Breaking News

ସତ ହେଲା ମାଳିକା ବଚନ !! ପାହାଡ଼ ଉପରେ ଫୁଟିଲା ପଦ୍ମ , ଦେଖିଲେ ଆଶ୍ଚର୍ଯ ହେବେ – ଦେଖନ୍ତୁ

ଆଜିକୁ ପ୍ରାୟ ୬୦୦ ବର୍ଷ ପୂର୍ବେ ମହାପୁରୁଷ ପଞ୍ଚସଖା ମାନେ ଆଗତ ଭବିଷ୍ୟତରେ କଣ ହେବ ତାହା ନିଜର ଦିବ୍ୟଦୃଷ୍ଟିରେ ଦେଖି ପାରୁଥିଲେ, ଯାହାକୁ ସେ ତାଳପତ୍ର ପୋଥି ରେ ଲେଖି ଯାଇଛନ୍ତି। ଯାହାର ଆଜିର ଦିନରେ ମାଳିକା ନାମରେ ଖ୍ୟାତ। ତଥ୍ୟ କହୁଛି ମାଳିକା ଲିଖନରେ ଅଚ୍ୟୁତାନନ୍ଦ ଦାସ, ହାଡ଼ି ଦାସ,ହର ଦାସ ଯଶୋବନ୍ତ ଦାସ, ଗୋସ୍ୱାମୀ ବାହୁଡ଼ା ଦାସ ଆଦି ଅନ୍ୟତମ।

ମାଳିକା ଅଧ୍ୟୟନ କରୁଥିବା ପଣ୍ଡିତ ମାନେ କୁହନ୍ତି ମାଳିକା ରେ ଯାହା ବି ଲେଖା ହୋଇଛି ତାହା ଆଜିର ଦିନରେ ଅକ୍ଷରେ ଅକ୍ଷରେ ସତ ହୋଇଛି। ଆଗକୁ ମଧ୍ୟ ଏହା ସତ ହେବ। ମାଳିକା ବାଣୀ ଅତି ପବିତ୍ର, ପ୍ରତ୍ୟକ୍ଷ ଓ ପ୍ରମାଣମୟ।
ତେବେ ମହାପୁରୁଷ ଅଚ୍ୟୁତାନନ୍ଦ ନିଜ ମାଳିକା ରେ ଲେଖି ଯାଇଛନ୍ତି, ପର୍ବତ ଶିଖର ଫୁଟିଲା କଇଁ ଅସ୍ତକେ ମୋହର ଲଗେଇ ଦିଅ ହେ ସାଇ । ପାହାଡ଼ ଉପରେ ପଦ୍ମ ଫୁଟିବା ନିହାତି ଏକ ଅଲୌକିକ ଓ ଆଶ୍ଚର୍ଯ୍ୟଜନକ ଘଟଣା। ତେବେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚମ୍ପେଇତରପୁର ଗ୍ରାମରେ ଥିବା ପର୍ବତ ଶିଖର ଉପରେ।

ଏହି ପାହାଡ଼ ଉପରେ ଦୁଇଟି ଗୁମ୍ଫା ରହିଛି ଓ ଏହି ଗୁମ୍ଫା ଭିତରେ ବଡ଼ ବଡ଼ ପଥର ଖଣ୍ଡରେ ପ୍ରଭୁ ଜଗନ୍ନାଥ, ଶିବ ଶଙ୍କର ଓ କତ୍ସ୍ୟପ ଆଦି ଚିତ୍ର ରହିଛି। ଏହା ସହିତ ଏହାର ଚଟାଣ ରେ ପ୍ରଭୁ ଶିବ ଙ୍କର ପଦ ଚିହ୍ନ ମଧ୍ୟ ରହିଛି। ଆଉ ସବୁଠୁ ଅଲୌକିକ ଘଟଣା ହେଉଛି ଏହି ପାହାଡ଼ର ଶିଖର ପ୍ରଦେଶରେ ପଦ୍ମ ଫୁଟିଛି। ଏହି ଦୃଶ୍ୟ ମନେ ପକାଇ ଦେଉଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା ର ସେହି ଉକ୍ତିକୁ। ଯେଉଁଠି ମହାପୁରୁଷ ୬୦୦ ବର୍ଷ ପୂର୍ବରୁ ପାହାଡ଼ ଉପରେ ପଦ୍ମ ଫୁଟିବା କଥା ଲେଖି ଯାଇଛନ୍ତି।


ତେବେ ଏହି ପାହାଡର ଗୁମ୍ଫାରେ ରହି ଭଗବାନ ଙ୍କ ତପସ୍ୟା କରୁଥିବା କାଳିଆ ବାବା କୁହନ୍ତି, ଏହି ପାହାଡ଼ରେ ୩ ଟି ଦୈବୀ କୁଣ୍ଡ ରହିଛି। ଏହା ମଧ୍ୟରୁ ଗୋଟିଏ କୁଣ୍ଡରେ ଫୁଟିଛି ପଦ୍ମ ଫୁଲ। ଏହି ଦୃଶ୍ୟ ଖୁବ୍ ଚିତ୍ତାକର୍ଷକ ଅଟେ। ଏହା ସହିତ ସେ କୁହନ୍ତି ଏହି କୁଣ୍ଡର ଜଳ ବର୍ଷ ତମାମ ସେହିଭଳି ଭାବରେ ଥାଏ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *