ଓଡ଼ିଆ ସିନେମା ବ୍ୟତୀତ ଯଦି ଓଡ଼ିଶାର ଲୋକମାନେ ଅନ୍ୟ କିଛି ଦେଖିବାକୁ ପସନ୍ଦ କରନ୍ତି ତାହେଲେ ସେ ହେଉଛି ଓଡ଼ିଆ ଧାରାବାହିକ। ତେବେ ଏହି ଧାରାବାହିକ ଜଗତରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅଭିନୟ ବଳରେ ଖୁବ୍ କମ୍ ଦିନରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ତେବେ ଓଡ଼ିଶାର ସେହିଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ନିଳାଖି ପାତ୍ର।
ନିଳାଖି ଙ୍କୁ ତ ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ! ଯିଏକି ତରଙ୍ଗ ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ସିନ୍ଦୂରର ଅଧିକାର’ ରେ ଇତି ଚରିତ୍ରରେ ଅଭିନୟ କରୁଥିଲେ। ଏହି ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଖୁବ୍ କମ୍ ଦିନ ମଧ୍ୟରେ ଲୋକପ୍ରିୟ କରାଇ ପାରିଥିଲା। ଏହା ସହିତ ଧାରାବାହିକ ଟିକୁ ମଧ୍ୟ ଅନେକ ସଫଳତା ଆଣି ଦେଇଥିଲା।
ହେଲେ କିଛି ମାସ ପୂର୍ବେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ନିଳାଖି ସବୁଦିନ ପାଇଁ ଏହି ଧାରାବାହିକ ଟିକୁ ଛାଡ଼ି ଦେଇଥିଲେ। ଯଦିଓ ଏବେ ତାଙ୍କୁ ଟିଭି ପରଦାରେ ଦର୍ଶକ ମାନେ ଦେଖିବାକୁ ପାଉନାହାଁନ୍ତି ହେଲେ ଦର୍ଶକ ମାନେ ଆଜି ବି ତାଙ୍କ ଅଭିନୟ ପାଇଁ ତାଙ୍କୁ ମନେ ରଖିଛନ୍ତି।
ତେବେ ବର୍ତ୍ତମାନ ନିଳାଖିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି। ଧାରାବାହିକ ଛାଡ଼ିବା ପରେ ନିଳାଖି ବର୍ତ୍ତମାନ ଆଲବମ୍ ରେ ଅଭିନୟ କରୁଥିବା ନଜର ଆସୁଛନ୍ତି। ବିଗତ ଦିନ ମାନଙ୍କରେ ନିଳାଖି ଓ ତାଙ୍କ ବୟଫ୍ରେଣ୍ଡ୍ ସଞ୍ଜୟ ଙ୍କର ଅନେକ ଭିଡିଓ ୟୁଟ୍ୟୁବ୍ ରେ ରିଲିଜ୍ ହୋଇଛି। ଯେଉଁଥିରେ ଦୁହିଁଙ୍କର ଜବରଦସ୍ତ କେମେଷ୍ଟ୍ରୀ ଲୋକ ମାନେ ଦେଖିବାକୁ ପାଉଛନ୍ତି। ଦୁହିଁଙ୍କ ଅଭିନୀତ ଅନେକ ଗୁଡ଼ିଏ ଆଲବମ୍ ସୁପରହିଟ ହୋଇଛି।
ତେବେ ଅଭିନୟ ଜୀବନକୁ ବାଦ୍ ଦେଲେ ନିଳାଖି ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି। ନିକଟରେ ନିଳାଖି ନିଜ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ। କାରଣ ଏହି ଫଟୋ ରେ ନିଲାଖି ନିଜ ଵୟଫ୍ରେଣ୍ଡ୍ ସଞ୍ଜୟଙ୍କ ସହ ପୁରୀ ବୁଲିବାକୁ ଯାଇଥିବା ଦେଖିବାକୁ ମିଳିଛି। ଉଭୟ ଚଦ୍ରଭାଗା ବେଳାଭୂମିରେ ଖୁବ୍ ମଜା ମସ୍ତି କରୁଥିବା ଦେଖିବାକୁ ମିଳିଛି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।