ଆମ ଭାରତ ବର୍ଷରେ ରହିଛି ଅନେକ ଗୁଡ଼ିଏ ପ୍ରାଚୀନ ମନ୍ଦିର। ତା ମଧ୍ୟରୁ ଅନେକ ଗୁଡ଼ିଏ ମନ୍ଦିର ଏଭଳି ଅଛି ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରି ନାହିଁ। ଆଜି ମାନେ ସେହିଭଳି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ପଛରେ ଲୁଚି ରହିଛି ଅନେକ ରହସ୍ୟ। ଏହି ରହସ୍ୟମୟ ମନ୍ଦିରଟି ଜମ୍ମୁ କାଶ୍ମୀରର ନଗର କିଲାମୂଲା ଗାଁରେ ଅବସ୍ଥିତ। ଏହି ମନ୍ଦିର ଟିର ନାଁ ହେଉଛି କ୍ଷିର ଭବାନୀ ପୀଠ । ଏହି ମନ୍ଦିରକୁ ନେଇ ରହିଛି ଅନେକ ଗୁଡ଼ିଏ ଲୋକ କଥା। କୁହାଯାଏ, ଯେତେବେଳେ କୌଣସି ବିପଦ ଆସିବାକୁ ଥାଏ ସେତେବେଳେ ଏହି ମନ୍ଦିର ପୁଷ୍କରିଣୀର ରଙ୍ଗ ଆପେ ଆପେ ବଦଳିଯାଏ।
ଏହି ମନ୍ଦିରକୁ ଅନେକ ଲୋକ ରହସ୍ୟମୟୀ ବୋଲି କୁହନ୍ତି। ବର୍ଷ ତମାମ ଏହି ମନ୍ଦିରକୁ ଦେଖିବାକୁ ଅନେକ ଲୋକ ଆସିଥାନ୍ତି। ସମସ୍ତେ ମା ଙ୍କୁ ଦର୍ଶନ କରିବା ସହିତ କ୍ଷୀରି ଭୋଗ ରୂପେ ଅର୍ପଣ କରିଥାନ୍ତି। ରାମାୟଣ ସହିତ ଏହି ମନ୍ଦିର ଜଡ଼ିତ ବୋଲି ଲୋକ ମାନଙ୍କର ବିଶ୍ବାସ ରହିଛି।
ଲୋକ ମାନଙ୍କ କହିବାନୁଯାୟୀ, ବର୍ଷ ତମାମ ମନ୍ଦିରରେ ମାଙ୍କ ଚାରି ପାଖରେ ଥିବା ଜଳ ଚମତ୍କାର ସ୍ୱରୂପ ଧଳା ରଙ୍ଗର ହୋଇ ରହିଥାଏ। ହେଲେ ଯେତେବେଳେ କାଶ୍ମୀର ଉପରକୁ କୌଣସି ବିପଦ ଆସେ ସେତେବେଳେ ଏହି ପୁଷ୍କରିଣୀ ର ଜଳ ଧୀରେ ଧିରେ ରଙ୍ଗ ପରିବର୍ତ୍ତନ କରିବା ଆରମ୍ଭ କରିଦିଏ। ଯେତେବେଳେ ଏହାର ରଙ୍ଗ କଳା କିମ୍ବା ଲାଲ ରଙ୍ଗର ହୋଇଥାଏ ସେତେବେଳେ କାଶ୍ମୀର ରେ କିଛି ବିପଦ ଘଟିଥାଏ।
ପୂର୍ବରୁ ୨୦୧୪ ମସିହାରେ ଯେତେବେଳେ କାଶ୍ମୀର ରେ ଭୀଷଣ ବନ୍ୟା ପ୍ରବାହ ହୋଇଥିଲା ସେତେବେଳେ ଲୋକମାନେ ଦେଖିଥିଲେ ଯେ, ଏହି ପୁଷ୍କରିଣୀର ପାଣି କଳା ହୋଇ ଯାଇଥିଲା। ସେହିପରି ଯେତେବେଳେ କାର୍ଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା ସେତେବେଳେ ଏହି ପୁଷ୍କରିଣୀର ପାଣି ଲାଲ୍ ହୋଇ ଯାଇଥିଲା।
କେବଳ ଏତିକି ନୁହେଁ, ଯେତେବେଳେ ଏହି ପୁଷ୍କରିଣୀର ପାଣି ସବୁଜ ବର୍ଣ୍ଣ ଧାରଣ କରେ ସେତେବେଳେ ଏହା କାଶ୍ମୀର ର ସମୃଦ୍ଧି କୁ ସୂଚାଏ। ପୂର୍ବରୁ ଯେତେବେଳେ ଧାରା ୩୭୦ ଉଚ୍ଛେଦ ହୋଇଥିଲା ସେତେବେଳେ ଏହି ପୁଷ୍କରିଣୀର ପାଣିର ରଙ୍ଗ ସବୁଜ ହୋଇ ଯାଇଥିଲା। ତେବେ ଏପରି କଣ ପାଇଁ ହୋଇଥାଏ ତାହାର କାରଣ ଆଜି ପର୍ଯ୍ୟନ୍ତ କେହି ବି ଖୋଜି ପାଇନାହାନ୍ତି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।