Breaking News

ସରକାର କଲେ ବଡ ଘୋଷଣା : ଦଶମ ଓ ଦ୍ବାଦଶ ପିଲାଙ୍କୁ ମିଳିବ ମାଗଣା ଟାବଲେଟ୍ ସହ ଇଣ୍ଟରନେଟ ……

ଗତ ଦୁଇ ବର୍ଷ ଧରି ଜାରି ରହିଥିବା କରୋନା ମହାମାରୀ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ବ୍ୟବସ୍ଥା କୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେଇଛି। ଛାତ୍ର ଛାତ୍ରୀ ମାନେ କରୋନା କାରଣରୁ ଶ୍ରେଣୀ ଗୃହ ବଦଳରେ ଅନଲାଇନ୍ ରେ ପାଠ ପଢ଼ିଛନ୍ତି। ତେବେ ଅନଲାଇନ ପାଠ ପଢିବା କ୍ଷେତ୍ରରେ ଏକାନ୍ତ ଆବଶ୍ୟକତା ରହିଛି ଗୋଟିଏ ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ ର। ହେଲେ ଏହା କିଣିବା ସବୁ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ଯାହା ଫଳରେ ଅନେକ ଛାତ୍ର ଛାତ୍ରୀ ଅନଲାଇନ ଶିକ୍ଷା ରୁ ବଞ୍ଚିତ ହୋଇଥିଲେ।


ତେବେ ଛାତ୍ର ଛାତ୍ରୀ ମାନଙ୍କ ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ିବା ପାଇଁ ମାଗଣା ଟାବଲେଟ୍ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ହରିୟାଣା ସରକାର। କେବଳ ଏତିକି ନୁହେଁ ,ମାଗଣା ଟାବଲେଟ୍ ସହିତ ପ୍ରତି ଦିନ ୨ ଜିବି ର ମାଗଣା ଡାଟା ମଧ୍ୟ ଯୋଗାଇ ଦିଆଯିବ। ଏନେଇ ଗୁରୁବାର ରାଜ୍ୟର ଶିକ୍ଷାମନ୍ତ୍ରୀ କନୱର ପାଲ ସୂଚନା ଦେଇଛନ୍ତି ।

ଆସନ୍ତା ମେ ମାସରେ ହରିୟାଣା ରାଜ୍ୟର ଦଶମ ଓ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ଟାବଲେଟ୍ ପ୍ରଦାନ କରାଯିବ। ଏହି ଟାବଲେଟରେ ପିଲାଙ୍କୁ ପାଠ ସମ୍ବନ୍ଧୀୟ ସବୁ ପ୍ରକାର ଆପ୍, କଣ୍ଟେଣ୍ଟ ଏବଂ ସଫ୍ଟଓୟାର ମିଳିବ। ଏହା ସହିତ ମାଗଣା ଇଣ୍ଟରନେଟ ମଧ୍ୟ ଯୋଗାଇ ଦିଆଯିବ। ଯାହା ଦ୍ଵାରା ଛାତ୍ର ଛାତ୍ରୀ ମାନେ ବିନା କୌଣସି ଅସୁବିଧାରେ ପାଠ ପଢିପାରିବେ।


ତେବେ ଗତ ମାସରେ ଅନୁଷ୍ଠିତ ହୋଇଥିବା ବଜେଟ୍ ଅଧିବେଶନରେ ଏ ନେଇ ସୂଚନା ଦିଆଯାଇଥିଲା। ମେ ମାସରେ ପ୍ରାୟ ୨.୫ ଲକ୍ଷ ଟାବଲେଟ ବଣ୍ଟନ ନେଇ ମନ୍ତ୍ରୀ କନୱର ପାଲ ସୂଚନା ଦେଇଥିଲେ। ଆଉ କହିଥିଲେ, ଡିଜିଟାଲ ମ୍ୟାଟେରିଆଲ, ଇ-ବୁକ୍, ଟେଷ୍ଟ ଭିଡିଓ ଏବଂ ଷ୍ଟଡି ମ୍ୟାଟେରିଆଲ ଇତ୍ୟାଦି ଏହି ଟାବଲେଟ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯିବ।


ତେବେ ଏହି ଯୋଜନା ପାଇଁ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଯେଉଁଥିରେ ଶିକ୍ଷା ସଫ୍ଟଓୟାର ବାବଦରେ ୫ କୋଟି, ସିମ୍ କାର୍ଡ ଏବଂ ଡାଟା ବାବଦକୁ ୪୭ କୋଟି ଟଙ୍କା ଖର୍ଚ୍ଚକୁ ଅନୁମତି ମିଳିଛି। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଡିଜିଟାଲ ଶିକ୍ଷାର ବ୍ୟବଧାନକୁ ଦୂର କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି ତେବେ ଖୁବ୍ ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *