ଆଜିକାଲି ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିନ୍ନ ଧରଣର ଭିଡିଓ ଭାଇରାଲ ହୋଇଥାଏ। ଯାହା ମଧ୍ୟରୁ କିଛି ଭିଡିଓ ଏଭଳି ବି ଥାଏ ଯାହା ଲୋକ ମାନଙ୍କୁ ଆଶ୍ଚର୍ୟ୍ଯ କରିଦିଏ। ତେବେ ନିକଟରେ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ।
ଯେପରିକି ସମସ୍ତେ ଜାଣନ୍ତି ସାଧାରଣତଃ କୁନି ପିଲା ମାନେ ଖୁବ୍ ଦୁଷ୍ଟ ହୋଇଥାନ୍ତି।ସ୍କୁଲ୍ ରେ ପଢିବା ବେଳେ ସମସ୍ତେ କିଛି ନା କିଛି ଦୁଷ୍ଟାମୀ କରିଥାନ୍ତି। କେତେବେଳେ ପେନ୍ ର କ୍ୟାପ କୁ କାମୁଡି ଖାଇବା, ପେନସିଲ କୁ କାନରେ ଭର୍ତ୍ତି କରିବା ତ ଆଉ କେତେବେଳେ ପାଣି ବୋତଲ ଠିପି କୁ ପାଟିରେ ପୁରାଇ ଥାଆନ୍ତି। ହେଲେ ବେଳେ ବେଳେ ଅସାବଧାନତା କାରଣରୁ ଏହି ଛୋଟ ଜିନିଷ ପିଲା ମାନଙ୍କର ଅନେକ କ୍ଷତି ଘଟାଇଥାଏ। ବେଳେ ବେଳେ ଅସାବଧାନତା ବଶତଃ ଏହି ସବୁ ଜିନିଷ ଯେମିତିକି ପେନ ର କ୍ୟାପ୍, ବୋତଲ ର କ୍ୟାପ୍ ଆଦି ତାଙ୍କ ପାଟି ଭିତରକୁ ଚାଲି ଯାଏ।
ତେବେ ଠିକ୍ ଏହିଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି, ଗୋଟିଏ କ୍ଲାସ ରୁମ୍ ରେ କ୍ଲାସ ଚାଲିଥିବା ସମୟରେ ଜଣେ ଛାତ୍ର ପାଣି ପିଇବା ପାଇଁ ବୋତଲର କ୍ୟାପ୍ କୁ ଦାନ୍ତରେ ଖୋଲିବାକୁ ଚେଷ୍ଟା କରୁଛନ୍ତି। ହେଲେ ସେ କ୍ୟାପ ଟି ଖୋଲୁ ଖୋଲୁ ହଠାତ୍ କ୍ୟାପଟି ପିଲାଟିର ପାଟି ଭିତରକୁ ପଶି ଯାଉଛି। ଆଉ ଛାତ୍ର ଜଣକ କିଛି ଉପାୟ ନପାଇ ଶ୍ରେଣୀ ଗୃହରେ ଉପସ୍ଥିତ ଥିବା ଶିକ୍ଷୟତ୍ରୀ ଙ୍କ ପାଖକୁ ଧାଇଁ ଯାଇ ସବୁ କଥା କହିଛନ୍ତି।
ଆଉ ଶିକ୍ଷୟତ୍ରୀ ଜଣକ ହଠାତ୍ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଛାତ୍ର ଜଣକ ପେଟକୁ ଚିପି ଧରି ତଣ୍ଟି ପାଖରୁ ଆଉଁସି ଆଉଁସି ପାଟି ଭିତରୁ ବୋତଲର କ୍ୟାପ ଟିକୁ କାଢି ଦେଉଛନ୍ତି। ଏହାପରେ ଏକ ଟିଶୁ ପେପର ଆଣି ଛାତ୍ର ଜଣକ ମୁହଁକୁ ପୋଛି ଦେଉଛନ୍ତି। ଆଉ ଶେଷରେ ଛାତ୍ର ଜଣକ ସ୍ଵାଭାବିକ ଭାବରେ ନିଶ୍ବାସ ନେଇପାରିଛି।
ତେବେ ଏହି ସମସ୍ତ ଦୃଶ୍ୟ ଶ୍ରେଣୀ ଗୃହରେ ଲାଗିଥିବା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇଥିଲା। ଯାହାକି ଏବେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ଏବେ ସମସ୍ତେ ଶିକ୍ଷୟତ୍ରୀ ଜଣକୁ ଖୁବ୍ ପ୍ରଶଂସା କରୁଛନ୍ତି।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।