Breaking News

ସୁମିତ ଓ ତପସ୍ୱିନୀ ଙ୍କ ହେବ ପୁନଃମିଳନ ! ତପସ୍ୱିନୀ କାଲି ତୁମେ ନାଲି ଶାଢ଼ୀ ପିନ୍ଧି ଆସିବ ,ଏମିତି କହିଲେ ସୁମିତ – ଦେଖନ୍ତୁ

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ଵିନୀ ଙ୍କ ଘରୋଇ ବିବାଦ ମାମଲା ବିଷୟରେ ତ ସମସ୍ତେ ଭଲ ଭାବରେ ଅବଗତ। ଅନେକ ତୁମ୍ବି ତୋଫାନ ପରେ ଏହି ମାମଲା ଶେଷରେ ଯାଇ ହାଇକୋର୍ଟ ରେ ପହଞ୍ଚିଛି। ଆଉ ମାନ୍ୟବର ହାଇକୋର୍ଟ ଙ୍କ ମଧ୍ୟସ୍ଥତା ରେ ଦୁହେଁ ଖୁବ୍ ଶୀଘ୍ର ଏକାଠି ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି।
ମାନ୍ୟବର ହାଇକୋର୍ଟ ଗତକାଲି ଉଭୟ ସୁମିତ ଓ ତପସ୍ୱିନୀ ଙ୍କୁ ଏକ ଆପୋଷ ବୁଝାମଣା ପାଇଁ ଡ଼କାଇଥିଲେ। ଆଉ ଦୀର୍ଘ ଦୁଇ ଘଣ୍ଟା ଧରି ବୁଝା ଶୁଝା କରିବା ପରେ ଶେଷରେ ଏହି ମାମଲାରେ ଏକ ପଜିଟିଭ ସମାଧାନର ବାଟ ମିଳିପାରିଛି।

ମାନ୍ୟବର ହାଇକୋର୍ଟ ଏପ୍ରିଲ ୧୧ ତାରିଖ ଦିନ ତପସ୍ଵିନୀ ଓ ସୁମିତ ଙ୍କୁ ପୁନଃମିଳନ ପାଇଁ ଡାକିଛନ୍ତି। ପୁଣି ଥରେ ଦୁହେଁ ଏକାଠି ହୋଇ ସଂସାର ଆରମ୍ଭ କରିପାରନ୍ତି। ତେବେ ଏହା ପୂର୍ବରୁ କୋର୍ଟ ଦେଇଥିବା ନିର୍ଦ୍ଦେଶ କ୍ରମେ ସୁମିତ ଆସ୍କା ଠାରେ ତପସ୍ଵିନୀ ଙ୍କୁ ନେଇ ରହିବା ପାଇଁ ଏକ ଘର ଭଡ଼ା ଖୋଜିଥିଲେ। କିନ୍ତୁ ଘର ଟିର କିଭଳି ଭାବରେ ଅବସ୍ଥା ଓ ପରିସ୍ଥିତି ରହିଛି ତାହା ଦେଖିବାକୁ କୋର୍ଟ ଚାହିଁଥିଲେ। ଯାହା ଫଳରେ ଉଭୟ ତପସ୍ଵିନୀ ଓ ସୁମିତ ଙ୍କୁ ଘରର ଭିଡିଓ ସୁଟ କରି ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ଆଉ ୧୧ ତାରିଖ ଦିନ ଯେତେବେଳେ ଦୁହିଁଙ୍କର ପୁଣିଥରେ ପୁନଃ ମିଳନ ହେବାକୁ ଯାଉଛି, ସେଠାରେ ହାଇକୋର୍ଟ ଙ୍କର ଯାହାବି ନିଷ୍ପତି ରହିବ ସେଥିରେ ଦୁହିଁଙ୍କ ସୁନା ସଂସାର ପୁଣି ଥରେ ହସି ଉଠିବ। ଯେଉଁ ସ୍ବାମୀ ଙ୍କୁ ପାଇବା ପାଇଁ ତପସ୍ଵିନୀ ଦିନ ରାତି ଶୀତ କାକରରେ ଶାଶୁଘର ଦାଣ୍ଡ ଦୁଆରେ ବସି ଦିନ କଟୁଥିଲେ ଆଜି ଶେଷରେ ସେହି ସ୍ବାମୀଙ୍କୁ ପାଖରେ ପାଇବେ।


ଆଉ ଏହାରି ଭିତରେ ସୁମିତ ମଧ୍ୟ ନିଜର ନିରବତା ଭାଙ୍ଗି ତପସ୍ଵିନୀ ଙ୍କୁ ନିଜ ପରିବାରର ଜଣେ ସଦସ୍ୟ ବୋଲି ନିଜେ କହିଛନ୍ତି। ଯେଉଁଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି କି ସୁମିତ ମଧ୍ୟ ଏବେ ରାଜି ଅଛନ୍ତି ତପସ୍ଵିନୀ ଙ୍କୁ ଗ୍ରହଣ କରିବା ପାଇଁ। ହୁଏତ ଖୁବ୍ ଶୀଘ୍ର ସୁମିତ ଓ ତପସ୍ଵିନୀ ଦୁହେଁ ଗୋଟିଏ ଘରେ ରହିବାକୁ ଯାଉଛନ୍ତି। ତେବେ ଦେଖିବା ବାକି ରହିଲା ଆଜି କୋର୍ଟ ରେ ସୁମିତ ଓ ତପସ୍ଵିନୀ ଙ୍କ ମାମଲା କେଉଁ ନୂଆ ମୋଡ଼ ନେଉଛି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *