ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡ଼ିତ ଅଛନ୍ତି। ସମାଜରେ କେଉଁଠି ବି କିଛି ଭିନ୍ନ ଧରଣର ଘଟଣା ଘଟିଲେ ତାହା ରେକର୍ଡ କରି ଲୋକ ମାନେ ନିଜ ନିଜ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଯାହାକି କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି। ତେବେ ତା ମଧ୍ୟରୁ କିଛି ଭିଡିଓ ଦେଖି ଆଶ୍ଚର୍ଯ୍ୟ ଲାଗୁଥିବା ବେଳେ ଅନ୍ୟ କିଛି କିଛି ହସର ଖୋରାକ ଯୋଗାଇଥାଏ ।
ତେବେ ବର୍ତ୍ତମାନ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ହସି ହସି ବେଦମ୍ ହୋଇଯିବେ। ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ ମଦ୍ୟପାନ କରିଥାନ୍ତି। ମଦ ପିଇ ବିଭିନ୍ନ କାରନାମା କରନ୍ତି। କିଏ ମଦ ପିଇ ରାସ୍ତା ମଝିରେ ଗଡିଲାଣି ତ ଆଉ କିଏ ମଦ ନିଶାରେ ଆଉ କାହାକୁ ଗାଳି ଗୁଲଜ କରି ଜେଲ କୁ ଗଲାଣି।
ହେଲେ ଯଦି ଦେଖନ୍ତି କୌଣସି ଜୀବ ମଣିଷ ମାନଙ୍କ ଭଳି ମଦ୍ୟପାନ କରୁଛି ତେବେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ବର୍ତ୍ତମାନ ସେହିଭଳି ଏକ ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ନିଜ ଆଖି ଉପରେ ବିଶ୍ୱାସ କରିପାରିବେ ନାହିଁ।
ତେବେ ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି, ମଦ କାଉଣ୍ଟର ଭିତରୁ ପେଟେ ମଦ ପିଇ ବିଲେଇ ଟିଏ ଫେରୁଛି। ଭିଡିଓ ରେ ବିଲେଇ ଟି ର ଚାଲି ଦେଖିଲେ ଆପଣ ହସି ହସି ବେଦମ୍ ହୋଇଯିବେ। ବିଲେଇକୁ କେହି ବ୍ୟକ୍ତି ଜବରଦସ୍ତି ମଦ ପିଆଇ ଦେଇଛି କି ସେ ନିଜେ ଚାଟି କରି କେଉଁଠୁ ମଦ ପିଇଛି ଯଦିଓ ସେଇଟା ଜଣାପଡିନାହିଁ ହେଲେ ଭିଡିଓ ରେ ବିଲେଇ ଟିର ଚାଲି ଦେଖିଲେ ଏହା ସ୍ପଷ୍ଟ ହେଉଛି କି ସେ ନିଶାରେ ଅଛି।
ନିଶାରେ ଚୂର୍ ହୋଇ ସେ ଗୋଟିଏ ପାଦ ଏପଟେ ପକାଇଲେ ଗୋଟେ ସେପଟେ ପକାଉଛି। ଭିଡିଓ ଟି ଦେଖିଲେ ଯେତିକି ହସ ଲାଗୁଛି ସେତିକି ଦୁଃଖ ମଧ୍ୟ ଲାଗୁଛି ଯେ, ବିଚରା ବିଲେଇ ଟି ର କିଏ ଏଭଳି ଅବସ୍ଥା କରିଛି। ତେବେ ଏହି ଭିଡିଓ ଟିକୁ କେହି ଜଣେ ବ୍ୟକ୍ତି ରେକର୍ଡ କରି ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।