Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ ପପୁ ପମ ପମ (Papu pam pam)ଙ୍କ ପରିବାର ….ସ୍ତ୍ରୀ ,ପୁଅ ,ଝିଅ – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତରେ ଏଭଳି ଅନେକ ହାସ୍ୟ ଅଭିନେତା ଅଛନ୍ତି ଯେଉଁମାନେ ନିଜର ନିଆରା ଅଭିନୟ ପାଇଁ ଓଡିଶାର ଘରେ ଘରେ ପରିଚିତ। ନିଜର କମେଡି ଦ୍ଵାରା ସେମାନେ ଲୋକ ମାନଙ୍କୁ ହସାଇ ହସାଇ ବେଦମ୍ କରିଦିଅନ୍ତି। ତେବେ ଏହି ସବୁ ହାସ୍ୟ ଅଭିନେତା ମାନଙ୍କ ମଧ୍ୟରୁ ଏଭଳି ଜଣେ ଭିନ୍ନ ହାସ୍ୟ ଅଭିନେତା ଅଛନ୍ତି ଯିଏ ଛୋଟ ପିଲମାନଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ଅତି ପ୍ରିୟ।

ସେ ଯେ କୌଣସି ସିନେମାରେ ବି ଆସନ୍ତି ସେଥିରେ ସେ ନିଜର ଅଭିନୟ ମାଧ୍ୟମରେ ଶେଷ ପର୍ଯ୍ୟନ୍ତ ଲୋକମାନଙ୍କୁ ହସାନ୍ତି। ନିଜର କମେଡି ଶୋ ମାଧ୍ୟମରେ ସେ ଅନେକ ଚାନେଲକୁ ଲୋକପ୍ରିୟ କରାଇଛନ୍ତି।
ତାଙ୍କୁ ଓଡ଼ିଆ ସିନେ ଜଗତର କମେଡି କିଙ୍ଗ ବୋଲି ମଧ୍ୟ କୁହାଯାଏ। ସେ ହେଉଛନ୍ତି ଓଡ଼ିଶାର ନମ୍ୱର୍ ୱାନ କମେଡିଆନ୍ ପପୁ ପମ ପମ।

ପପୁ ଜଣେ ହାସ୍ୟ ଅଭିନେତା ସହିତ ଜଣେ ଭଲ ଗାୟକ ମଧ୍ୟ। ସେ ଅନେକ ଗୁଡ଼ିଏ ବ୍ୟଙ୍ଗ ଗୀତରେ ନିଜର କଣ୍ଠଦାନ କରିଛନ୍ତି। ଆଉ ସେଥି ମଧ୍ୟରୁ ଅଧିକାଂଶ ଗୀତ ସୁପରହିଟ ମଧ୍ୟ ହୋଇଛି। କେବଳ ଏତିକି ନୁହେଁ ପପୁ ୨ ଟିରୁ ଅଧିକ ସିନେମାରେ ମୁଖ୍ୟ ଅଭିନେତା ଭୂମିକାରେ ମଧ୍ୟ ନଜର ଆସିଛନ୍ତି। ପପୁ ସେହି ଅଭିନେତା ମାନଙ୍କ ମଧ୍ୟରୁ ଜଣେ ,ଯିଏ କି ଖୁବ୍ କମ୍ ସମୟ ଭିତରେ କମେଡି ଦୁନିଆରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପପୁ ଅନେକ ଗୁଡ଼ିଏ ପ୍ରତିଭାର ଅଧିକାରୀ କହିଲେ ଅତ୍ୟୁକ୍ତି ହେବନାହିଁ।

ତେବେ ଯେପରିକି ସମସ୍ତେ ଜାଣିଥିବେ ପପୁଙ୍କ ପରିବାରରେ ତାଙ୍କର ପତ୍ନୀ ଓ ପୁଅ ଝିଅ ଅଛନ୍ତି। ତେବେ ତାଙ୍କ ସ୍ତ୍ରୀଙ୍କ ନାମ ସଂଗୀତା ଶତପଥୀ।ସେ ଦେଖିବାକୁ ମଧ୍ୟ ବହୁତ୍ ସୁନ୍ଦର ଓ ପପୁଙ୍କ ପରି ସେ ମଧ୍ୟ ସର୍ବଦା ଅନ୍ୟକୁ ସାହାଯ୍ୟ କରିଥାନ୍ତି।ପପୁଙ୍କର ଏକ ପୁତ୍ର ସନ୍ତାନ ଓ ଏକ କୁନି ଝିଅ ମଧ୍ୟ ଅଛନ୍ତି, ଆଉ ତାଙ୍କ ପୁଅ ଠିକ୍ ପପୁ ଙ୍କ ପରି ଦେଖିବାକୁ । ତେବେ ପପୁ ପ୍ରଥମ ଥର ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ 2005 ମସିହାରେ।ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ତୁ ମୋ ଆଖିର ତାରା’।


ସେ ବର୍ତ୍ତମାନ ପର୍ଯ୍ୟନ୍ତ ପାଖପାଖି 15-30 ଟି ଫିଲ୍ମ ରେ ଅଭିନୟ କରିସାରିଲେଣି । ତାଙ୍କ ଭଳି ଅଭିନେତା ସମସ୍ତ ଓଡ଼ିଶା ପାଇଁ ଏକ ବରଦାନ ସଦୃଶ। କିଛି ଦିନ ତଳେ ପପୁ ତାଙ୍ସେକର ମିଷ୍ଟର କହ୍ନେୟା ଫିଲ୍ମ ପାଇଁ ବହୁ ସମାଲୋଚନାର ଶିକାର ହୋଇଥିଲେ ଏବଂ ବହୁ ବିବାଦ ଘରେ ଭିତରେ ଫସି ଯାଇଥିଲେ । ତେବେ ପପୁ ତାଙ୍କର ଅଭିନୟରେ ସମସ୍ତଙ୍କୁ ଖୁବ୍ ହସାଇଥାନ୍ତି ଓ ବର୍ତ୍ତମାନ ସେ ଛୋଟ ଛୋଟ ଭିଡିଓରେ ମଧ୍ୟ ଅଭିନୟ କରି ଲୋକମାନଙ୍କୁ ହସାଇବା କାର୍ଯ୍ୟ କରୁଛନ୍ତି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଦେଖନ୍ତୁ ରାସ୍ତା କଡରେ ପରିବା ବିକ୍ରି କଲେ ହାସ୍ୟ ଅଭିନେତା ପପୁ ପମ ପମ (Papu Pam pam) …

  ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ଓ …

Leave a Reply

Your email address will not be published. Required fields are marked *