ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏଭଳି ଖୁବ୍ କମ୍ ଅଭିନେତା ଅଛନ୍ତି ଯେଉଁମାନେ ନିଜର ଦମଦାର ଅଭିନୟ ଦ୍ୱାରା ୯୦ ଦଶକ ରୁ ଆରମ୍ଭ କରି ଅଦ୍ୟାବଧି ଦର୍ଶକ ମାନଙ୍କ ମନରେ ରାଜ କରୁଛନ୍ତି। ଓଡ଼ିଶାର ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର। ସିଦ୍ଧାନ୍ତ ମହାପାତ୍ର ଙ୍କୁ କିଏ ବା ନଜାଣେ !! ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ସେ ଅତି ପ୍ରିୟ।
ନିଜର ନିଖୁଣ ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କୁ ଦିଆଯାଇଥିବା ପ୍ରତିଟି ଚରିତ୍ରକୁ ସେ ବାସ୍ତବିକ ଭାବରେ ପରଦା ଉପରେ ପରିବେଷଣ କରନ୍ତି। ନିଜର ଅଭିନୟର ଯାଦୁରେ ସେ ଲକ୍ଷ ଲକ୍ଷ ଦର୍ଶକ ମାନଙ୍କ ହୃଦୟ ଜିତିଛନ୍ତି। ସିଦ୍ଧାନ୍ତ ମହାପାତ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତର ଏଭଳି ଜଣେ କଳାକାର ଯିଏ ଓଡ଼ିଆ ସିନେମାକୁ ଏକ ସ୍ବତନ୍ତ୍ର ସ୍ଥାନକୁ ନେଇପାରିଛନ୍ତି।
ଏହାରି ଭିତରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ୫୬ ବର୍ଷ ବୟସରେ ପହଞ୍ଚି ସାରିଛନ୍ତି। ହେଲେ ଆଜି ବି ମଧ୍ୟ ସେ ଖୁବ୍ ଫିଟ୍। ନିକଟରେ ଏକ ସାକ୍ଷାତକାର ରେ ନିଜ ଫିଟନେସ ର ରାଜ୍ ଖୋଲିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର। ଏ ବୟସରେ ବି ଫିଟ୍ ରହିବାର ସବୁ ଶ୍ରେୟ ସେ ନିଜ ପତ୍ନୀ ମାମା ମିଶ୍ର ଙ୍କୁ ଦେଇଛନ୍ତି।
ସେ କହିଛନ୍ତି, ‘ମୋ ଫିଟନେସ ପଛରେ ୯୦ ପ୍ରତିଶତ ମୋ ସ୍ତ୍ରୀ ଙ୍କ ହାତ ରହିଛି। ମୁଁ ସବୁ କିଛି ଖାଏ। ହେଲେ ସବୁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଏ। ମୁଁ କେବେ ବି ଡାଇଟିଂ କରିନାହିଁ।’ ଆଉ ସବୁଠୁ ବଡ଼ କଥା ହେଉଛି, ସିଦ୍ଧାନ୍ତ କୌଣସି ଜାଗାକୁ ଯିବାକୁ ହେଲେ ସାଇକେଲ ରେ ଯିବାକୁ ପସନ୍ଦ କରନ୍ତି। ଆଉ ସେଥିପାଇଁ ସେ ଏ ବୟସରେ ବି ଏତେ ଫିଟ୍।
ଏହି ସାକ୍ଷାତକାର ରେ ସିଦ୍ଧାନ୍ତ ଅନ୍ୟ ଏକ ବଡ କଥା ର ମଧ୍ୟ ଖୁଲାଶା କରିଥିଲେ। ସେ କହିଥିଲେ ତାଙ୍କ ବାପା ସବୁବେଳେ ଜଣେ ଅଭିନେତା ହେବାକୁ ଚାହୁଁଥିଲେ। ସେଥିପାଇଁ ସେ ଅନେକ ପ୍ରୟାସ କରି ମଧ୍ୟ ବିଫଳ ହୋଇଥିଲେ। ହେଲେ ପିଲାଟି ବେଳୁ କେବେ ବି ଅଭିନୟରେ ଅଂଶ ଗ୍ରହଣ କରିନଥିବା ସିଦ୍ଧାନ୍ତ ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ପାଲଟିଗଲେ। ଏହା ସବୁ ଭାଗ୍ୟର ଖେଳ ବୋଲି କହିଥିଲେ ସିଦ୍ଧାନ୍ତ।