ନିକଟରେ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ ଓଡ଼ିଶାର ନୂଆ ସ୍ୱର ରେ ପ୍ରତିଯୋଗୀ ଭାବରେ ଭାଗ ନେଇ ଚର୍ଚ୍ଚାକୁ ଆସିଥିବା ଶାନ୍ତନୁ ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ନିଜ କଣ୍ଠର ଯାଦୁ ସହିତ ମଜାଦାର କଥାରେ ସେ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି।
ଏତେ କମ୍ ବୟସରେ ଶାନ୍ତନୁ ଅନେକ ଗୁଡ଼ିଏ ଗୀତ ଗାଇବା ସହିତ ଅଭିନୟ ମଧ୍ୟ କରୁଛନ୍ତି। ବର୍ତ୍ତମାନ ସମୟରେ ତାଙ୍କର ଅନେକ ଗୁଡ଼ିଏ ଗୀତ ୟୁଟ୍ୟୁବ୍ ରେ ରିଲିଜ୍ ହୋଇସାରିଥିବା ବେଳେ ଆହୁରି ଅନେକ ଗୀତ ରିଲିଜ୍ ଅପେକ୍ଷାରେ ରହିଛି। ନିକଟରେ ସେ କଣ୍ଠଦାନ କରିଥିବା “ବାଜିବ ଲୋ ଯୋଡି ମହୁରୀ” ଗୀତଟି ଖୁବ୍ ହିଟ୍ ହୋଇଛି।
କେବଳ ଗୀତ ନୁହେଁ, ଶାନ୍ତନୁ ଅଭିନୟ ଓ ନାଚ ରେ ମଧ୍ୟ ବେଶ୍ ପାରଙ୍ଗମ। ଏହା ପୂର୍ବରୁ ଶାନ୍ତନୁ ଓଡ଼ିଶାର ବେଷ୍ଟ ଡ୍ରାମେବାଜ୍ ରେ ନିଜର ଅଭିନୟର ଯାଦୁ ଦେଖାଇ ସାରିଛନ୍ତି। ସୋସିଆଲ ମିଡିଆରେ ଶାନ୍ତନୁ ଙ୍କ ଏତେ ଲୋକପ୍ରିୟତା ଦେଖି ତାଙ୍କୁ ଓଡ଼ିଶାର ଭାଇରାଲ ବଏ ବୋଲି ମଧ୍ୟ କୁହାଯାଉଛି।
ତେବେ ଶାନ୍ତନୁ ଲୋକପ୍ରିୟ ହେବା ପରେ ଏବେ ତାଙ୍କୁ ଅନେକ ସାକ୍ଷାତକାର କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଉଛି। ତେବେ ନିକଟରେ ଶାନ୍ତନୁ ସେହିପରି ଏକ ଲୋକପ୍ରିୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଯାହାର ନାଁ ହେଉଛି ନନ୍ଦିଘୋଷ ଡାଏରୀ। ତେବେ ଏହି କାର୍ଯ୍ୟକ୍ରମରେ ଶାନ୍ତନୁ ନିଜ ବାପା ଓ ମାଆ ଙ୍କ ସହ ଯୋଗ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମ ର ଉପସ୍ଥାପକ ହାସ୍ୟ ଅଭିନେତା ଶଙ୍କର ଙ୍କ ସହିତ ଶାନ୍ତନୁ ଖୁବ୍ ମଜାଳିଆ କଥା ହେବା ସହିତ କିଛି ରୋମାଣ୍ଟିକ ଗୀତ ମଧ୍ୟ ଗାଇଛନ୍ତି। କୁନି ବୟସରେ ଅଳ୍ପ ଅଭିଜ୍ଞତା ରୁ ତାଙ୍କର ଚିନ୍ତାଧାରା ଏବଂ ସ୍ପଷ୍ଟ ଉଚ୍ଚାରଣ ନହୋଇ ତାଙ୍କ ପାଟିରୁ ଯାହାବି ଶବ୍ଦ ବାହାରୁଚି ତାହା ଶୁଣିବାକୁ ଖୁବ୍ ଆକୃଷ୍ଟ ଲାଗୁଛି। ତେବେ ବଡ଼ ହେଲେ ଶାନ୍ତନୁ ଶଙ୍କର ଙ୍କ ଭଳି ଜଣେ କମେଡିଆନ ହେବା ସହ ବାବୁଶାନ୍ ଙ୍କ ଭଳି ଜଣେ ହିରୋ ହେବେ ବୋଲି କହିଛନ୍ତି। କେବଳ ଏତିକି ନୁହେଁ, ନିଜ କୁନି ଭଉଣୀ ଙ୍କ ପାଇଁ ମଧ୍ୟ ଏକ ସୁନ୍ଦର ହିନ୍ଦୀ ଗୀତ ଡେଡିକେଟ କରିଛନ୍ତି ଶାନ୍ତନୁ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।