Breaking News

ମର୍ଣିଂୱାକରେ ଯାଇ ଏଗାର ପ୍ରକାର ପଶୁ ପକ୍ଷୀଙ୍କ ଅବିକଳ ଚାଲି ଦେଖାଉଛନ୍ତି ଏହି ବ୍ୟକ୍ତି , ଭାଇରାଲ ହେଉଛି ଏହି ଭିଡିଓ- ଦେଖନ୍ତୁ

ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡ଼ିତ ଅଛନ୍ତି। ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ବ୍ୟକ୍ତି କିଛି ନା କିଛି ଭିନ୍ନ ଧରଣର ଫଟୋ ବା ଭିଡିଓ ସେୟାର କରିଥାନ୍ତି। ତେବେ ତା ଭିତରୁ ଏଭଳି ବି କିଛି ଭିଡିଓ ଥାଏ ଯାହା ଲୋକ ମାନଙ୍କୁ ଆଶ୍ଚର୍ୟ୍ଯ କରିବା ସହିତ ହସର ଖୋରାକ ଯୋଗାଇଥାଏ। ତେବେ ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏକ ଭିନ୍ନ ଧରଣର ଓ ମଜାଦାର ଭିଡିଓ ଭାଇରାଲ ହେବାର ଲାଗିଛି ଯାହା ଦେଖିଲେ ଆପଣ ନିଜର ହସ ରୋକିପାରିବେ ନାହିଁ।

ବେ ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ମର୍ଣିଂୱାକ୍ ରେ ଆସିଥିବା ସମୟରେ ଏଭଳି ଚାଲୁଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ବ୍ୟକ୍ତି ଜଣକ ଅବିକଳ କିଛି ପଶୁ ପକ୍ଷୀ ଙ୍କ ଭଳି ଚାଲୁଛନ୍ତି । କିଛି ସମୟର ଏହି ଭିଡିଓରେ ସେ ୧୧ ଜଣ ପଶୁପକ୍ଷୀ ଙ୍କ ଚାଲି ଦେଖାଇଛନ୍ତି।

ତେବେ ବ୍ୟକ୍ତି ଜଣକ ଏହିସବୁ ଚାଲି ଭିତରେ ରହିଛି, ବତକ ଚାଲି, ପେଙ୍ଗୁଇନ, ଘୋଡ଼ା, ଚିତାବାଘ, ସ୍ଲଥ, ହରିଣ, କୁକୁଡ଼ା, କଙ୍ଗାରୁ, ଚୁଣ୍ଡୁଚି ମୂଷା, ଘର ବିରାଡ଼ି, କଙ୍କଡା ଇତ୍ୟାଦି ଙ୍କ ଚାଲି। ଭିଡିଓ ରେ ଏହି ବ୍ୟକ୍ତି ଜଣକ ଅବିକଳ ପଶୁ ପକ୍ଷୀ ଙ୍କ ଚାଲି ର ନକଲ କରୁଛନ୍ତି। ବ୍ୟକ୍ତି ଜଣକର ଏଭଳି ଅବିକଳ ଚାଲି କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି। ଏହି ମଜାଦାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ବ୍ୟକ୍ତି ଜଣକ ଏହି ଭିଡିଓ କୁ ନିଜ ସୋସିଆଲ ମିଡିଆ ସାଇଟ ୟୁ ଟ୍ୟୁବ୍ ଓ ଇନଷ୍ଟାଗ୍ରାମ ରେ ସେୟାର କରିଥିଲେ। ଯାହା ପରେ ଏହି ଭିଡିଓ ଟି ଭାଇରାଲ ହେବାରେ ଲାଗିଥିଲା। ବର୍ତ୍ତମାନ ସମୟରେ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓ ଟିକୁ ଦେଖି ସାରିଲେଣି।
ତେବେ ବ୍ୟକ୍ତି ଜଣକର ଏଭଳି ନିଆରା ପ୍ରତିଭା ପାଇଁ ଲୋକ ମାନେ ତାଙ୍କର ଖୁବ୍ ପ୍ରଶଂସା କରୁଛନ୍ତି। ଏମିତିକି ଆଗକୁ ମଧ୍ୟ ଏଭଳି ନିଆରା ଅଲଗା ପଶୁ ପକ୍ଷୀ ଙ୍କ ଚାଲିର ଭିଡିଓ କରନ୍ତୁ ବୋଲି ବ୍ୟକ୍ତି ଜଣକୁ କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *