ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡ଼ିତ ଅଛନ୍ତି। ସମାଜରେ କେଉଁଠି ବି କିଛି ଭିନ୍ନ ଧରଣର ଘଟଣା ଘଟିଲେ ତାହା ରେକର୍ଡ କରି ଲୋକ ମାନେ ନିଜ ନିଜ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଯାହାକି କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି। ତେବେ ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହେବେ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ରେ ଦେଖିବାକୁ ମିଳୁଛି, ୩ ଜଣ ଯୁବକ ରାସ୍ତା କଡ଼ରେ ଛିଡ଼ା ହୋଇ କାନ ଧରି ଏକ ସାଙ୍ଗରେ ଉଠ ବସ୍ ହେଉଛନ୍ତି। ଏହି ଭିଡିଓ ଦେଖିଲେ ପ୍ରଥମେ ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହେବେ ଆଉ ଭାବିବେ କଣ ଥିଲା ଏହି ଯୁବକ ଙ୍କ ଭୁଲ ? ଯେଉଁଥି ପାଇଁ ସେ ରାସ୍ତା କଡ଼ରେ କାନ ଧରି ଉଠବସ୍ ହେଉଛନ୍ତି। ହେଲେ ପ୍ରକୃତ ଘଟଣା ଜାଣିବା ପରେ ଆପଣ ଭାବିବେ ବୋଧେ କରିଥିବା ଭୁଲ ପାଇଁ ସେମାନେ ଏହି ଦଣ୍ଡ ପାଇବାକୁ ଯୋଗ୍ୟ।
ତେବେ ଘଟଣାଟି ଥିଲା ଏଭଳି କିଛି, ଗତକାଲି ବିକାଶ ଦଳାଇ, ବଳରାମ ସ୍ବାଇଁ ଓ ରିଙ୍କୁ ନାମକ ୩ ଜଣ ଯୁବକ ରାସ୍ତାରେ ସ୍କୁଲ୍ ଯାଉଥିବା ଜଣେ ନବମ ଶ୍ରେଣୀ କମେଣ୍ଟ୍ ମାରିଥିଲେ। ଝିଅଟି ଘରକୁ ଯାଇ ସମସ୍ତ କଥା କହିବା ପରେ ଝିଅ ଜଣକ ବାପା ଓ ସ୍ଥାନୀୟ କିଛି ଲୋକ ମାନେ ଆସି ଯୁବକ ମାନଙ୍କୁ ଧରି ସେମାନଙ୍କୁ ଏହି ଭୁଲ ପାଇଁ କାନ ଧରି ୧୦୦ ଥର ଉଠ ବସ୍ କରାଇଥିଲେ। ଏହା ସହିତ ସେମାନେ ଯେଭଳି ଏଭଳି ଭୁଲ ଆଉ କେବେ ନ କରନ୍ତି ତାହା ମଧ୍ୟ ତାଗିଦ୍ କରିଥିଲେ।
ସମସ୍ତଙ୍କ ଆଗରେ ଉଠ ବସ୍ ହେବା ପରେ ଯୁବକ ମାନେ ନିଜ ଭୁଲ ବୁଝି ପାରିଥିଲେ। ଆଉ ଏଭଳି କେବେ ବି କରିବେ ନାହିଁ ବୋଲି କହିଥିଲେ। ତେବେ ଘଟଣା ସ୍ଥଳରେ ଉପସ୍ଥିତ କେହି ଜଣେ ବ୍ୟକ୍ତି ଏହି ସମୟର ଭିଡିଓ ରେକର୍ଡ କରିଥିଲେ । ଯାହାକି ଏବେ ମୋବାଇଲ୍ ରୁ ମୋବାଇଲ ଘୁରି ବୁଲୁଛି।
ତେବେ ଭିଡିଓ ଟି ଭାଇରାଲ ହେବାପରେ ସାଧାରଣ ଲୋକମାନେ ଏଥିରେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।ଏଭଳି ଭୂଲ ପାଇଁ ଯୁବକ ମାନଙ୍କ ପାଇଁ ଏହା ଉଚିତ୍ ସାସ୍ତି ବୋଲି ମଧ୍ୟ କହିଛନ୍ତି।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।