Breaking News

ଦୁଃଖ ଖବର !! ଶୁଟିଙ୍ଗ କରୁଥିବା ସମୟରେ ଓଡିଆ ଅଭିନେତ୍ରୀ ରିୟା ଦେ (Riya De)ଙ୍କ ଘଟିଲା ବଡ ଦୁର୍ଘଟଣା, ଏବେ ଏମିତି ..ଦେଖନ୍ତୁ ଭିଡିଓ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଖୁବ୍ କମ୍ ସମୟରେ ନିଜର ପରିଶ୍ରମ ଓ ଦକ୍ଷତା ବଳରେ ଅନେକ ସଫଳତା ହାସଲ କରିଛନ୍ତି। ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସେହିଭଳି ଜଣେ ଅତି ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ରିୟା ଦେ। ରିୟା ଙ୍କୁ ତ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ। ଓଡ଼ିଆ ସିନେମା ଜଗତର ସେ ଜଣେ ସଫଳ ଅଭିନେତ୍ରୀ।


ଖୁବ୍ କମ୍ ସମୟ ମଧ୍ୟରେ ସେ ଓଡ଼ିଆ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ସେ ଓଡ଼ିଆ ସିନେ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ କହିଲେ ମଧ୍ଯ ଚଳେ। ତେବେ ବର୍ତ୍ତମାନ ସମୟରେ ରିୟା ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୁଟିଂ ସମୟରେ ପଥର ଉପରୁ ଖସି ଅଭିନେତ୍ରୀ ରିୟା ଙ୍କର ଗୋଡ ଭାଙ୍ଗି ଯାଇଛି। ଯାହା ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତି କରାଯାଇଛି।

ସୁଚନା ଅନୁଯାୟୀ, ଶିମିଳିପାଳ ଲୁଲୁଙ୍ଗ ଠାରେ ନିଜର ଆଗାମୀ ଚଳଚ୍ଚିତ୍ର ର ଏକ ଗୀତ ସୁଟିଂ କରିବା ସମୟରେ ହଠାତ୍ ଏକ ପଥର ଉପରୁ ରିୟା ଙ୍କର ଗୋଡ଼ ଖସି ଯାଇଥିଲା। ଯାହା ଫଳରେ ଭାରସାମ୍ୟ ହରାଇ ସେ ତଳେ ଖସି ପଡ଼ିଥିଲେ। ତେବେ ଏହି ସମୟରେ ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିଲା।

ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ଟିମ୍ ମେମ୍ବର ତାଙ୍କୁ ନେଇ ବାରିପଦା ହସ୍ପିଟାଲ୍ ରେ ଭର୍ତି କରିଥିଲେ। ତେବେ ଏହି ଅଘଟଣ ପରେ ତାଙ୍କର ବାମ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି। ତେବେ ବର୍ତ୍ତମାନ ଡାକ୍ତର ରିୟା ଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ତାଙ୍କର ସୁଟିଂ କୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି।

ଏହି ଅଘଟଣ ପର ମୁହୂର୍ତରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଟିମ୍ ମେମ୍ବର ମାନେ ମିଶି ରିୟା ଙ୍କର ପ୍ରାଥମିକ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ରିୟା କଷ୍ଟରେ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଛି।
ତେବେ ଏହି ଖବର ସାମ୍ନାକୁ ଆସିବା ପରେ ରିୟା ଙ୍କ ର ଅଗଣିତ ଫ୍ୟାନ୍ସ ମାନଙ୍କ ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନ୍ୟ କଳାକାର ମାନେ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି କାମନା କରୁଛନ୍ତି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *