୨୦୦୪ ମସିହା ପର ଠାରୁ ରଚନା ଓଡ଼ିଆ ଇଣ୍ଡଷ୍ଟ୍ରି ଛାଡ଼ି ଦେବା କାରଣରୁ ରଚନା ଓ ସିଦ୍ଧାନ୍ତ ଙ୍କୁ ଦର୍ଶକ ମାନେ ଏକାଠି ଦେଖିବାକୁ ପାଇନଥିଲେ। ତେବେ ବର୍ତ୍ତମାନ ପୁଣିଥରେ ଦର୍ଶକ ମାନେ ଏହି ଯୋଡ଼ି କୁ ଏକାଠି ଦେଖିବାକୁ ପାଇବେ। ତେବେ ଏହି ସିନେମା କୁ ଲୋକ ମାନେ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ତାହା ରିଲିଜ୍ ପରେ ହିଁ ଜଣାପଡିବ।