Breaking News

ବର ଆଗରେ ନବବଧୂକୁ ସିନ୍ଦୁର ପିନ୍ଧାଇଲା ପୂର୍ବତନ ପ୍ରେମିକ ,ସୋସିଆଲ ମିଡିଆ ରେ ଭାଇରାଲ ହେଲା ଭିଡିଓ – ଦେଖନ୍ତୁ

ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ଜଡ଼ିତ ଅଛନ୍ତି। ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଭିନ୍ନ ଧରଣର ଭିଡିଓ ଭାଇରାଲ ହୋଇଥାଏ। ଯାହା ମଧ୍ୟରୁ କିଛି ଭିଡିଓ ଏଭଳି ବି ଥାଏ ଯାହା ଲୋକ ମାନଙ୍କୁ ଆଶ୍ଚର୍ୟ୍ଯ କରିଦିଏ। ତେବେ ନିକଟରେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ।

ଫିଲ୍ମ ଷ୍ଟାଇଲ ରେ ପ୍ରେମିକା କୁ ପାନେ ଦେଲା ପୂର୍ବତନ ପ୍ରେମିକ। ବାହାଘର ବେଦୀ ରେ ବର ସମ୍ମୁଖରେ କନ୍ୟା ମଥାରେ ସିନ୍ଦୂର ଦେଇ ଧୋକା ପ୍ରେମର ବଦଲା ନେଲା ପ୍ରେମିକ। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଗୋରଖପୁର ଠାରେ ।

ଭିଡିଓରେ ଦେଖିବାକୁ ମିଳିଛି, ବାହାଘର ମଣ୍ଡପ ଉପରେ ବର ଓ କନ୍ୟା ସାମ୍ନା ସାମ୍ନୀ ଛିଡ଼ା ହୋଇ ପରସ୍ପରକୁ ବରମାଳା ପିନ୍ଧେଇବାକୁ ଯାଉଥିଲେ। ହେଲେ ଠିକ୍ ଏହି ସମୟରେ ନିଜ ମୁହଁକୁ କପଡ଼ାରେ ଢାକିଥିବା ଜଣେ ଯୁବକ ମଣ୍ଡପରେ ପହଞ୍ଚି ବାହାଘରରେ ଉପସ୍ଥିତ ଥିବା ସମସ୍ତ ଲୋକ ମାନଙ୍କ ସାମ୍ନାରେ କନ୍ୟା ମଥାରେ ସିନ୍ଦୂର ଦେଇଥିଲେ। ତେବେ ଏତିକିରେ ଅଟକି ନଥିଲା ଯୁବକ ଜଣକ କାରନାମା। ତାଙ୍କ ପକେଟ୍ ରେ ରଖିଥିବା ସିନ୍ଦୂର କୁ ସଂପୂର୍ଣ୍ଣ ଭାବରେ ସେ ନବବଧୂଙ୍କ ମୁଣ୍ଡରେ ଢ଼ାଳି ଦେଇଥିଲେ। ଯାହା ଦେଖି ଘଟଣା ସ୍ଥଳରେ ଉପସ୍ଥିତ ସବୁ ଲୋକ ତାଯୁକ୍ ହୋଇଯାଇଥିଲେ।

ତେବେ ପରେ ସମସ୍ତେ ଜାଣିବାକୁ ପାଇଥିଲେ ଯେ, ମୁଁହ ଘୋଡାଇ ଥିବା ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି କନ୍ୟା ଙ୍କ ପୂର୍ବତନ ପ୍ରେମିକ। କିଛି ମାସ ପୂର୍ବରୁ ପ୍ରେମିକ ଜଣକ ଟଙ୍କା ରୋଜଗାର ପାଇଁ ଅନ୍ୟ ସହରକୁ ଯାଇଥିବା ବେଳେ ପ୍ରେମିକା ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପ୍ରେମିକା ଜଣକ ଅନ୍ୟ ଜଣକୁ ବିବାହ କରିବା ପାଇଁ ରାଜି ହୋଇଗଲେ। ଯାହାର ପରବର୍ତ୍ତୀ ପରିଣାମ ଏପରି ହୋଇଥିଲା।


ଏହି ଘଟଣା ପରେ ନବବଧୂ ଙ୍କ ପରିବାର ଲୋକ ଯୁବକ ଜଣକୁ କାବୁ କରି ପୋଲିସକୁ ଖବର ଦେଇ ତାଙ୍କୁ ଗିରଫ କରାଇଥିଲେ। ଏଭଳି ହୋ ହାଲ୍ଲା ପରେ ମଧ୍ୟ ବର ଜଣଙ୍କ କନ୍ୟା ଜଣକୁ ବିବାହ କରିଥିଲେ। ଅନ୍ୟପଟେ ପୋଲିସ ମଧ୍ୟ ପରବର୍ତ୍ତୀ ସମୟରେ ଉକ୍ତ ଯୁବକ ଜଣକୁ ଛାଡ଼ି ଦେଇଥିବା ସୁଚନା ମଳିଛି

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *