ପ୍ରତିଦିନ ଟ୍ରେନ ରେ ଅନେକ ଯାତ୍ରୀ ଯିବା ଆସିବା କରନ୍ତି। ହେଲେ ସବୁବେଳେ ଯାତ୍ରା ସମୟରେ ଏହି ଚିନ୍ତା ଲାଗିରୁହେ ଯେ, ଟ୍ରେନ ଛାଡ଼ି ଚାଲି ନଯାଉ। ନଚେତ୍ ସବୁ କାମ ଅଟକି ଯିବ। ଅବଶ୍ୟ ଟିକେଟ ମିଳିଲା ପରେ ଏହି ସବୁ କଥା ମନକୁ ଆସେନି। ହେଲେ ଯଦି କୌଣସି କାରଣରୁ ଟିକେ ବିଳମ୍ବ ହୋଇଯାଏ ତେବେ ଆଗାମୀ ସ୍ଲଟକୁ ଅପେକ୍ଷା କରିବାକୁ ପଡେ। କାରଣ ବିନା ଟିକେଟ ଦେ ଟ୍ରେନ ଯାତ୍ରା ଅସମ୍ଭବ। ଆହୁରି ମଧ୍ୟ ଯଦି ଜରୁରୀ ଟାଇମ୍ ରେ ଟିକେଟ ନଥାଏ ତେବେ ମଧ୍ୟ ଯାତ୍ରା କରିବାକୁ ଅନେକ ଅସୁବିଧା ହୁଏ।
ତେବେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରୀ ମାନଙ୍କ ସୁବିଧା ପାଇଁ ରେଳ ବିଭାଗ ତରଫରୁ ଏକ ନୂଆ ଯୋଜନା ଆରମ୍ଭ କରାଯାଇଛି। ତେବେ ରେଳ ବିଭାଗ ର ଏହି ନୂଆ ନିୟମ ଅନୁଯାୟୀ, ଏଣିକି ଟିକେଟ ନଥିଲେ ବି ଯାତ୍ରୀ ମାନେ କରିପାରିବେ ଟ୍ରେନ ଯାତ୍ରା।
ଏବେ ଯଦି ଆପଣଙ୍କ ପାଖରେ ରିଜରଭେସନ୍ ଟିକେଟ ନାହିଁ ଏବଂ ଆପଣଙ୍କର ଯାତ୍ରା କରିବା ଜରୁରୀ ଅଛି ତେବେ ଆପଣ କେବଳ ପ୍ଲାଟଫର୍ମ ଟିକେଟ୍ କିଣି ଟ୍ରେନରେ ଯାତ୍ରା କରିପାରିବେ।
ଟ୍ରେନ ରେ ଚଢିବା ପରେ ଆପଣ ଟିକେଟ୍ ଚେକର ବା ଟିଟିଆଇ ଙ୍କ ନିକଟକୁ ଯାଇ ନିଜର ଗନ୍ତବ୍ୟ ଅନୁସାରେ ରେଳ ଭଡା ପୈଠ କରି ଟିକେଟ କରିନିଅନ୍ତୁ ଓ ବେଶ୍ ଆରାମାରେ ଗନ୍ତବ୍ୟରେ ପହଞ୍ଚନ୍ତୁ। ରେଳବାଇ ଏହି ଖାସ ନିୟମ କରିଛନ୍ତି। ପ୍ଲାଟଫର୍ମ ଟିକେଟ ନେଇ ଟିଟିଇଙ୍କୁ ଭେଟନ୍ତୁ, ସେ ଆପଣଙ୍କ ଗନ୍ତବ୍ୟ ଅନୁସାରେ ଟିକେଟ କରାଇଦେବେ।
ଏପରି ଯାତ୍ରା କାଳରେ ଯଦି ଟ୍ରେନରେ ଆସନ ଖାଲି ନଥାଏ ତେବେ ଟିଟିଇ ହୁଏତ ଆପଣଙ୍କୁ ସଂରକ୍ଷିତ ସିଟ୍ ଦେଇ ନପାରନ୍ତି, ହେଲେ ଗନ୍ତବ୍ୟରେ ଯାତ୍ରା ନିମନ୍ତେ ପୁରା ବନ୍ଦୋବସ୍ତ କରିଦେବେ। ଏଥିଲାଗି ଟିଟିଇ ଆପଣଙ୍କଠାରୁ ପେନାଲ୍ଟି ଆଦାୟ କରିପାରନ୍ତି। ହେଲେ ଏହି ପେନାଲ୍ଟି ଆପଣଙ୍କ ଯାତ୍ରା ପରିସ୍ଥିତି ତୁଳନାରେ ଅତ୍ୟନ୍ତ ନଗଣ୍ୟ।
ଏଥିଲାଗି ହୁଏତ ଆପଣଙ୍କୁ ୨୫୦ ଟଙ୍କା ପର୍ଯ୍ୟନ୍ତ ପେନାଲ୍ଟି ପଡିପାରେ। ଏଥିରେ ଟିଟିଇ ଆପଣଙ୍କ ଠାରୁ ଅଧିକ ଭଡ଼ା ମଧ୍ୟ ଆଦାୟ କରିବେନି। ଆପଣ ଯେଉଁ ଶ୍ରଣୀରେ ଯାତ୍ରା କରୁଛନ୍ତି ଟିଟିଇ ସେଇ ଶ୍ରେଣୀର ଟିକେଟ ଦର ଆପଣଙ୍କ ଠାରୁ ଅସୁଲ କରିବେ।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।