Breaking News

“ସମୁଦ୍ର ଡାକିନେଲା ମୋ ବାପାକୁ ” କୁନି ପିଲାଟିର କଥା ଶୁଣିଲେ ଆଖିରୁ ଲୁହ ଆସିଯିବ …..- ଦେଖନ୍ତୁ

ପୁରୀ ସମୁଦ୍ରରେ ବୁଡି ଯୁବକ ନିଖୋଜ। ପୁଅର ମାନସିକ ଚୁଟି ପକାଇବାକୁ ପୁରୀ ବୁଲିବାକୁ ଆସି ସମୁଦ୍ର ରେ ଗାଧୋଇବା ସମୟର ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ନିଖୋଜ ଯୁବକ ଜଣକ ଘର ବେଲଶ୍ୱର ଜିଲ୍ଲାରେ ବୋଲି ଜଣାପଡ଼ିଛି।
ତେବେ ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଛଚିନା ଗ୍ରାମର ବଂଶୀଧର ବେହେରା ଗତ ୧୬ ତାରିଖ ଦିନ ନିଜ ପୁଅର ମାନସିକ ଚୁଟି ପକାଇବା ପାଇଁ ସ୍ତ୍ରୀ ଓ ପୁଅ କାର୍ତ୍ତିକ କୁ ଧରି ପୁରୀ ଯାଇଥିଲେ। ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କ ଦର୍ଶନ ପରେ ଗତ କାଲି ସକାଳେ ପୁଅର ମାନସିକ ଚୁଟି ପକାଇବା ପରେ ସମସ୍ତେ ମିଶି ପୁରୀ ବେଳାଭୂମି କୁ ଗାଧୋଇବାକୁ ଯାଇଥିଲେ।

ପ୍ରଥମେ ବଂଶୀଧର ଙ୍କ ପତ୍ନୀ ଗାଧୋଇବାକୁ ସମୁଦ୍ର ତଟକୁ ଯାଇଥିଲେ ଏହି ସମୟରେ ବଂଶୀଧର କୂଳରେ ବସି ରହିଥିଲେ। ସ୍ତ୍ରୀ ଆସିବା ପରେ ତାଙ୍କୁ ବ୍ୟାଗ୍ ଜଗିବାକୁ କହି ସେ ସମୁଦ୍ର ଭିତରକୁ ପୁଅ କାର୍ତ୍ତିକ କୁ ଧରି ଗାଧୋଇବାକୁ ଗଲେ। ହେଲେ କିଛି ସମୟ ପରେ ପୁଅକୁ ନିଜ ପତ୍ନୀ ଙ୍କ ପାଖରେ ଛାଡି ସେ ଏକାକୀ ସମୁଦ୍ର ଭିତରେ ଗାଧଉଥିଲେ।

ହେଲେ ଏହି ସମୟରେ ଅସାବଧାନତା ବଶତଃ ସମୁଦ୍ରରେ ବୁଡି ବଂଶୀଧର ନିଖୋଜ ହୋଇଯାଇଥିଲେ। ବଂଶୀଧର ଙ୍କ ସ୍ତ୍ରୀ ତାଙ୍କୁ ଆଉ ନ ପାଇ ଅଧିର ହୋଇପଡ଼ିଥିଲେ। ସେଠାରେ ଉପସ୍ଥିତ ଲୋକ ମାନଙ୍କୁ ସେ ସ୍ବାମୀଙ୍କ ବିଷୟରେ ପଚାରିଲେ। ହେଲେ ସମସ୍ତେ ତାଙ୍କ ସ୍ଵାମୀ ଭିତରେ ଗାଧୋଉଥିବେ କହି ତାଙ୍କୁ ବୁଝା ସୂଝା କରିଥିଲେ।

ହେଲେ କିଛି ସମୟ ବିତି ଯିବା ପରେ ବଂଶୀଧର ପାଣି ଭିତରୁ ନ ବାହାରିବାରୁ ସେଠାରେ ଉପସ୍ଥିତ ଲୋକେ ଦମକଳ ବାହିନୀ ଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ଅଧିକାରୀ ଓ ଦମକଳ ବାହିନୀ ପହଞ୍ଚି ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ବଂଶୀଧର ଙ୍କ ର କୌଣସି ସନ୍ଧାନ ପାଇନଥିଲେ। ଶେଷରେ ସ୍ତ୍ରୀ ନିଜ ଦୁଇ ପିଲାଙ୍କୁ ସାଙ୍ଗରେ ଧରି କାନ୍ଦି କାନ୍ଦି ଘରକୁ ଫେରିଥିଲେ।

ସେପଟେ ପୁଅର ନିଖୋଜ ଖବର ଶୁଣିବା ପରେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି ବୃଦ୍ଧ ବାପା ମା। କାନ୍ଦ ବୋବାଳି ରେ ଫାଟି ପଡୁଛି ଗାଁ ଦାଣ୍ଡ। ପୁଅର ଫଟୋ କୁ ଧରି ପୁଅର ଫେରିବା ବାଟକୁ ଚାହିଁ ମୁଣ୍ଡ ବାଡେଇ କାନ୍ଦୁଛନ୍ତି ବାପା ମା ଓ ପରିବାର।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

Exclusive: ମେଡିକାଲ୍ ରେ ପିଣ୍ଟୁ ନନ୍ଦ ଓ ସ୍ତ୍ରୀ ଶିଳ୍ପାଙ୍କ କଥାବାର୍ତ୍ତା ଆସିଲା ସାମ୍ନାକୁ … ଦେଖନ୍ତୁ

ଓଲିଉଡ଼ ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦ ଙ୍କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନା କୁ ଆସିଛି । …

Leave a Reply

Your email address will not be published. Required fields are marked *