ଓଡ଼ିଆ ସିନେମା ବ୍ୟତୀତ ଯଦି ଓଡ଼ିଶାର ଲୋକମାନେ ଅନ୍ୟ କିଛି ଦେଖିବାକୁ ପସନ୍ଦ କରନ୍ତି ତାହେଲେ ସେ ହେଉଛି ଓଡ଼ିଆ ଧାରାବାହିକ। ତେବେ ଆପଣ ମାନେ ଓଡ଼ିଶାର ଲୋକପ୍ରିୟ ଓଡ଼ିଆ ଚାନେଲ ତରଙ୍ଗ ରେ ପ୍ରସାରିତ ହେଉଥିବା ଧାରାବାହିକ ସିନ୍ଦୁରର ଅଧିକାର ତ ନିଶ୍ଚୟ ଭାବରେ ଦେଖିଥିବେ। ବର୍ତ୍ତମାନ ଓଡ଼ିଶାର ଘରେ ଘରେ ଏହି ଧାରାବାହିକ କୁ ନେଇ ଚର୍ଚ୍ଚା। ଖୁବ୍ କମ୍ ଦିନ ମଧ୍ୟରେ ଏହି ଧାରାବାହିକ ଅନେକ ସଫଳତା ହାସଲ କରିଛି। ଆପଣ ମାନେ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଅଭିନେତ୍ରୀ ମାନଙ୍କୁ ବି ବେଶ୍ ଭଲ ଭାବରେ ଜାଣିଥିବେ।
ଏହି ଧାରାବାହିକର ଜଣେ ଅଭିନେତା ହେଉଛନ୍ତି ଆଶୁତୋଷ, ଯାହାଙ୍କର ଜବରଦସ୍ତ ଅଭିନୟ ଦର୍ଶକ ମାନେ ଟିଭି ପରଦା ଉପରେ ଦେଖିବାକୁ ପାଉଥିବେ। ଏହି ଧାରାବାହିକରେ ସେ ଆଦିତ୍ୟ ଚରିତ୍ରରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟୁଛନ୍ତି। ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନକୁ ଖୁବ୍ ଛୁଇଁଛି।
ତେବେ ବିଗତ ଦିନ ମାନଙ୍କରେ ଆଦିତ୍ୟ କିଛି ଓଡ଼ିଆ ଧାରାବାହିକରେ ଅଭିନୟ କରିସାରିଛନ୍ତି। କେବଳ ଧାରାବାହିକ ନୁହେଁ ,ଏହା ପୂର୍ବରୁ ସେ କିଛି ଓଡ଼ିଆ ଆଲବମ୍ ରେ ମଧ୍ୟ ନଜର ଆସିଛନ୍ତି। ହେଲେ ସିନ୍ଦୂର ର ଅଧିକାର ଧାରାବାହିକରେ ଅଭିନୟ ପାଇଁ ସେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି।
ତେବେ ବର୍ତ୍ତମାନ ଆଦିତ୍ୟ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ସୋସିଆଲ ମିଡିଆରେ ଆଦିତ୍ୟ ଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କୁ ବର ବେଶରେ ଦେଖିବାକୁ ମିଳୁଛି। ତେବେ ଏହି ଫଟୋ ଦେଖିଲେ ଯାହା ପ୍ରତୀତ ହେଉଛି ଆଦିତ୍ୟ ନିକଟରେ ଲୁଚି ଛପି ବିବାହ କରି ନେଇଛନ୍ତି। ଦର୍ଶକ ମାନଙ୍କ ମଧ୍ୟରେ ମଧ୍ୟ ଏହାକୁ ନେଇ ଖୁବ୍ କଳ୍ପନା ଜଳ୍ପନା ଲାଗି ରହିଛି। ହେଲେ ଅନେକ ଲୋକ ଜାଣି ନାହାନ୍ତି ଏହି ଫଟୋ ପଛର ସତ୍ୟତା କଣ।
ତେବେ କହି ରଖୁଛୁ, ଆଦିତ୍ୟ ବିବାହ କରିଛନ୍ତି ସତ ହେଲେ ରିୟଲ ଲାଇଫ୍ ରେ ନୁହେଁ ବରଂ ରିିଲ ଲାଇଫ ରେ
।ଆଗକୁ ଆଦିତ୍ୟ ଙ୍କର ଏକ ଫିଲ୍ମ ଆସିବାକୁ ଯାଉଛି, ଯାହାର କିଛି ସିନ୍ ଏଭଳି ଅଛି ଯେଉଁଥିରେ ଆଦିତ୍ୟ ବର ବେଶରେ ନଜର ଆସିବେ। ବର୍ତ୍ତମାନ ଏହି ଫିଲ୍ମ ର ସୁଟିଂ ଜାରି ରହିଛି। ତେବେ ଏହି ସୁଟିଂ ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଆଗାମୀ ଦିନରେ ଦର୍ଶକ ମାନେ ଆଦିତ୍ୟ ଙ୍କୁ ବଡ ପରଦାରେ ଦେଖିବାକୁ ପାଇବେ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।