ପୋଲିସ ଅଧିକାରୀ ମାନଙ୍କୁ ପକୋଡ଼ି ରସଗୋଲା ଖାଇବାକୁ ମାଗିଲା ମାହାଙ୍ଗା କୁସୁପୁର ଗ-ଣ-ହ-ତ୍ୟା-ର ଅଭିଯୁକ୍ତ ଶିବ ପ୍ରସାଦ ସାହୁ। ଗୋଟିଏ ପଟେ ପୋଲିସ ଏହି ହତ୍ୟାକାଣ୍ଡକୁ ନେଇ ଚିନ୍ତିତ ଥିବା ବେଳେ ୫ ଜଣକୁ ଏକା ସାଙ୍ଗରେ ହତ୍ୟା କରିଥିବା ଅଭିଯୁକ୍ତ ଏଭଳି ଅର୍ଡର କରୁଛି।
ଗତ କାଲି ରିମାଣ୍ଡ ଅବଧି ସରିବା ପରେ ଶିବ କୁ ଏମଜେଏଫସି କୋର୍ଟ ରେ ହାଜର କରାଯାଇଥିଲା। ସେଠାରେ ସେ ପହଞ୍ଚିବା କ୍ଷଣି ପୋଲିସ ଅଧିକାରୀ ମାନଙ୍କୁ ପକୋଡି ଖାଇବାକୁ ମାଗିଥିଲା। କେବଳ ପାକୋଡ଼ି ନୁହେଁ ତା ସହ ରସଗୋଲା ମଧ୍ୟ ମାଗିଥିଲା।
ଗୋଟିଏ ପଟେ ପ୍ରଥମ ରିମାଣ୍ଡ ଶେଷ ହେବାପରେ ମଧ୍ୟ ଏହି ଘଟଣାର ପୁରା ସତ୍ୟତା ସାମ୍ନାକୁ ଆସିନଥିବା ବେଳେ ଅନ୍ୟପଟେ ଶିବର ଏଭଳି ଅର୍ଡର ପାଇଁ ସମସ୍ତେ ଚକିତ ହୋଇଥିଲେ। ସତ ଜାଣିବାକୁ ଆହୁରି ବାକି ଥିବା ବେଳେ ପୁଣି ଥରେ ଅଭିଯୁକ୍ତ ଶିବର ରିମାଣ୍ଡ ଆବେଦନ ହୋଇପାରେ ବୋଲି ସୂଚନା ମିଳିଛି। ପୁଣିଥରେ ତାଙ୍କୁ ରିମାଣ୍ଡ ରେ ଆଣି ଅଧିକ ପଚରାଉଚରା କରିବା ସହିତ ଆହୁରି ସତ ଜାଣିବାକୁ ଚେଷ୍ଟା କରିବ ପୋଲିସ।
ପ୍ରଥମ ରିମାଣ୍ଡ ଅବଧି ସମୟରେ ଘଟଣାସ୍ଥଳରେ ଅଭିଯୁକ୍ତର ସିନ୍ ରିକ୍ରିଏସନ୍ କରାଯାଇଥିଲା। ଆଉ ଏହି ସିନ୍ ରିକ୍ରିଏସନ୍ ସମୟରେ ସେ ହତ୍ୟା କାହାଣୀ ର ସବୁ ସତ ଓଗାଳିବା ସହିତ ସେଦିନ ରାତିରେ କିଭଳି ଭାବରେ ଏହି କାଣ୍ଡ ଘଟାଇଥଲା ସେ ବିଷୟରେ କହିଥିଲା। ଏହା ସହି-ତ ହ-ତ୍ୟା -କା-ଣ୍ଡ ପାଇଁ ବ୍ୟବହୃତ କ-ଟୁ-ରୀ ସେ କେଉଁଠୁ ଆଣିଥିଲା ତାହା ମଧ୍ୟ କହିଛି। ହେଲେ ସବୁ ପରେ ବି ପାଞ୍ଚ ଜଣକୁ ସେ କିଭଳି ଭାବରେ ଏକା ମର୍ଡର କଲା ତାହା ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି।
ଶିବଙ୍କ କହିବା ଅନୁଯାୟୀ, ସେଦିନ ରାତି ପ୍ରାୟ ୨ ଟା ସମୟରେ ବଡ଼ ଭାଇଙ୍କ ପରିବାର କବାଟ ଖୋଲା କରି ଶୋଇଥିବା ସୁଯୋଗ ନେ-ଇ ଶିବ ଏ-କ କ-ଟୁ-ରୀ ଯୋଗେ ପ୍ରଥମେ ନିଜ ଭା-ଉ-ଜ ଙ୍କ ଉପରକୁ ଚୋ-ଟ ମା-ରି-ଥିଲା। ମାତ୍ର ଚୋଟର ଶିକାର ହୋଇଥିଲେ ବଡ଼ ଭାଇ। ତା ପରେ ବଡ଼ ପୁତୁରା ଓ ଝିଆରି ଙ୍କୁ ହା-ଣି–ଥି-ଲା। ଏହା ଦେଖି ସାନ ପୁତୁରା ଛାତ ଉପରକୁ ଦୌଡ଼ି ପଳାଉଥିବା ସମୟରେ ତାକୁ ବି ତ-ଳ-କୁ ଘୋ-ଷା-ଡି- ଆଣି ନି-ର୍ମ-ମ ଭାବରେ ହ-ତ୍ୟା କ-ରି-ଥି-ଲା ଶିବ। ହେଲେ ଏତେ କା-ଣ୍ଡ ପରେ ବି ଜେଲ ରେ ପକୁଡ଼ି ରସଗୋଲା ମାଗିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।