ଯେପରିକି ସମସ୍ତେ ଜାଣିଥିବେ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ ଓଡ଼ିଶାର ନୂଆ ସ୍ୱର ନିକଟରେ ଶେଷ ହୋଇଛି। ଏହି ଶୋ ର ବିଜେତା ହୋଇଛନ୍ତି ସୁଶୀଲ କୁମାର ସାହୁ। ତେବେ ଏହି ଶୋ ଟି ସରିବା ପରେ ଏବେ ଭାଇରାଲ ବୟ ଶାନ୍ତନୁ ଙ୍କୁ ନେଇ ଖୁବ୍ ଚର୍ଚ୍ଚା। କାରଣ ଅଧିକାଂଶ ଲୋକ ଚାହୁଥିଲେ ସେ ହିଁ ଶୋ ର ବିଜେତା ହୁଅନ୍ତୁ। ହେଲେ କିଛି କାରଣ ପାଇଁ ସେ ଗାଲା ରାଉଣ୍ଡ ରେ ହିଁ ରିଜେକ୍ଟ ହୋଇଯାଇଥିଲେ।
ଯେବେ ଠାରୁ ଓଡ଼ିଶାର ନୂଆ ସ୍ୱର ଆରମ୍ଭ ହୋଇଥିଲା ସେବେଠାରୁ ଶାନ୍ତନୁ ଓଡ଼ିଶାର ଭାଇରାଲ ବୟ ଭାବରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ। ନିଜର କଣ୍ଠ ର ଯାଦୁ ସହିତ ମଜାଳିଆ କଥାରେ ସେ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ। ଆଉ ଖାସ୍ ତାଙ୍କ ପାଇଁ ଏହି ରିଆଲିଟି ଶୋ କୁ ଅନେକ ଲୋକ ଦେଖିବାକୁ ପସନ୍ଦ କରୁଥିଲେ।
ତେବେ ତାଙ୍କର ଲୋକପ୍ରିୟତା ଦେଖି ଅନେକ ବଡ଼ ବଡ଼ ମ୍ୟୂଜିକ୍ କମ୍ପାନୀ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଲେ। ବର୍ତ୍ତମାନ ଶାନ୍ତନୁ ଙ୍କର ଅନେକ ଗୀତ ୟୁ ଟ୍ୟୁବ୍ ରେ ରିଲିଜ୍ ହୋଇ ସାରିଛି। ଯାହା ଭିତରୁ ଅନେକ ଗୀତ ସୁପରହିଟ ମଧ୍ୟ ହୋଇଛି। ଆଗକୁ ମଧ୍ୟ ତାଙ୍କର ଅନେକ ଗୀତ ରିଲିଜ୍ ହେବା ଅପେକ୍ଷାରେ ରହିଛି।
ତେବେ ଯେପରିକି ସମସ୍ତେ ଜାଣିଥିବେ, ଶାନ୍ତନୁ ଓଡ଼ିଶାର ନୂଆ ସ୍ୱର ଶୋ ରେ ଜଣେ ଆଗଧାଡିର ପ୍ରତିଯୋଗୀ ଥିଲେ। ପୁରା ସିଜନ୍ ତାଙ୍କର ପ୍ରଦର୍ଶନ ଖୁବ୍ ଭଲ ରହିଥିଲା ହେଲେ ଗାଲା ରାଉଣ୍ଡ ରେ ସେ ରିଜେକ୍ଟ ହୋଇଯାଇଥିଲେ। କାରଣ ଗାଲା ରାଉଣ୍ଡ ରେ ଶାନ୍ତନୁ ଏକ ଗୀତ ଗାଇଥିଲେ ଯାହାର ନାଆଁ ଥିଲା ମାୟାବିନୀ। ତେବେ ଏହି ଗୀତ ଟି ଏତେ ମାତ୍ରାରେ ବିଚାରକ ମାନଙ୍କୁ ପସନ୍ଦ ଆସିନଥିଲା। ସ୍ଵରରେ କିଛି ଭୁଲ ଥିବା କାରଣରୁ ଶାନ୍ତନୁ ଙ୍କୁ ଶୋ ଛାଡ଼ି ଯିବାକୁ ପଡ଼ିଥିଲା।
ହେଲେ ସେ ଶୋ ରୁ ଯିବା ପରେ ଯେଉଁ ଖାଲି ସ୍ଥାନ ସୃଷ୍ଟି ହୋଇଥିଲା ତାହା ଅପୂରଣୀୟ ହୋଇ ରହିଯାଇଥିଲା। ଲୋକ ମାନେ ତାଙ୍କୁ ଅନେକ ମିସ୍ କରୁଥିଲେ। ଶାନ୍ତନୁ ଶୋ ର ବିଜେତା ହୋଇ ପାରିଲେ ନାହିଁ ସତ ହେଲେ ସେ ଶୋ ରୁ ଯେଉଁ ଲୋକପ୍ରିୟତା ହାସଲ କରିଛନ୍ତି ଯାହା ତାଙ୍କୁ ଜୀବନରେ ଅନେକ ସଫଳତା ଆଣି ଦେବ ନିଶ୍ଚୟ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।