ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହ-ତ୍ୟା-କା-ଣ୍ଡ ସହ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିସାରିଛି। ସମସ୍ତେ ଏବେ ଜେଲ ରେ ରହି ନିଜ ଅ-ପ-ରା–ଧର ଦଣ୍ଡ ଭୋଗୁଛନ୍ତି। ଗୋଟିଏ ପଟେ ଅବସରପ୍ରାପ୍ତ ସରକାରୀ ଅଧିକାରୀ ବାବୁ ନିରଞ୍ଜନ ସେଠୀ ପୂର୍ବରୁ ଜେଲର ଚାରିକାନ୍ଥ ଭିତରେ ନିଜର ଦିନ କାଟୁଥିବା ସମୟରେ ଏବେ ମୁଖ୍ୟ ଅଭିଯୁକ୍ତକାରି ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କ ରିମାଣ୍ଡ ସରିଛି।
ତେବେ ରିମାଣ୍ଡ ସରିବା ପରେ ଶର୍ମିଷ୍ଠା ଙ୍କ ସହିତ ସହଯୋଗୀ ଝୁନା ଭୋଇ ଙ୍କୁ ବର୍ତ୍ତମାନ ଭଦ୍ରକ ସବ୍ ଜେଲ ର ମହିଳା କଏଦୀ ସେଲ ରେ ଏକାଠି ରଖାଯାଇଛି। ତେବେ ଜେଲ ଅନ୍ଧାର କୋଠରୀ ରେ ଏବେ ନିଜ କୁ କର୍ମ ପାଇଁ ପଶ୍ଚ୍ୟାତାପ କରୁଛନ୍ତି ଶର୍ମିଷ୍ଠା। କିନ୍ତୁ ସହଯୋଗୀ ଝୁନା ଭୋଇ ଏବେ ଶର୍ମିଷ୍ଠା ଙ୍କ ଉପରେ ରାଗି ପଞ୍ଚମ।
ଜେଲ ଅଧିକାରୀ ମାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜେଲ ସେଲ ଭିତରେ ଶର୍ମିଷ୍ଠା ଓ ଝୁନା ଙ୍କ ମଧ୍ୟରେ କଥା କଟାକଟି ଲାଗି ରହୁଛି। ଏମିତିକି ଝୁନା ଖାଇବାକୁ ଦିଆଯାଉଥିବା ରୁଟି କୁ କୁଆଡ଼େ ଶର୍ମିଷ୍ଠା ଙ୍କ ଉପରକୁ ରାଗରେ ଫୋପାଡି ଦେଉଛନ୍ତି। ଆଉ ରାଗରେ ତମ ତମ ହୋଇ କହୁଛନ୍ତି, ତୋ ପାଇଁ ମୁଁ ଆଜି ଏ ଦଶା ଭୋଗୁଛି।
ଆଉ ବେଳେ ବେଳେ ଇମୋସନାଲ ହୋଇ ଖାଇବା ନ ଖାଇ ସେମିତି ମନ ଦୁଃଖରେ ବସି ରହୁଛନ୍ତି। ଶର୍ମିଷ୍ଠା ଙ୍କ ପାଇଁ ସେ ଏଭଳି କଷ୍ଟ ପାଉଛନ୍ତି ବୋଲି ମଝିରେ ମଝିରେ ଚିତ୍କାର ବି କରୁଛନ୍ତି। ଏମିତିକି କାହାରି ସାଙ୍ଗରେ କଥା ବି ହେଉନାହାନ୍ତି ଝୁନା। ଚୁପ୍ ଚାପ୍ ବସି ଭୋ ଭୋ ହୋଇ କାନ୍ଦୁଛନ୍ତି।
ତେବେ କହିରଖୁଛୁ, କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅ-ପ-ହ-ର-ଣଠୁ ହ-ତ୍ୟା କ-ରି-ବା ଓ ମୃତଦେହ ପୋତିବା ଯାଏଁ, ସବୁ କିଛି ଅବସରପ୍ରାପ୍ତ ସରକାରୀ ବାବୁ ନିରଞ୍ଜନ ସେଠୀଙ୍କ ଇସାରାରେ ହୋଇଥିବା ବେଳେ ଶର୍ମିଷ୍ଠା ଏହି କୁମର୍ମର ଅନ୍ୟ ଏକ ମାଷ୍ଟରମାଇଣ୍ଡ ଥିଲେ। ଆଉ ଏହି ସମସ୍ତ କାର୍ଯ୍ୟରେ ଶର୍ମିଷ୍ଠା ଙ୍କୁ ସହଯୋଗ କରିଥିଲେ ଝୁନା ଭୋଇ। ରିମାଣ୍ଡ ସମୟରେ ସମସ୍ତ ଅପରାଧୀ ନିଜ ଅପରାଧ ସ୍ବୀକାର କରିଛନ୍ତି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।