ଏସିଆ ର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ସବୁବେଳେ ନିଜର ବିଳାସପୂର୍ଣ୍ଣ ଜୀବନକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ତେବେ ନିକଟରେ ମୁକେଶ ଅମ୍ବାନୀ ନିଜ ବୋହୂ ଶ୍ଲୋକା ଅମ୍ବାନୀ ଙ୍କ ପାଇଁ ଏକ ଦାମି କାର୍ କିଣିଛନ୍ତି ଯାହାକୁ ନେଇ ସେ ଏବେ ପୁଣି ଥରେ ଚର୍ଚ୍ଚାରେ। ଏହି କାର ଟିର ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଏହି ଅଲ୍ଟ୍ରା-ଲକଜରୀ ରୋଲ୍ସ ରୋଏସ୍ ଏସୟୁଭି କାର ର ମୂଲ୍ୟ ୧୩.୧୪ କୋଟି ଟଙ୍କା। ଯାହାକୁ ନିଜ ବୋହୂ ଶ୍ଲୋକା ଅମ୍ବାନୀ ଙ୍କ ପାଇଁ ଖାସ୍ କରି ଦୁବାଇ ରୁ ଅର୍ଡର କରି ଆଣିଛନ୍ତି ମୁକେଶ ଅମ୍ବାନୀ। ଏହି କାର ଟି ସମ୍ପୁର୍ଣ୍ଣ ଭାବରେ ସୁନାରେ ନିର୍ମିତ। ତେବେ ଏହି କାର ଆଣିବା ପରେ ଏବେ ତାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।
ଏହି ଅଲ୍ଟ୍ରା-ଲକଜରୀ ରୋଲ୍ସ ରୋଏସ୍ କାର ରେ ଏଭଳି ଇଞ୍ଜିନ ଓ ଫିଚର୍ ଦିଆଯାଇଛି ଯାହା ସାଧାରଣ ଲୋକ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହା ଭାରତରେ ବିକ୍ରୟ କରାଯାଉଥିବା ସବୁଠାରୁ ମୂଲ୍ୟବାନ ଗାଡି ମଧ୍ୟରୁ ଅନ୍ୟତମ। ମୁକେଶ ଅମ୍ବାନୀ ଭାରତର ଏକମାତ୍ର ବ୍ୟକ୍ତି ଯିଏକି ଏହି କାର କିଣିପାରିଛନ୍ତି।
ତେବେ ସୂଚନା ଯୋଗ୍ୟ, ମୁକେଶ ଅମ୍ବାନୀ ଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ଗତ ୨୦୧୯ ମସିହାରେ ଭାରତର ବିଶିଷ୍ଟ ଶିଳ୍ପପତି ରସେଲ ମେହେଟ୍ଟାଙ୍କ ଝିଅ ଶ୍ଲୋକା ମେହେଟ୍ଟାଙ୍କୁ ବିବାହ କରିଥିଲେ। ରସେଲ ମେହେଟ୍ଟା ହେଉଛନ୍ତି ବିଶ୍ୱର ଏକ ନମ୍ବର ହୀରା କମ୍ପାନୀ ରୋଜି ବ୍ଲୁ ର ମାଲିକ। ତେବେ ଏହି ବହୁ ଚର୍ଚ୍ଚିତ ବିବାହକୁ ନେଇ ସେ ସମୟରେ ଅନେକ ଚର୍ଚ୍ଚା ଲାଗି ରହିଥିଲା। ଏମିତିକି ଅମ୍ବାନୀ ପରିବାରରେ ସାମିଲ ହେବା ପରଠାରୁ ଶ୍ଲୋକା ଚର୍ଚ୍ଚାରେ ରହିଆସିଛନ୍ତି।
ତେବେ ଅମ୍ବାନୀ ଙ୍କର କାର କଲେକ୍ସନ କଥା କହିବାକୁ ଗଲେ, ତାଙ୍କ ପାଖରେ ଏବେ ପର୍ଯ୍ୟନ୍ତ ପାଖା ପାଖି ୧୬୮ ରୁ ଉର୍ଦ୍ଧ୍ବ କାର କଲେକ୍ସନ ରହିଛି। ଦେଶରେ ଉପଲବ୍ଧ କେତେକ ସର୍ବୋତ୍ତମ ଅଟୋମୋବାଇଲର ଭରପୂର ଗ୍ୟାରେଜ୍ ଅଛି ଆଣ୍ଟିଲିଆ ରେ। ଯାହା ମଧ୍ୟରେ ରୋଲ୍ସ ରୋଏସ୍, ମର୍ଶିଡିସ, ଫରାରି, ଆଷ୍ଟନ୍ ମାର୍ଟିନ୍, ବେଣ୍ଟଲି ଭଳି ଅନେକ ବଡ଼ ବଡ଼ ବ୍ରାଣ୍ଡ ର କାର ସାମିଲ ଅଛି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।