ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ଗାୟିକା ଅଛନ୍ତି ଯେଉଁମାନେ ନିଜର ସୁନ୍ଦର କଣ୍ଠ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଓଡ଼ିଶାର ସେହିଭଳି ଜଣେ ଲୋକପ୍ରିୟ ଗାୟିକା ହେଉଛନ୍ତି ଦୀପ୍ତି ରେଖା ପାଢ଼ୀ। ତାଙ୍କୁ କିଏବା ନ ଜାଣେ!! ନିଜର ସୁନ୍ଦର କଣ୍ଠ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଗୀତ ଶୁଣିବାକୁ ଭଲ ପାଆନ୍ତି। ବର୍ତ୍ତମାନର ଓଡିଆ ସଙ୍ଗୀତ ଜଗତର ସେ ଜଣେ ଆଗଧାଡିର ଗାୟିକା।
ଦିପ୍ତିରେଖା କେବଳ ନିଜ ଗୀତ ମାଧ୍ୟମରେ ନୁହେଁ ବରଂ ତାଙ୍କ ରୂପ ମାଧ୍ୟମରେ ମଧ୍ୟ ସେ ଅନେକ ଲୋକଙ୍କ ହୃଦୟ ଜିତିଛନ୍ତି। ତାଙ୍କ କଣ୍ଠ ଯେତିକି ସୁନ୍ଦର, ସେତିକି ସୁନ୍ଦର ତାଙ୍କର ରୂପ। କେତେ ଗୁଡିଏ ଓଡ଼ିଆ ଧାରାବାହିକରେ ମଧ୍ୟ ଦିପ୍ତିରେଖା ଅଭିନୟର ଯାଦୁ ଦେଖାଇଛନ୍ତି।
ତେବେ ତାଙ୍କ ଅଭିନୟ ଜୀବନ ଓ ସଙ୍ଗୀତ ଜୀବନ ବିଷୟରେ ତ ସମସ୍ତେ ଜାଣିଥିବେ ହେଲେ ଖୁବ୍ କମ୍ ଲୋକ ଜାଣିଥିବେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ। ତେବେ କହି ରଖୁଛୁ, ଦିପ୍ତିରେଖା ଗତ ୨୦୨୦ ମସିହାରେ ଭୁବନେଶ୍ୱର ନିବାସୀ ଶିଳ୍ପପତି ସୋମ୍ୟରଞ୍ଜନଙ୍କୁ ବିବାହ କରିଥିଲେ। ବିବାହ ପର ଠାରୁ ଦିପ୍ତିରେଖା ନିଜ ଶାଶୂଘରେ ଖୁବ୍ ଖୁସିରେ ଅଛନ୍ତି।
ତେବେ ନିକଟରେ ଦିପ୍ତିରେଖା ନିଜ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ। କାରଣ ଏହି ଫଟୋ ରେ ଦିପ୍ତିରେଖା ଗୋଟିଏ କୁନି ଝିଅ କୁ କୋଳରେ ଧରି ଥିବାର ନଜର ଆସୁଛନ୍ତି। ତେବେ ଏହି ଫଟୋ ଗୁଡିକ ଦେଖିବା ପରେ ଦୀପ୍ତିରେଖା ମା ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।
ହେଲେ କହି ରଖୁଛୁ, ଏହି ଖବର ପଛରେ କୌଣସି ସତ୍ୟତା ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଦିପ୍ତିରେଖା ମା ହୋଇନାହାନ୍ତି। ଫଟୋ ରେ ଥିବା କୁନି ଝିଅଟି ତାଙ୍କ ଭଉଣୀ ଙ୍କ ଝିଅ। ଯାହାକୁ ସେ ଖୁବ୍ ସ୍ନେହ କରନ୍ତି। ଅନେକ ସମୟରେ ଛୋଟ ଝିଅଟି ସହିତ ଫଟୋ ସେ ନିଜ ସୋସିଆଲ ମିଡିଆରେ ସେୟାର କରନ୍ତି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।