ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ଅଭିନେତା ଅଛନ୍ତି ଯିଏ ନିଜର ଦମଦାର ଅଭିନୟ ବଳରେ ଓଡ଼ିଆ ଦର୍ଶକ ମାନଙ୍କ ମଧ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି।ଏକଦା ଆଲବମ୍ ଜଗତରେ ରାଜ୍ କରିଥିବା ଅନୁଭବ ଏବେ ଓଲିଉଡ ଜଗତର ଜଣେ ଅତି ପରିଚିତ ଚେହେରା। ତାଙ୍କୁ ଓଡ଼ିଶାର ଜଣେ ଆଗଧାଡିର ଅଭିନେତା କହିଲେ ମଧ୍ୟ ଚଳେ। ଜଣେ ଅଭିନେତା ସହିତ ସେ ଜଣେ ରାଜନେତା ମଧ୍ୟ।
ଅଭିନୟ ଜୀବନକୁ ନେଇ ହେଉ କିମ୍ବା ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ କିଛି ନାଁ କିଛି କାରଣ ପାଇଁ ଅନୁଭଵ ଚର୍ଚ୍ଚାରେ ରହିଆସିଛନ୍ତି। ଯେପରିକି ସମସ୍ତେ ଜାଣିଥିବେ ଗତ ବର୍ଷ ଠାରୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ ଅନୁଭବଙ୍କ ଘରୋଇ ବିବାଦ ମାମଲା ଓଡ଼ିଶାର ବହୁ ଚର୍ଚ୍ଚିତ ଖବର ପାଲଟିଛି। ବର୍ତ୍ତମାନ କୋର୍ଟ ରେ ଏହି ମାମଲା ଜାରି ରହିଛି।
ଗୋଟିଏ ପଟେ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭଵ ଙ୍କୁ ଛାଡପତ୍ର ଦେବାକୁ ଚାହୁଁ ନଥିବେ ବେଳେ ଅନୁଭଵ କିନ୍ତୁ ବର୍ଷା ଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟ ରେ ଆବେଦନ କରିଛନ୍ତି। ତେବେ କୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାର କୌଣସି ସ୍ଥାୟୀ ସମାଧାନ ବାହାର କରିନାହାନ୍ତି। ଗୋଟିଏ ପଟେ କୋର୍ଟ ରେ ମାମଲା ବିଚାରଧୀନ ଥିବା ବେଳେ ବର୍ଷା ଗୋଟିଏ ଛାତ ତଳେ ରହିଲେ ମଧ୍ୟ ସ୍ବାମୀ ଅନୁଭଵ ଙ୍କ ଠାରୁ ଅଲଗା ରହୁଛନ୍ତି।
ତେବେ କୋର୍ଟ ତରଫରୁ ଦିଆଯାଉଥିବା ତାରିଖ ଦିନ ଦୁହେଁ କୋର୍ଟଙ୍କ ଆଦେଶ ମାନି ସେଠାରେ ଉପସ୍ଥିତ ରହୁଛନ୍ତି। ତେବେ ନିକଟରେ ଯେତେବେଳେ ଅନୁଭବ ନୋଟିସ ତାରିଖ ଦିନ କୋର୍ଟ କୁ ଯାଇଥିଲେ ସେତେବେଳେ ହାଇକୋର୍ଟ ରୁ ବାହାରି ଆସିଲା ବେଳକୁ ”ଆଜି କୋର୍ଟ ରେ କଣ ହେଲା?” ବୋଲି ଜଣେ ଗଣମାଧ୍ୟମ ପ୍ରତିନିଧି ଅନୁଭଵ ଙ୍କୁ ପ୍ରଶ୍ନ କରିଥିଲେ।
ହେଲେ ଅନୁଭଵ ଏହି ପ୍ରଶ୍ନକୁ ଏଡାଇ “ଘରେ ଭଲ ଅଛନ୍ତି ସମସ୍ତେ?” ବୋଲି ଓଲଟା ପ୍ରଶ୍ନ କରିଥିଲେ।ତେବେ ଯାହାବି ହେଉ ଅନୁଭବଙ୍କର ଏଭଳି କଥା ବଦଳାଇବା ଏହି କଥା ସ୍ପଷ୍ଟ କରୁଛି ଯେ ଅନୁଭବ ନିଜ ବ୍ୟକ୍ତିଗତ ଜୀବନକୁ କିଛି ବି କହିବାକୁ ଚାହୁଁ ନାହାନ୍ତି। କିନ୍ତୁ ବର୍ଷା ଓ ଅନୁଭବ ପୁଣିଥରେ ଏକାଠି ହୋଇଯାଆନ୍ତୁ ବୋଲି ଲୋକମାନେ ଆଶା କରୁଛନ୍ତି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।