Breaking News

ସତ ହେବ ମାଳିକା ବଚନ !! ୯ ବର୍ଷ ମଧ୍ୟରେ ପାଣିରେ ବୁଡ଼ିଯିବ ପୁରୀ ସହ ଆହୁରି ୫୦ ସହର …..

ଆଜିକୁ ପ୍ରାୟ ୬୦୦ ବର୍ଷ ପୂର୍ବେ ମହାପୁରୁଷ ପଞ୍ଚସଖା ମାନେ ଆଗତ ଭବିଷ୍ୟତରେ କଣ ହେବ ତାହା ନିଜର ଦିବ୍ୟଦୃଷ୍ଟିରେ ଦେଖି ପାରୁଥିଲେ, ଯାହାକୁ ସେ ତାଳପତ୍ର ପୋଥି ରେ ଲେଖି ଯାଇଛନ୍ତି। ଯାହାର ଆଜିର ଦିନରେ ମାଳିକା ନାମରେ ଖ୍ୟାତ। ମାଳିକା ଅଧ୍ୟୟନ କରୁଥିବା ପଣ୍ଡିତ ମାନେ କୁହନ୍ତି ମାଳିକା ରେ ଯାହା ବି ଲେଖା ହୋଇଛି ତାହା ଆଜିର ଦିନରେ ଅକ୍ଷରେ ଅକ୍ଷରେ ସତ ହୋଇଛି। ଆଗକୁ ମଧ୍ୟ ଏହା ସତ ହେବ। ମାଳିକା ବାଣୀ ଅତି ପବିତ୍ର, ପ୍ରତ୍ୟକ୍ଷ ଓ ପ୍ରମାଣମୟ।

ତେବେ ମାଳିକା ରେ ମହାପୁରୁଷ ମାନେ ଲେଖିଛନ୍ତି, ଆଗକୁ ଏଭଳି ଏକ ସମୟ ଆସିବ ଯେବେ ବାଇଶି ପାହାଚରେ ମୀନ ଖେଳିବ।ସମଗ୍ର ଓଡ଼ିଶା ଜଳାର୍ଣ୍ଣବ ହେବ। ଆଉ ଏବେ ମହାପୁରୁଷ ମାନଙ୍କର ଏହି ଭବିଷ୍ୟ ବାଣୀ ସତ ହେବା ଭଳି ମନେ ହେଉଛି। କାରଣ ଆଧୁନିକ ଯୁଗର ବୈଜ୍ଞାନିକ ମାନେ ,ଯେଉଁମାନେ ଜଳବାୟୁ ପରିବର୍ତ୍ତନ ଉପରେ ନିରନ୍ତର ପରୀକ୍ଷା ନିରୀକ୍ଷା କରୁଛନ୍ତି ସେମାନେ ଏଭଳି କିଛି କହିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ତାଙ୍କ କହିବାନୁଯାୟୀ, ଆଗାମୀ ୯ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୧ ରୁ ୨୦୩୦ ମସିହା ମଧ୍ୟରେ ୫୦ ଟି ସହର ଜଳମଗ୍ନ ହୋଇଯିବ। ଏହି ସହର ସବୁ ସମୁଦ୍ର ଗର୍ଭରେ ଲୀନ ହୋଇଯିବ। ଆଉ ଏଥିରେ ପୁରୀ ସହରର ନାଁ ବି ରହିଛି। କେବଳ ପୁରୀ ନୁହେଁ, ମୁମ୍ବାଇ, କୋଚି ଓ କଲିକତା ଭଳି ଅନେକ ସହର ରହିଛି ଯାହାକି ଜଳ ଗର୍ଭରେ ଲୀନ ହୋଇଯିବ। ତେବେ କ୍ଲାଇମେଟ ସେଣ୍ଟ୍ରାଲ ନାମକ ଏହି ଗବେଷଣା କେନ୍ଦ୍ର ଏଭଳି କିଛି ଭବିଷ୍ୟବାଣୀ କରିଛି।

କ୍ଲାଇମେଟ ସେଣ୍ଟ୍ରାଲର ରିପୋର୍ଟ ମୁତାବକ, ୨୦୫୦ ସୁଦ୍ଧା ପୃଥୀବିର ଅନେକ ବଡ଼ ବଡ଼ ସହର ଜଳମଗ୍ନ ହୋଇଯିବ। କାରଣ
ଦିନକୁ ଦିନ ୧.୫ ପ୍ରତିଶତ ହାରରେ ଧୀରେ ଧୀରେ କରି ତାପମାତ୍ରା ବଢୁଛି। ଜଳବାୟୁରେ ପରିବର୍ତ୍ତନ କାରଣରୁ ବଡ଼ ବଡ଼ ବରଫ ଖଣ୍ଡ ତରଳୁଛି। ଯାହାଦ୍ୱାରା ସମୁଦ୍ରର ଜଳସ୍ତର ଧୀରେ ଧୀରେ ବୃଦ୍ଧି ହେଉଛି। ଯାହାକି ଆଗକୁ ସଂକଟ ସୃଷ୍ଟି କରିପାରେ।

ଆଉ ମାଳିକା ରେ ମଧ୍ୟ ଠିକ୍ ଏହିପରି ଉଲ୍ଲେଖ କରାଯାଇଛି ଯେ, କିଭଳି ଭାବରେ ବଡ଼ ବଡ଼ ଲହରୀ ଆସିବ ଓ ବଡ଼ ବଡ଼ ସହରକୁ ଭସେଇ ନେଇଯିବ। ତେବେ ଏହା ହିଁ ପରିକଳ୍ପନା ହୋଇପାରେ ଜଳବାୟୁ ପରିବର୍ତ୍ତନ ରେ। ତେବେ ଯଦି ସମୟ ଥାଉ ଥାଉ ଜଳବାୟୁ ପରିବର୍ତ୍ତନ କରୁଥିବା କାରଣର ସମାଧାନ ବାଟ ବାହାର ନକରାଯାଏ ତେବେ ଆଗକୁ ନିଶ୍ଚୟ ଭାବରେ ମାଳିକା ବଚନ ସତ ହୋଇପାରେ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *