ଲକ୍ଷ ଲକ୍ଷ ଓଡ଼ିଆ ମାନଙ୍କର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀ ଜଗନ୍ନାଥ। ଭାରତ ବର୍ଷ ଓ ହିନ୍ଦୁ ମାନଙ୍କର ଗର୍ବ ଓ ଗୌରବର ପ୍ରତୀକ। ପ୍ରଭୁ ଜଗନ୍ନାଥଙ୍କୁ କଳି ଯୁଗର ଚଳନ୍ତି ଠାକୁର ବୋଲି ବିଶ୍ୱାସ କରାଯାଏ। କାହିଁ କେଉଁ କାଳରୁ ପ୍ରଭୁ ଶ୍ରୀକ୍ଷେତ୍ର ପୁରୀରେ ପୂଜା ପାଇ ଆସୁଛନ୍ତି। ଖୁବ୍ ପ୍ରାଚୀନ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା। ଜୀବନରେ ଥରୁଟିଏ ମହାପ୍ରଭୁଙ୍କ ଦର୍ଶନ ପାଇଲେ ପାପ କ୍ଷୟ ହେବା ସହିତ ଜୀବନର ମୂଲ୍ୟ ସାର୍ଥକ ହୁଏ। ସେଥିପାଇଁ ବର୍ଷ ତମାମ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଥାଏ।
ବର୍ଷ ତମାମ ଶ୍ରୀମନ୍ଦିରରେ ଲାଗି ରହିଥାଏ ଅନେକ ନିତିକାନ୍ତି। ଏହି ନୀତି ସବୁ କରିବା ପାଇଁ ଛତିଶା ନିଯୋଗ ରହିଛି। ଯେଉଁଠି ୩୬ ପ୍ରକାର ବିଭାଗର ସେବକ ମାନେ ମହାପ୍ରଭୁଙ୍କ ପାଳି ଖଟନ୍ତି। ତେବେ ଶ୍ରୀମନ୍ଦିରର ସେହିଭଳି ଏକ ନୀତି ହେଉଛି ବାନା ବନ୍ଧା ବା ଚୁନରା ସେବା। ଯାହାକୁ କରିଥାନ୍ତି ଚୂନରା ଗରୁଡ ଧ୍ଵଜା ବନ୍ଧା ସେବାୟତ ମାନେ।
ଏହି ନୀତି ଦେଖିବା ପାଇଁ ଚିତ୍ତାକର୍ଷକ ହୋଇଥାଏ। ଭାରତ ବର୍ଷରୁ ଅନେକ ଲୋକ ଶ୍ରୀମନ୍ଦିର ଆସିଥାନ୍ତି ଏହି ସେବା ଦେଖିବା ପାଇଁ। ଆଉ ବାନା ବନ୍ଧା ସମୟରେ ସମସ୍ତେ ପାଟ ଅଗଣାରେ ଥାଉ ନୀଳଚକ୍ର କୁ ଚାହିଁ ରହିଥାନ୍ତି।
ତେବେ ମାନସିକ ଧାରୀ ଭକ୍ତ ମାନେ ଯେତେବେଳେ ଶ୍ରୀମନ୍ଦିର ନୀଳଚକ୍ର ରେ ବାନା ଟିଏ ବାନ୍ଧିବାକୁ ଚାହିଁ ଥାଆନ୍ତି ସେତେବେଳେ ସେ ଚୂନରା ସେବକ ବା ମନ୍ଦିର କାର୍ଯ୍ୟାଳୟକୁ ପ୍ରାପ୍ୟ ପାଉଣା ଦେଇ ଏହି ବାନା ବାନ୍ଧି ଥାଆନ୍ତି। ଏହି ବାନା ବାନ୍ଧିବା ଦ୍ଵାରା ଭକ୍ତର ଅନେକ ମନୋସ୍କାମନା ପୂର୍ଣ୍ଣ ହେବା ସହିତ ସେ ଅନେକ ପୁଣ୍ୟ ପ୍ରାପ୍ତି କରିଥାଏ।
ବିଶ୍ୱାସ ରହିଛି, କୋଟିଏ ଟଙ୍କା ଦାନ କଲେ ଯେତିକି ପୂଣ୍ୟ ମିଳିଥାଏ ମାତ୍ର ୧୦୦ ଟଙ୍କା ରେ ମାନସିକ କରି ପତିତ ପାବନ ଟିଏ ବାନ୍ଧିଲେ ସେହି ସମାନ ପୁଣ୍ୟ ମିଳିଥାଏ। ତେବେ ଚୂନରା ସେବକ ମାନେ ପ୍ରତି ଦିନ ମା ବିମଳା ଙ୍କୁ ସୁମରଣା କରି ମନ୍ଦିର ଉପରକୁ ଚଢ଼ିଥାଆନ୍ତି। ଆଉ ସେଠାରେ ହନୁମାନ ଙ୍କ ପାଖରେ କର୍ପୁର ଦୀପ ଜାଳି ପ୍ରାର୍ଥନା କରି ନୀଳଚକ୍ର ଉପରୀ ବାନା ବାନ୍ଧିଥାନ୍ତି। ପ୍ରତ୍ୟେକ ଦିନ ୫ ଟା ସମୟରେ ଶ୍ରୀମନ୍ଦିରରେ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଯାହା ଦେଖିବାକୁ ଲୋକ ମାନଙ୍କ ଭିଡ଼ ଜମିଥାଏ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।