ଶେଷରେ ଏକାଠି ହେଲେ ବର୍ଷା ଓ ଅନୁଭଵ। ବେଶ୍ କିଛି ଦିନ ହେବ ସୋସିଆଲ ମିଡିଆରେ ଏଭଳି କିଛି ଚର୍ଚ୍ଚା ଜାରି ରହିଛି। ଯେପରିକି ସମସ୍ତେ ଜାଣିଥିବେ ବିଗତ ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଅନୁଭଵ ଓ ବର୍ଷାଙ୍କ ସମ୍ପର୍କରେ ତିକ୍ତତା ଲାଗି ରହିଛି। ଯେଉଁ କାରଣ ପାଇଁ ଏବେ ଦୁହେଁ ପରସ୍ପର ଠାରୁ ଅଲଗା ରହୁଛନ୍ତି। ତେବେ ନିକଟରେ ବାସନ୍ତୀ ପୂଜା କାରଣରୁ ଦୁହେଁ ଏକାଠି ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ତେବେ କଣ ରହିଛି ଏହା ପଛର ସତ୍ୟତା ଆସନ୍ତୁ ଜାଣିବା ।
ବେଶ୍ କିଛି ମାସ ହେବ ସାଂସଦ ଅନୁଭଵ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଘରୋଇ ବିବାଦ ମାମଲା ଓଡ଼ିଶାର ଚର୍ଚ୍ଚାର ବିଷୟ ପାଲଟିଛି। କେବଳ କୋର୍ଟ କଚେରି ପର୍ଯ୍ୟନ୍ତ ଏହି କଥା ସୀମିତ ନାହିଁ ବରଂ ସୋସିଆଲ ମିଡିଆରେ ଅନେକ ସମୟରେ ଦୁହେଁ ଦୁହିଁଙ୍କୁ ଆକ୍ଷେପ ପ୍ରତ୍ୟାକ୍ଷେପ କରିଆସୁଛନ୍ତି। ହେଲେ ବର୍ତ୍ତମାନ ଦୁହେଁ ବାସନ୍ତୀ ଠାକୁରାଣୀ ଙ୍କ ପୂଜାରେ ଏକାଠି ନଜର ଆସିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।
ତେବେ ନିକଟରେ ବାସନ୍ତୀ ଠାକୁରାଣୀ ଙ୍କ ପୂଜାରେ ବର୍ଷା ମଣ୍ଡପରେ ପହଞ୍ଚି ଠାକୁରାଣୀ ଦର୍ଶନ କରିଥିଲେ ଓ ପ୍ରାର୍ଥନା କରିଥିଲେ। ଏହି ସମୟର କିଛି ଫଟୋ ଓ ଭିଡିଓ କୁ ସେ ନିଜ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ। ଯେଉଁଥିରେ ସେ ଏକାକୀ ମଣ୍ଡପରେ ନଜର ଆସିଥିଲେ। ହେଲେ ଏହା ପରେ ସୋସିଆଲ ମିଡିଆରେ ଏଭଳି କିଛି ଫଟୋ ଭାଇରାଲ ହେବାରେ ଲାଗିଲା ଯେଉଁଥିରେ ବର୍ଷା ଙ୍କ ସହ ଅନୁଭଵ ମଧ୍ୟ ଛିଡ଼ା ହୋଇ ଠାକୁରାଣୀ ଙ୍କୁ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଥିଲା।
ତେବେ ଏହି ଫଟୋ ଭାଇରାଲ ହେବାପରେ ଉଭୟ ବର୍ଷା ଓ ଅନୁଭଵ ମଣ୍ଡପ କୁ ଯାଇ ଠାକୁରାଣୀ ଦର୍ଶନ କରି ଫେରିଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେବାକୁ ଲାଗିଲା। ହେଲେ କହିରଖୁଛୁ, ଏହି ଫଟୋ ଫେକ୍ ଅଟେ। ଏହା ପଛରେ କୌଣସି ସତ୍ୟତା ନାହିଁ।
ଏବେ ପର୍ଯ୍ୟନ୍ତ ମଧ୍ୟ ଅନୁଭଵ କି ବର୍ଷା ଏକାଠି ହୋଇ ନାହାନ୍ତି। ଦୁହିଁଙ୍କ ସମ୍ପର୍କରେ ଏବେ ବି ତିକ୍ତତା ଲାଗି ରହିଛି।
ଦୁହିଁଙ୍କ ଛାଡ଼ପତ୍ର ମାମଲା ବର୍ତ୍ତମାନ କୋର୍ଟ ରେ ବିଚାରଧୀନ ଥିବା ବେଳେ ଉଭୟ ବର୍ତ୍ତମାନ ପରସ୍ପର ଠାରୁ ଅଲଗା ରହୁଛନ୍ତି।ତେବେ ଆଗକୁ ଏହି ମାମଲା କେଉଁ ମୋଡ଼ ନେବାକୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।